କ୍ରମାଗତ ଭାବେ କିଛି ଦିନ ହେବ ତାପମାତ୍ରା ଖସି ଏବେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଶୀତ ଲହରୀ ନେଇ ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜ୍ୟକୁ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଛି ଜାଡ। ପୁଣି ଜାରି ହୋଇଛି ଶୀତ ଲହରୀ ସତର୍କତା। କ୍ରମାଗତ ଭାବେ କିଛି ଦିନ ହେବ ତାପମାତ୍ରା ଖସି ଏବେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ରେକର୍ଡ ହୋଇଛି। ଆସନ୍ତା ୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଶୀତ ଲହରୀ ନେଇ ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ୱାର୍ଣ୍ଣିଂ ଜାରି କରିଛି।
ସୋମବାର ସକାଳ ୮ଟା ୩୦ ସୁଦ୍ଧା ୧୧ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ମୟୂରଭଂଜ, ଦେଓଗଡ, ବରଗଡ, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ଅନୁଗୁଳରେ ଶୀତ ଲହରୀ (Cold Wave) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ହାଲୁକା କୁହୁଡି (Fog) ହେବାର ସମ୍ଭାବନା ରହିଛି।
Also Read: କୁହୁଡି ଚାଦରରେ ଢାଙ୍କିହେଲା ରାଜଧାନୀ; ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ (Odisha) ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ତଳେ ଏବଂ ଉପକୂଳ ଓଡିଶାରେ ୨ରୁ ୪ ଡିଗ୍ରୀ ତଳେ ରହିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି। ଶୀତ ଲହରୀରୁ ରକ୍ଷା ପାଇବାପାଇଁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ରାତି ଓ ପାହାନ୍ତିଆ ସମୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଆବଶ୍ୟକୀୟ ସଚେତନତା କରି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ SRC ଚିଠି ଲେଖିଛନ୍ତି।