Advertisement
Article Detail0/zeeodisha/odisha2314633
Zee OdishaZee Odishaଆଜି ରାଜ୍ୟ ବିଜେପି ପକ୍ଷରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା

ଆଜି ରାଜ୍ୟ ବିଜେପି ପକ୍ଷରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଆଜି ରାଜ୍ୟ ବିଜେପି ପକ୍ଷରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଆଜି ରାଜ୍ୟ ବିଜେପିର ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ। ନିର୍ବାଚନରେ ଜିତିଥିବା ବିଜେପିର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହିବେ। ଏଥିସହ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ତେବେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏହି ଉତ୍ସବ ପାଳନ କରାଯିବ ବୋଲି ଜଣାପଡ଼ିଛି। 

ରାଜଧାନୀ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ନିର୍ବାଚନରେ ବିପୁଳ ବିଜୟ ପରେ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦେବାକୁ ଦଳ ପକ୍ଷରୁ ବଡ଼ ଆୟୋଜନ କରାଯାଇଛି। ସାଧାରଣ ନିର୍ବାଚନରେ ବିଧାନସଭାରେ ୭୮ଟି ଆସନରେ ବିଜୟୀ ହୋଇ ଦଳ ରାଜ୍ୟରେ ସରକାରକୁ ଆସିଥିବା ବେଳେ ଲୋକସଭାରେ ମୋଟ ୨୧ଆସନରୁ ୨୦ଟିରେ ଦଳ ବାଜିମାତ କରିଛି। 

Add Zee News as a Preferred Source
About the Author