ବର୍ଷେ ପରେ ପୁଣି ଜଳିଲା ଜୈବ ମଣ୍ଡଳ, ଏଥର ବନ୍ଧା ହେଲେ ପାଞ୍ଚ
Advertisement
Article Detail0/zeeodisha/odisha1137403

ବର୍ଷେ ପରେ ପୁଣି ଜଳିଲା ଜୈବ ମଣ୍ଡଳ, ଏଥର ବନ୍ଧା ହେଲେ ପାଞ୍ଚ

ସୋମବାର ଶିମିଳିପାଳର ୪ଟି ପଏଣ୍ଟରେ ନିଆଁ ଲାଗିଥିଲା। ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଏହି ନିଆଁ ଏବେ ବିଜୁଳି ଗତିରେ ବ୍ୟାପିବାରେ ଲାଗିଛି। ଯୁଦ୍ଧକାଳୀନ ଭିତ୍ତିରେ ୭୦୦ ବନ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି।

ଡିଜାଇନ୍ ଫଟୋ

ବାରିପଦା: ପ୍ରାୟ ବର୍ଷେ ପରେ ପୁଣି ଥରେ ଏସିଆର ଦ୍ୱିତୀୟ ଜୈବ ମଣ୍ଡଳରେ ନିଆଁ ଲାଗିଛି। ଶିମିଳିପାଳ ଅଭ୍ୟାରଣ୍ୟ ଅନ୍ତର୍ଗତ ଦୁଇଟି ରେଞ୍ଜର ୪ଟି ପଏଣ୍ଟରେ ଅଗ୍ନକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୭୦୦ ବନ କର୍ମଚାରୀ ନିୟଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇନାହିଁ। ନିଆଁ ଲଗାଇଥିବା ଅଭିଯୋଗରେ ବନ ବିଭାଗ ୫ ଜଣଙ୍କୁ ଗିରଫ କରିଛି।

ସୋମବାର ଶିମିଳିପାଳର ୪ଟି ପଏଣ୍ଟରେ ନିଆଁ ଲାଗିଥିଲା। ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ଏହି ନିଆଁ ଏବେ ବିଜୁଳି ଗତିରେ ବ୍ୟାପିବାରେ ଲାଗିଛି। ଯୁଦ୍ଧକାଳୀନ ଭିତ୍ତିରେ ୭୦୦ ବନ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଛନ୍ତି। କିନ୍ତୁ ପତ୍ରଝଡା ଯୋଗୁଁ ଗଙ୍ଗଲରେ ଜମା ହୋଇଥିବା ଶୁଖିଲାପତ୍ର ଚ୍ୟାଲେଞ୍ଚ ପାଲଟିଛି। ନିଆଁ ଲିଭାରେ ଦମକଳ ପାଣି ସହ ପ୍ରାୟ ୫୦୦ଟି ବ୍ଲୋୟର ବ୍ୟବହାର କରାଯାଉଛି।

Also Read: ଫୁସଫୁସରେ ନିଆଁ! ଶିମିଳିପାଳ ପରେ ଜଳୁଛି ଦକ୍ଷିଣ ଓଡି଼ଶା

କେଉଁ କାରଣରୁ ଶିମିଳିପାଳ ଜଙ୍ଗଲର ନିଆଁ ଲାଗିଲା ତାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ ରହିଛି। ଶିକାର କରାବାପାଇଁ ନରଣା ରେଞ୍ଜରେ ଅଗ୍ନି ସଂଯୋଗ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଗୁଡ଼ଗୁଡ଼ିଆ ଏବଂ ତାଳବନ୍ଦ ରେଞ୍ଜର ମୋଟ୍ ୧୦ ଓ ୧୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏବେ ମଧ୍ୟ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମମାଚରୀ ଉପସ୍ଥିତ ଅଛନ୍ତି ବୋଲି ଏସିଏଫ୍ ପ୍ରଦୀପ କୁମାର ଦେ ସୂଚନା ଦେଇଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ଅନେକ ଛୋଟବଡ ଗଛ ପୋଡିଯାଇଥିବା ଅନୁମାନ କରାଯାଇଛି। ତେବେ ଆଧିକାରୀକ ଭାବେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଗତବର୍ଷ ଫେବୃଆରୀ ଶେଷ ସପ୍ତାହରେ ଶିମିଳିପାଳ ଅଭ୍ୟାୟରଣ୍ୟର ପ୍ରାୟ ହଜାରଟି ପଏଣ୍ଟରେ ନିଆଁ ଲାଗିଥିଲା। ଫଳରେ ଶହ ଶହ ହେକ୍ଟର ଜଙ୍ଗଲ ପୋଡି ପାଉଁସ ହୋଇଯାଇଥିଲା। ନାସା ପକ୍ଷରୁ ଶିମିଳିପାଳ ଅଗ୍ନିକାଣ୍ଡର ସେଟେଲାଇଟ ଫଟୋ ମଧ୍ୟ ଜାରି କରାଯାଇଥିଲା। ଗତବର୍ଷର ଅଗ୍ନିକାଣ୍ଡ ପରେ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ୬୦୦ଟି ସଚେତନତା ରାଲି ଏବଂ ୬୦ଟି ମିଳିତ ମୋକଡ୍ରିଲ କରିଥିଲା। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ତେବେ ସେ ସବୁ କେତେ ଦୂର କାର୍ଯ୍ୟରେ ଲାଗିଛି ତାହା କାହାକୁ ଅଛପା ନାହିଁ।

Also Read: ପୁଣି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ

ସୂଚନାଯୋଗ୍ୟ, ଶିମିଳିପାଳ ଜୈବମଣ୍ଡଳର ଆୟତନ ୨୭୫୦ ବର୍ଗ କି.ମି ରହିଛି, ସେଥିରୁ ୩୦୩ ବର୍ଗ କି.ମି ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରସିଦ୍ଧ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ରହିଛି। ଏଠାରେ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ବାସ କରନ୍ତି। ୧୦୭୬ ପ୍ରକାରର ବୃକ୍ଷ ଓ ବିରଳ ଔଷଧୀୟ ଗୁଳ୍ମ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ଲଗାତାର ମାନବ କୃତ୍ୟ ନିଆଁ ଲାଗୁଥିବାରୁ ଏସବୁ ଏବେ ବିପଦରେ ଅଛନ୍ତି।