Padampur By Election 2022: ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଗଡ଼ ଦଖଲ ପାଇଁ ବିଜେପି ବ୍ୟାକୁଳ, କେଉଁଠି ଅଛି କଂଗ୍ରେସ
Advertisement
Article Detail0/zeeodisha/odisha1463376

Padampur By Election 2022: ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଗଡ଼ ଦଖଲ ପାଇଁ ବିଜେପି ବ୍ୟାକୁଳ, କେଉଁଠି ଅଛି କଂଗ୍ରେସ

Padampur Bypoll: ଧାମନଗର ବିଜୟ ପରେ ଏବେ ବିଜେପି ପଦମପୁର ଦଖଲ କରିବାକୁ ଅଣ୍ଟାଭିଡ଼ିଛି। ଅନ୍ୟପଟେ ଧାମନଗର ପରାଜୟ ପରେ ବିଜେଡ଼ି ପଦମପୁର ଗଡ଼ ବଜୟ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛ। ପଦମପୁର ଉପନିର୍ବାଚନ ଶାସକ ଦଳ ପାଇଁ ଏକ ସମ୍ମାନଜନକ ପ୍ରସଙ୍ଗ ପାଲଟିଛି। ଧାମନଗର ବିଜୟକୁ ନେଇ ଉତ୍ସାହିତ ହୋଇଉଠିଥିବା ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧିନ ବିଜେଡ଼ି ବିରୋଧରେ ଗ୍ରାମାଞ୍ଚଳରେ ମୁକାବିଲା କରିବା ପାଇଁ କୌଣସି ପଥ ଛାଡିନାହିଁ। କଂଗ୍ରେସ ଏଥର କୃଷକଙ୍କ ସମସ୍ୟାକୁ ନେଇ ଉଭୟ ବିଜେପି-ବିଜେଡି ବିରୋଧରେ ଆକ୍ରମଣ କରିବାକୁ ଯୋଜନା କରିଛି। 

Padampur By Election 2022: ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଗଡ଼ ଦଖଲ ପାଇଁ ବିଜେପି ବ୍ୟାକୁଳ, କେଉଁଠି ଅଛି କଂଗ୍ରେସ

Odisha Politics: ରାଜ୍ୟର ପଦମପୁର ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ସରଗରମ ରହିଛି ଓଡି଼ଶା ରାଜନୀତି। କାରଣ ଏହି ଉପନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସେମାନଙ୍କର ବିଜୟ ବାନା ଉଡ଼ାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ବିଗତ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ୨୦୦୯ ପରେ  ପ୍ରଥମ ଥର ପାଇଁ ଉପନିର୍ବାଚନରେ ପରାଜୟ ବରଣ କରିଛି। ଯାହାର ସଦ୍ୟତମ ଉଦାହରଣ ହେଉଛି ଧାମନଗର ଉପନିର୍ବାଚନ। ଏହି ନିର୍ବାଚନରେ ବିଜେପି ନିଜର ବିଜୟବାନା ଉଡ଼ାଇବାରେ ସଫଳ ହୋଇଛି।

ଧାମନଗର ବିଜୟ ପରେ ଏବେ ବିଜେପି ପଦମପୁର ଦଖଲ କରିବାକୁ ଅଣ୍ଟାଭିଡ଼ିଛି। ଅନ୍ୟପଟେ ଧାମନଗର ପରାଜୟ ପରେ ବିଜେଡ଼ି ପଦମପୁର ଗଡ଼ ବଜୟ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛ। ପଦମପୁର ଉପନିର୍ବାଚନ ଶାସକ ଦଳ ପାଇଁ ଏକ ସମ୍ମାନଜନକ ପ୍ରସଙ୍ଗ ପାଲଟିଛି। ଧାମନଗର ବିଜୟକୁ ନେଇ ଉତ୍ସାହିତ ହୋଇଉଠିଥିବା ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧିନ ବିଜେଡ଼ି ବିରୋଧରେ ଗ୍ରାମାଞ୍ଚଳରେ ମୁକାବିଲା କରିବା ପାଇଁ କୌଣସି ପଥ ଛାଡିନାହିଁ। କଂଗ୍ରେସ ଏଥର କୃଷକଙ୍କ ସମସ୍ୟାକୁ ନେଇ ଉଭୟ ବିଜେପି-ବିଜେଡି ବିରୋଧରେ ଆକ୍ରମଣ କରିବାକୁ ଯୋଜନା କରିଛି। 

ପଦମପୁର ଉପନିର୍ବାଚନ ବେଳେ ଦଳୀୟ ପ୍ରଚାର କରିବା ବେଳେ ରାଜ୍ୟର ୩ ପ୍ରମୁଖ ଦଳ କୃଷି ଏବଂ କୃଷକ ପ୍ରସଙ୍ଗ ଉଠାଇଛନ୍ତି। କାରଣ ଏହି ନିର୍ବାଚନମଣ୍ଡଳୀର ୮୨ ପ୍ରତିଶତ ମତଦାତା ହେଉଛନ୍ତି କୃଷି ସମ୍ପ୍ରଦାୟରୁ ଆସୁଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, କେନ୍ଦୁପତ୍ର ତୋଳାଳୀଙ୍କୁ କମ ମଜୁରୀ ପ୍ରଦାନ,  ଧାନ କ୍ରୟରେ ଅବ୍ୟବସ୍ଥା ଏବଂ ଫସଲ ବୀମା ପ୍ରଦାନରେ ବିଳମ୍ବ ଏବଂ ମରୁଡ଼ି ପ୍ରଭାବିତ କୃଷକଙ୍କ ପାଇଁ ଇନପୁଟ୍ ସବସିଡି ଦେୟ ଭଳି ପ୍ରସଙ୍ଗ ଉଠାଇଛନ୍ତି। 

ଏହା ବ୍ୟତୀତ ପଦମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଏବଂ ସ୍ଥାନୀୟ ଯୁବକଙ୍କ ସମସ୍ୟା ଭଳି ପ୍ରସଙ୍ଗ ମଧ୍ୟ ଉଠିଛି। ଏହା ବ୍ୟତୀତ ପଦମପୁର ଦେଇ ଯିବାକୁ ଥିବା ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ମଧ୍ୟ ଏହି ଉପନିର୍ବାଚନରେ ସ୍ଥାନୀତ ହୋଇଛି। କେବଳ ସେତିକି ନୁହେଁ  ଏହା ବ୍ୟତୀତ ଗନ୍ଧମାର୍ଦ୍ଧନ ପାହାଡ଼ର ପାଦଦେଶରେ ଅବସ୍ଥିତ ଜଙ୍ଗଲ ମଧ୍ୟ ପଦମପୁର ଆସନରେ ରାଜନୈତିକ ତାତିକୁ ବଢାଇ ଦେଇଛି। 

ନିର୍ବାଚନ ଲଢୁଥିବା ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ସେମାନଙ୍କ ଦଳର ପ୍ରଚାରକ ପ୍ରଚାର କରିଛନ୍ତି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପଦମପୁର ଆସନର ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି  ୨ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଅଶ୍ୱନୀ ବୈଷ୍ଣବ ପ୍ରଚାର କରିଛନ୍ତି। ଅନ୍ୟପଟେ ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି।  ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କ ପାଇଁ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଜୟଦେବ ଜେନା ଏବଂ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରଚାର କରିଛନ୍ତି।

ବର୍ତ୍ତମାନ ୩ ଦଳର ନଜର ପଦମପୁର ଆସନର ଆଦିବାସୀ ମତଦାତାଙ୍କ ଉପରେ ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀର ମୋଟ ମତଦାତାଙ୍କ ମଧ୍ୟରୁ ୨୯% ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର।   ଏପରିକି ନିଜେ ନିର୍ବାଚନ ଲଢୁଥିବା ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂହ ବରିହା ବିଞ୍ଝାଲ ଆଦିବାସୀ ସମ୍ପ୍ରଦାୟରୁ ଆସୁଛନ୍ତି। ବିଜେଡି ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱୀ ଉଭୟ ବିଜେପି-କଂଗ୍ରେସ ପ୍ରାର୍ଥୀ ସାଧାରଣ ବର୍ଗରୁ ଆସୁଛନ୍ତି। 

ଗତ ୨୦୧୯ ନିର୍ବାଚନରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂହ ବରିହା ପାଖାପାଖି ୫ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏଥର ବିଜେଡି ଲାଗି କୃଷକଙ୍କ ସମସ୍ୟା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଯାହାର ଫାଇଦା ନେବାକୁ ବିଜେପି ଅନେଇ ରହିଛି। କାରଣ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କୃଷି ଏବଂ କୃଷକ ପୃଷ୍ଠଭୂମିରୁ ଆସୁଛନ୍ତି। 

ପଦମପୁର ନିର୍ବାଚନମଣ୍ଡଳୀ ପଦମପୁର, ପାଇକମାଳ ଏବଂ ଝାରବନ୍ଧ ବ୍ଲକକୁ ନେଇ ଗଠିତ। ଏହି ଅଞ୍ଚଳରେ ଜଳ ସେଚନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଯଦିଓ ୨୦୧୦ ସୁଦ୍ଧା ୩୫ ପ୍ରତିଶତ ଚାଷ ଜମି ଜଳସେଚିତ ହେବ ବୋଲି ବିଜେଡି ସରକାର ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୁରୁଖା କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ କୃଷକଙ୍କ ସମସ୍ୟା ପାଇଁ ରାଜ୍ୟ ସରକାର ଦାୟୀ।

ଚାଷ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଜୀବିକା ନ ଥିବାରୁ ସ୍ଥାନୀୟ ଲୋକଙ୍କ ପଳାୟନ ଏଠାକାର ଏକ ମୁଖ୍ୟ ସମସ୍ୟା। ସରକାରୀ ତଥ୍ୟ ମୁତାବକ ପଦମପୁର ଅଞ୍ଚଳରୁ ପ୍ରାୟ ୨୫ ହଜାର ଯୁବକ ଅନ୍ୟ  ରାଜ୍ୟକୁ ପଳାୟନ କରିଛନ୍ତି। ସମସ୍ତ ୩ ପ୍ରମୁଖ ଦଳ ଏହି ପ୍ରବାସୀ ଶ୍ରମିକଙ୍କୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରୁଛନ୍ତି।