ମାଓବାଦୀଙ୍କ ବନ୍ଧୁକ କାରଖାନା ଉପରେ ବିଏସଏଫ ଜବାନଙ୍କ ଚଢ଼ଉ, ବିସ୍ଫୋରକ ଜବତ
Advertisement
Article Detail0/zeeodisha/odisha2334036

ମାଓବାଦୀଙ୍କ ବନ୍ଧୁକ କାରଖାନା ଉପରେ ବିଏସଏଫ ଜବାନଙ୍କ ଚଢ଼ଉ, ବିସ୍ଫୋରକ ଜବତ

Bsf raids: ଜଙ୍ଗଲ ଭିତରେ ଏଭଳି କାରଖାନାର ସନ୍ଧାନ ମିଳିବା ପରେ ଅନୁମାନ କରାଯାଉଛି ଯେ, ମାଓବାଦୀ କିଛି ବଡ଼ ଯୋଜନା କରିବାକୁ ଯାଉଥିଲେ। ସେଥିପାଇଁ ଏହିସବୁ ଲୁଚାଇ ରଖିଥିଲେ। 

ମାଓବାଦୀଙ୍କ ବନ୍ଧୁକ କାରଖାନା ଉପରେ ବିଏସଏଫ ଜବାନଙ୍କ ଚଢ଼ଉ, ବିସ୍ଫୋରକ ଜବତ

କୋରାପୁଟ: ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଂଚଳରେ ଗତକାଲି ମାଓବାଦୀଙ୍କ ବନ୍ଧୁକ କାରଖାନାରେ ଚଢ଼ଉ କରିଛି ବିଏସଏଫ ଟିମ୍। ଘଟଣାସ୍ଥଳରୁ ୬ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ବିସ୍ଫୋରକ ଓ ସାମଗ୍ରୀ ଜବତ ହୋଇଛି।  

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧିନସ୍ଥ ରାଲିଗଡ ପଞ୍ଚାୟତରେ ଥିବା ବରହାଭଲସା ଓ ଚିଦାମାମିଦି ଗାଁରେ ଚଢ଼ଉ କରିବା ପରେ ଏଭଳି ସରଞ୍ଜାମ ପାଇଛି ବିଏସଏଫ ପୁଲିସ। ମାଓବାଦୀଙ୍କ ଏଭଳି ଛୋଟ କାରଖାନା ସମ୍ପର୍କରେ ବିଏସଏଫର ଗୁଇନ୍ଦା ଶାଖାରୁ ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାର ଘଞ୍ଚ ଜଙ୍ଗଲ ଭିତରେ ଥିବା ଦୁଇଟି ଗାଁ ଭିତରେ ଯାଞ୍ଚ କରିଥିଲେ ବିଏସଏଫ ଜବାନ । ଏହି ସମୟରେ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଉପରେ ପଡିଥିଲା ନଜର। ଚଢ଼ଉ କରି ସବୁ ସାମଗ୍ରୀକୁ ଜବତ କରାଯାଇଥିଲା। ତେବେ ବିଏସଏଫ ସ୍ପେଶାଲ ଅପରେସନ ଆଇଜି କେ ସି ଜଟଙ୍କ ନିର୍ଦ୍ଦେଶରେ ହୋଇଥିଲା ଏହି ଅପରେସନ। ସିଓବି ରେଲିଗଡା ୬୫ ବାଟାଲିୟନର ଅଧିକାରୀ ଓ ଜବାନ ଏହି ଅପରେସନରେ ସାମିଲ ହୋଇଥିଲେ।

ଅନ୍ୟପଟେ ଜଙ୍ଗଲ ଭିତରେ ଏଭଳି କାରଖାନାର ସନ୍ଧାନ ମିଳିବା ପରେ ଅନୁମାନ କରାଯାଉଛି ଯେ, ମାଓବାଦୀ କିଛି ବଡ଼ ଯୋଜନା କରିବାକୁ ଯାଉଥିଲେ। ସେଥିପାଇଁ ଏହିସବୁ ଲୁଚାଇ ରଖିଥିଲେ।