ଆସନ୍ତା ୧୩ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ।
Trending Photos
ଭୁବନେଶ୍ବର: ତାତିରୁ ମିଳିଲା ତ୍ରାହି। ଏବେ ଅନୁଭୂତ ହେବ କାଳବୈଶାଖୀ ପ୍ରଭାବ। ଏହାକୁ ନଜରରେ ରଖି ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ପାଇଁ ଜାରି ହୋଇଛି ସତର୍କତା। ବିହାର-ଉତ୍ତର ପ୍ରଦେଶର ଆଖପାଖ ଅଞ୍ଚଳ ମଧ୍ୟରେ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଉଦ୍ଦେଶ୍ୟରେ କାଳବୈଶାଖୀ ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ସୁନ୍ଦରଗଡ, ଦେଓଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଆଦି ୧୬ ଜିଲ୍ଲାରେ ଘଡଘଡି ଏବଂ ବଜ୍ରପାତ (Lightning) ସହ ୩୦-୪୦ କିମି ବେଗରେ ପବନ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି କେନ୍ଦ୍ର। ଏହା ସହ ଏହି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
Also Read: ଅପରିବର୍ତ୍ତିତ ରହିବ ତାପମାତ୍ରା; ବଢିବ କାଳବୈଶାଖି ପ୍ରଭାବ
ସେହିପରି ଆସନ୍ତାକାଲି ୧୩ ଜିଲ୍ଲା ଏବଂ ୧୨ ତାରିଖରେ ୯ ଜିଲ୍ଲା ପାଇଁ କାଳବୈଶାଖୀ ଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୩ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବା ପରେ ୧୪ ତାରିଖରୁ ପୁଣି କାଳବୈଶାଖୀ ପ୍ରକୋପ ବଢିବା ନେଇ ଆକଳନ କରିଛନ୍ତି ପାଣିପାଗ କେନ୍ଦ୍ର। ଏହାସହ ଆସନ୍ତା ୩-୪ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ସେପଟେ କାଳବୈଶାଖୀ ମୁକାବିଲା ତଥା ସଚେତନତା କରିବା ନେଇ ଜିଲ୍ଲାପାଳଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।