close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୀପାବଳିରେ ବିରୁଷ୍କାଙ୍କ ରୋମାନ୍ସ

 ଫଟୋରେ ଉଭୟ ବେଶ୍‌ ରୋମାଣ୍ଟିକ ଓ ମସ୍ତି ମୁଡ୍‌ରେ ଦେଖାଯାଇଛନ୍ତି । ଏଥିରେ ଅନୁଷ୍କା ଜବରଦସ୍ତ ଲୁକ୍‌ରେ ଆସିଛନ୍ତି । ବିରାଟ ମଧ୍ୟ ହ୍ୱାଇଟ ଆଉଟ ଫିଟ୍‌ରେ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି ।

ଦୀପାବଳିରେ ବିରୁଷ୍କାଙ୍କ ରୋମାନ୍ସ

ମୁମ୍ବାଇ: କାଲି ଥିଲା ଦୀପାବଳି, ସମସ୍ତେ ଆଲୋକର ଉତ୍ସବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବାବେଳେ ସେଲିବ୍ରେଟିମାନେ ମଧ୍ୟ ଏଥରୁ ବାଦ ପଡ଼ି ନ ଥିଲେ ।
ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ୍ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା, ପତି ପତ୍ନୀ ଦୁହେଁ ଏକାଠି ପାଳନ କରିଥିଲେ ଦୀପାବଳି । ବିରାଟ ଏବଂ ଅନୁଷ୍କା ଯୋଡ଼ି ସେମାନଙ୍କର ରୋମାଣ୍ଟିକ୍ ପୋଜ୍ ଫଟୋ ଉଭୟ ସେମାନଙ୍କ ଟ୍ୱିଟର, ଇନଷ୍ଟାଗ୍ରାମ୍  ଆଦି ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଦୀପାବଳି ଅବସରରେ ବିରାଟ ସୋସିଆଲ ମିଡିଆରେ ଯେଉଁ ଫଟୋ ସେୟାର କରିଛନ୍ତି ତାହା ବିରାଟ ଓ ଅନୁଷ୍କାଙ୍କ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିତିଛି ।

ଏହି ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉଭୟ ବେଶ୍‌ ରୋମାଣ୍ଟିକ ଓ ମସ୍ତି ମୁଡ୍‌ରେ ଦେଖାଯାଇଛନ୍ତି । ଏଥିରେ ଅନୁଷ୍କା ଜବରଦସ୍ତ ଲୁକ୍‌ରେ ଆସିଛନ୍ତି । ବିରାଟ ମଧ୍ୟ ହ୍ୱାଇଟ ଆଉଟ ଫିଟ୍‌ରେ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି ।