୧୯୨୧ ମସିହାରେ ବ୍ରିଟିଶ (British) ସରକାର ସ୍ଥାପନା କରିଥିଲେ। ବିଗତ ଦିନରେ ରାଜାଙ୍କ ମୁଖ୍ୟ କାର୍ଯ୍ୟାଳୟ ଏବଂ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ନ୍ୟାୟାଳୟ ସମେତ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଭାବେ କାମ କରୁଥିଲା।
Trending Photos
ହିମାଂସୁ ସେଖର ସାହୁ, ବୌଦ୍ଧ: ଜିଲ୍ଲାର ସର୍ବ ପୁରାତନ କଚେରୀ କୋଠା ହେବ ଜିଲ୍ଲାସ୍ତରୀୟ ସଂଗ୍ରହାଳୟ। ଏଠାରେ ସ୍ଥାନ ପାଇବ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଐତିହ୍ୟ। କୋଠାଟିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସଂଗ୍ରହାଳୟର ମାନ୍ୟତା ଦିଆଯିବ। ଜିଲ୍ଲା ଗଠନ ଦିବସ ଅବସରରେ ଜିଲ୍ଲାବାସୀଙ୍କ ପାଇଁ ପ୍ରଶାସନ ଉତ୍ସର୍ଗୀକୃତ କରିବ। ଯାହାକୁ ନେଇ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି।
ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବୌଦ୍ଧ (Boudha) ଜିଲ୍ଲା ପୂର୍ବେ ଥିଲା ଏକ ଗଡଜାତ ରାଜ୍ୟ। ଅମେଇରୁ ଯେ କମେଇ, ଝରାକେନ୍ଦୁରୁ ପଶାପାଣି ପର୍ଯ୍ୟନ୍ତ ଥିଲା ଏହାର ପରିଧି। ଏହାରି ଭିତରେ ରହିଛି ରାଜାରାଜୁଡା ଅମଳର ଅନେକ ଐତିହ୍ୟ ସଂସ୍କୃତି ପରମ୍ପରା ଓ କୀର୍ତିରାଜି। ସେଥିମଧ୍ୟରୁ ରାଜା ଯୋଗୀନ୍ଦ୍ର ଦେବଙ୍କ କଚେରୀ କୋଠା (Kacheri Kotha) ଅନ୍ୟତମ। ଯାହାକି ୧୯୨୧ ମସିହାରେ ବ୍ରିଟିଶ (British) ସରକାର ସ୍ଥାପନା କରିଥିଲେ। ବିଗତ ଦିନରେ ରାଜାଙ୍କ ମୁଖ୍ୟ କାର୍ଯ୍ୟାଳୟ ଏବଂ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ନ୍ୟାୟାଳୟ ସମେତ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଭାବେ କାମ କରୁଥିଲା। ସେହି କଚେରୀ କୋଠାକୁ ୧୦୦ ବର୍ଷ ପୁରୁଛି। ଆଉ ତାହାକୁ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି।
ଜିଲ୍ଲାର ସର୍ବ ପୁରାତନ କୋଠା ସଂଗ୍ରହାଳୟ (museum)ରେ ପରିଣତ କରାଯିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଐତିହ୍ୟ କୀର୍ତିରାଜି ସାଇତି ରଖାଯିବ। ଫଳରେ ପର ପିଢ଼ି ଜିଲ୍ଲାର ଐତିହ୍ୟ ସଂସ୍କୃତି ବାବଦରେ ଜାଣିପାରିବେ। ଆସନ୍ତା ଜାନୁୟାରୀ ୨ ତାରିଖରେ ବୌଦ୍ଧ ଜିଲ୍ଲା ଗଠନର ୨୬ ବର୍ଷ ପୁରୀ ୨୭ ଚାଲିବ। ସେହିଦିନ ନୂତନ ସଂଗ୍ରହାଳୟକୁ ଜିଲ୍ଲାବାସୀଙ୍କ ପାଇଁ ବୌଦ୍ଧ ଜିଲ୍ଲାପାଳ ଉତ୍ସର୍ଗୀକୃତ କରିବେ।
ହାତରେ କମ ସମୟ ଥିବାରୁ କୋଠାର ଭିତର ଏବଂ ବାହାର ପାର୍ଶ୍ଵରେ ଏବେ କାମ ଚାଲିଛି। ଅନ୍ୟପଟେ ଜିଲ୍ଲାର କଣ୍ଟମାଳ, ହରଭଙ୍ଗା ଏବଂ ବୌଦ୍ଧ ବ୍ଲକରେ ସ୍ୱତନ୍ତ୍ର କ୍ୟାମ୍ପ କରି ସଂଗ୍ରହାଳୟ ପାଇଁ ପୁରାତନ କୀର୍ତିରାଜି ସଂଗ୍ରହ କରାଯାଉଛି। ରାଜ୍ୟ ବାହାରେ ଥିବା ବୌଦ୍ଧର ଐତିହ୍ୟକୁ ଫେରାଇ ଅଣାଯାଇ ସଂଗ୍ରହାଳୟରେ ସ୍ଥାନିତ କରିବାକୁ ମତ ପ୍ରକାଶ ପାଇଛି। ସଂଗ୍ରହାଳୟ ହେବା ଦ୍ୱାରା ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଆକୃଷ୍ଟ କରିପାରିବ ବୋଲି ବୋଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କହିଛନ୍ତି।