ତାତିରୁ ମିଳିବନି ମୁକ୍ତି: ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1137503

ତାତିରୁ ମିଳିବନି ମୁକ୍ତି: ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧ ତାରିଖରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ତାତିରୁ ମିଳିବନି ମୁକ୍ତି: ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ତେବେ ଏହା ଆଗକୁ ଆହୁରି ବଢିବ । ରାଜ୍ୟରେ ଆହୁରି ୩ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଆସନ୍ତାକାଲିଠାରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି ।  ଫଳରେ ସାରା ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ଆସନ୍ତାକାଲି ପାଇଁ ବୌଦ୍ଧ, ବଲାଙ୍ଗୀର, ସୋନପୁର ଏବଂ ୩୧ ତାରିଖରେ ବୌଦ୍ଧ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ଅନୁଗୋଳ ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ତେବେ ୧ ତାରିଖରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।  ଏହି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ  ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗତକାଲିର ରିପୋର୍ଟ ଅନୁଯାୟୀ ଗତକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୭ ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବାର ଦେଖାଯାଇଛି । 

Also Read: ବର୍ଷେ ପରେ ପୁଣି ଜଳିଲା ଜୈବ ମଣ୍ଡଳ, ଏଥର ବନ୍ଧା ହେଲେ ପାଞ୍ଚ

ସାରା ରାଜ୍ୟରେ ୪୧ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଥିଲା। ଉତ୍ତର ଆଭ୍ୟନ୍ତରୀଣ  ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ର ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ସୋମବାର ଦିନ ବି ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଗତକାଲି ରାଜଧାନୀ ଭୁବନେଶ୍ବରର ସର୍ବାଧିକ ଦିନ ତାପମାତ୍ରା (Temprature) ୩୭.୨ଡିଗ୍ରୀ ରହିଥିବାବେଳେ ବାରିପଦା ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ, ଅନୁଗୋଳ ୪୦.୧ ଡିଗ୍ରୀ, ତାଳଚେର ୪୦.୨ ଡିଗ୍ରୀ, ଟିଟିଲାଗଡ଼ ୪୦.୫ ଡିଗ୍ରୀ, ସୋନପୁର ୪୦.୧ ଡିଗ୍ରୀ, ବୌଦ୍ଧ ୪୦ ଡିଗ୍ରୀ, ବାରିପଦା ୪୦.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । 

Also Read: ଶେଷ ହେବ ଯୁଦ୍ଧ! ଋଷର ପ୍ରମୁଖ ଦାବି ଉପରେ ୟୁକ୍ରେନର ରାଷ୍ଟ୍ରପତି ଦେଲେ ଏହି ବଡ଼ ବୟାନ

ଆଜି ଭୁବନେଶ୍ବର (Bhubaneswar) ସମେତ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ । ଅପରାହ୍ନ ସୁଦ୍ଧା ଆଂଶିକ ମେଘୁଆ ହେବାର ସମ୍ଭାବନା ରହିଥିବା ବେଳେ ସର୍ବୋଚ୍ଚ ୩୮ ଡିଗ୍ରୀ ଓ ସର୍ବନିମ୍ନ ୨୬ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି ।