Zee Odishaର ଅପିଲ: ବାସ୍, ଏତିକି କରନ୍ତୁ...
Advertisement
Article Detail0/zeeodisha/odisha657192

Zee Odishaର ଅପିଲ: ବାସ୍, ଏତିକି କରନ୍ତୁ...

ଆମେ ସତେତନ ହେବା, କୋରୋନାକୁ ଦୂରେଇ ଦେବା

ଫଟୋ ସୌଜନ୍ୟ: ଜୀ ମିଡିଆ

ଭୁବନେଶ୍ୱର: କୋରୋନା ଭାଇରସ୍ । ନାଁ ଶୁଣିଲେ ଡର ମାଡ଼ୁଛି । ସମଗ୍ର ବିଶ୍ୱରେ ଆତଙ୍କ । ଚୀନର ଉହାନ ପରେ ଇଟାଲୀ ଏବଂ ଆମେରିକାର ନ୍ୟୁୟର୍କ ସ୍ଥିତି ଦେଖିଲେ ଭୟ ଆସିବା ସ୍ୱାଭାବିକ । ଭାରତରେ ମଧ୍ୟ ଗୋଟିଏ ସପ୍ତାହ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଓଡ଼ିଶା ବି ବାଦ ପଡ଼ିନି । ତେବେ ଏହି ଭାଇରସରୁ ରକ୍ଷା ପାଇବାକୁ ହେଲେ ଆମକୁ ସଚେତନ ହେବା ସହ କିଛି ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ । ଜୀ ଓଡ଼ିଶା ମଧ୍ୟ ଆପଣଙ୍କୁ ଏନେଇ ସତର୍କ ରହିବାକୁ ଅପିଲ କରୁଛି । ଏନେଇ ଆମେ ବାସ୍ ତିନୋଟି ଦିଗ ଉପରେ ଗୁରୁତ୍ୱାରୋପ କରୁଛୁ । କୋରୋନାକୁ ନେଇ କୌଣସି ପ୍ରକାର ଭୟଭୀତ ନହୋଇ ଆପଣ ସଚେତନ ହୁଅନ୍ତୁ ଏବଂ ସତର୍କ ରୁହନ୍ତୁ ।  

କୋରୋନା ଭାଇରସକୁ ମାତ୍ ଦେବାକୁ ହେଲେ ଆମକୁ କିଛି କ୍ଷେତ୍ରରେ ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।  ଜୀ ଓଡ଼ିଶା ପକ୍ଷରୁ ରେସିଡେଣ୍ଡ ଏଡିଟର ଶରତ ପାଇକରାୟ ଏନେଇ ଗୁରୁତ୍ୱପୂର୍ଣ୍ଣ ୩ଟି ଦିଗ ଉପରେ ଲୋକଙ୍କୁ ସଚେତନ ରହିବା ପାଇଁ ଅପିଲ କରିଛନ୍ତି । 

(୧) ବର୍ତ୍ତମାନ ପରିସ୍ଥିତିରେ ଘରୁ ନ ବାହାରିବା ହିଁ ଆମ ସମସ୍ତଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । କୋରୋନା ମୁକାବିଲା ଦିଗରେ ଏହା ବେଶ ସହାୟକ ହେବ । ତେଣୁ ନିହାତି ଆବଶ୍ୟକତା ନଥିଲେ ଆପଣ ଘରୁ କୁଆଡ଼େ ଯାଆନ୍ତୁ ନାହିଁ । 

(୨) ଦ୍ୱିତୀୟରେ ଆପଣ ବାରମ୍ବାର ହାତକୁ ସାବୁନରେ ସଫା କରନ୍ତୁ । ଏହା ଦ୍ୱାରା ଆମେ କୋରୋନାକୁ ମାତ୍ ଦେଇପାରିବା । ଏଠାରେ ଆପଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥିବ, ହାତ ଧୋଇବା ସହ ଏହାର ସମ୍ପର୍କ କ'ଣ ? ଯଦି ଆମେ ସାବୁନ କିମ୍ବା ସାନିଟାଇଜରରେ ହାତ ସଫା କରୁଛୁ, ତେବେ କୋରୋନା ଭାଇରସ ନିଷ୍କ୍ରିୟ ହୋଇଯାଆନ୍ତି । 

(୩) ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ନିୟମ, ନିର୍ଦ୍ଦେଶନାମା ଇତ୍ୟାଦିକୁ ଏବେ ପାଳନ କରିବାକୁ ପଡ଼ିବ । ଏ କ୍ଷେତ୍ରରେ ସାଧାରଣ ଲୋକଙ୍କ ସହଯୋଗ ନିହାତି ଆବଶ୍ୟକ । କୋରୋନା ମୁକାବିଲା ପାଇଁ ସାଧାରଣ ଜନତା ସରକାରଙ୍କୁ ପୂର୍ଣ୍ଣ ମାତ୍ରରେ ସହଯୋଗ କରିବା ଉଚିତ । 

ଆପଣ ସଚେତନ ରହୁନ୍ତୁ, ସତର୍କତା ଅବଲମ୍ବନ କରନ୍ତୁ ଏବଂ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ନିୟମଙ୍କ ପାଳନ କରନ୍ତୁ । ଖୁବଶୀଘ୍ର ଆମେ କୋରୋନାକୁ ଦୂରେଇ ପାରିବା ।