Airtel, Vodafone Idea ଏବଂ Jio: ପ୍ରତିଦିନ ୨ ଜିବି ଡାଟାର ବେଷ୍ଟ ପ୍ଲାନ
Advertisement
Article Detail0/zeeodisha/odisha1128787

Airtel, Vodafone Idea ଏବଂ Jio: ପ୍ରତିଦିନ ୨ ଜିବି ଡାଟାର ବେଷ୍ଟ ପ୍ଲାନ

ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଜିଓ କମ୍ପାନୀ ଏହି ସମୟରେ ୧ ଜିବିରୁ ନେଇ ୩ ଜିବି ଯାଏ ଦୈନିକ ପ୍ରିପେଡ ଡାଟା ପ୍ଲାନ ଦେଉଛନ୍ତି । ଭୋଡାଫୋନ ସ୍ପେଶାଲ ଡବଲ ଡାଟା ଅଫର ମଧ୍ୟ ଦେଇଛି ।

Airtel, Vodafone Idea ଏବଂ Jio: ପ୍ରତିଦିନ ୨ ଜିବି ଡାଟାର ବେଷ୍ଟ ପ୍ଲାନ

ନୂଆଦିଲ୍ଲୀ: ମୋବାଇଲ ଡାଟା, ଏହି ସମୟରେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଏହା ସହ ବିଶେଷ କରି ବର୍ତ୍ତମାନ ସମୟରେ ଭାରତ ସମେତ ସାରା ବିଶ୍ୱରେ ଲୋକ ନିଜ ଘରେ ରହୁଛନ୍ତି । ତେବେ ଆପଣଙ୍କର ଯଦି ଅଧିକ ଡାଟା ବ୍ୟବହାର ରହିଛି, ତେବେ ଦୈନିକ ଡାଟା ମଧ୍ୟରେ ଆପଣଙ୍କୁ ଭୋଡାଫୋନ ଆଇଡିଆ, ଏୟାରଟେଲ ଏବଂ ଜିଓର ବେଷ୍ଟ ୨ ଜିବି ଡାଟାର ପ୍ରିପେଡ୍ ରିଚାର୍ଜ ପ୍ଲାନ ସମ୍ପର୍କରେ ସୂଚନା ଦେବୁ।

ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଜିଓ କମ୍ପାନୀ ଏହି ସମୟରେ ୧ ଜିବିରୁ ନେଇ ୩ ଜିବି ଯାଏ ଦୈନିକ ପ୍ରିପେଡ ଡାଟା ପ୍ଲାନ ଦେଉଛନ୍ତି । ଭୋଡାଫୋନ ସ୍ପେଶାଲ ଡବଲ ଡାଟା ଅଫର ମଧ୍ୟ ଦେଇଛି । ଏଥିରେ କମ୍ପାନୀ ନିଜର କିଛି ବଛାବଛା ସର୍କଲରେ ନିଜର ତିନୋଟି ପ୍ଲାନରେ ଦୁଇ ଗୁଣ ଡାଟା ପ୍ରଦାନ କରୁଛି । ତେବେ ଆଜି ଜାଣିବା କି କେଉଁ କମ୍ପାନୀ ୨ ଜିବି ହାଇସ୍ପିଡ ଡାଟା ଦୈନିକ ପ୍ରଦାନ କରୁଛି । ଆସନ୍ତୁ ଜାଣିବା, Airtel, Vodafone Idea ଏବଂ Reliance Jioର ବେଷ୍ଟ ୨ ଜିବି ଡାଟା ପ୍ଲାନ ସମ୍ପର୍କରେ.

ଏୟାରଟେଲର ୨ ଜିବି ଦୈନିକ ଡାଟା ପ୍ରିପେଡ ରିଚାର୍ଜ ପ୍ଲାନ
ଏୟାରଟେଲର ସବୁଠାରୁ ଶସ୍ତା ୨ ଜିବି ଦୈନିକ ଡାଟା ପ୍ଲାନ ୨୫୨.୫୪ ଟଙ୍କାରୁ ଆରମ୍ଭ ହୋଇଥାଏ । ଏହି ପ୍ଲାନରେ ୨ ଜିବି ହାଇ-ସ୍ପିଡ ଡାଟା ପ୍ରତିଦିନ ମିଳିଥାଏ । ପ୍ଲାନରେ ମାଗଣା ଅନଲିମିଟେଡ ଲୋକାଲ ଏବଂ ନ୍ୟାସନାଲ କଲିଂ ସହ ଶହେ ଡେଲି ଏସଏମଏସ ମଧ୍ୟ ମାଗଣା ମିଳିଥାଏ । ଏହି ପ୍ଲାନର ବୈଧତା ୨୮ ଦିନର ରହିଛି । କମ୍ପାନୀ ଏକ ୨୯୫.୭୬ ଟଙ୍କାର ପ୍ଲାନ ମଧ୍ୟ ଦେଉଛି, ଯେଉଁଥିରେ ୫୨ ଟଙ୍କା ପ୍ଲାନର ସମାନ ଫାଇଦା ଏବଂ ବୈଧତା ରହିଛି, ହେଲେ ଏଥିରେ ଆମାଜନ ପ୍ରାଇମ୍ ସବସ୍କ୍ରିପସନ୍ ମଧ୍ୟ ମିଳିଥାଏ।

Airtel ର ୩୮୦.୫୧ ଟଙ୍କା ଏବଂ ୫୯୧.୫୩ ଟଙ୍କାର ଦୈନିକ ଡାଟା ପ୍ଲାନର ସମସ୍ତ ଫାଇଦା ୨୫୨.୫୪ ଟଙ୍କା ପ୍ଲାନ ସହ ସମାନ ରହିଛି । ଏହି ସମସ୍ତ ପ୍ଲାନରେ ମଧ୍ୟ ୨ ଜିବି ଦୈନିକ ଡାଟା, ମାଗଣା ଅନଲିମିଟେଡ ଲୋକାଲ ଏବଂ ନ୍ୟାସନାଲ କଲିଂ, ମାଗଣା ୧୦୦ ଦୈନିକ ଏସଏମଏସ ମଧ୍ୟ ମିଳୁଛି । ତେବେ ଏହାର ବୈଧତା ଭିନ୍ନ ରହିଛି । ଏୟାରଟେଲର ୩୮୦.୫୧ ଟଙ୍କା ଏବଂ ୫୯୧.୫୩ ଟଙ୍କାର ପ୍ଲାନରେ ୫୬ ଦିନ ଏବଂ ୮୪ ଦିନର ବୈଧତା ମିଳିଥାଏ।

ଯଦି ଆପଣ ବର୍ଷାସାରା ରିଚାର୍ଜ ଏକାସାଙ୍ଗରେ କରିବାକୁ ଚାହୁଁଛନ୍ତି, ତେବେ କମ୍ପାନୀର 2116.95 ଟଙ୍କାର ପ୍ଲାନ ରହିଛି । ଏଥିରେ ସମସ୍ତ ଲାଭ ସମାନ ରହିଛି, କେବଳ ଏଥିରେ ଆପଣଙ୍କୁ 365 ଦିନର ବୈଧତା ଆପଣଙ୍କୁ ମିଳିବ।

ଭୋଡାଫୋନ ଆଇଡିଆର ୨ ଜିବି ଦୈନିକ ଡାଟା ପ୍ରିପେଡ ରିଚାର୍ଜ ପ୍ଲାନ
Vodafone Idea ଲିମିଟେଡ ସମୟ ପାଇଁ ସ୍ପେଶାଲ ଡବଲ ଡାଟା ଅଫର ଚଳାଇଛି । ଏହା ଅନୁସାରେ କମ୍ପାନୀର ୨୯୯ ଟଙ୍କା, ୪୪୯ ଟଙ୍କା ଏବଂ ୬୯୯ ଟଙ୍କାର ପ୍ଲାନ ଉପରେ ଡବଲ ଡାଟା ମିଳିବ । ଏହା ପ୍ଲାନରେ ପୂର୍ବରୁ ୨ ଜିବି ଦୈନିକ ହାଇ-ସ୍ପିଡ ଡାଟା ମିଳିୁଥିଲା । ଏବେ ସୀମିତ ସମୟ ପାଇଁ ଏହି ପ୍ଲାନରେ ୪ ଜିବି ଡାଟା ଦୈନିକ ମିଳୁଛି । ଏହାର ବୈଧତା ୨୮ ଦିନ, ୫୬ ଦିନ ଏବଂ ୮୪ ଦିନ ରହିଛି । ଏହି ତିନୋଟି ପ୍ଲାନରେ ଅନଲିମିଟେଡ ଲୋକାଲ ଏବଂ ନ୍ୟାସନାଲ କଲିଂ, ୧୦୦ ଏସଏମଏସ ଦୈନିକ ମିଳିଥାଏ । ଏହା ଛଡ଼ା ଭୋଡାଫୋନ ୟୁଜର୍ସଙ୍କୁ ୪୯୯  ଟଙ୍କାର Vodafone Play ସବସ୍କ୍ରିପସନ ଏବଂ ୯୯୯ ଟଙ୍କାର ZEE5 ସବସ୍କ୍ରିପସନ ମିଳିଥାଏ । ଏହି ଦୁଇଟି ସବସ୍କ୍ରିପସନ ଆଇଡିଆ ଗ୍ରାହକଙ୍କ ପାଇଁ ନୁହେଁ।

ରିଲାୟନ୍ସ ଜିଓର ୨ ଜିବି ଦୈନିକ ଡାଟା ପ୍ରିପେଡ ରିଚାର୍ଜ ପ୍ଲାନ
ଜିଓର ୨୪୯ ଟଙ୍କା, ୪୪୪ ଟଙ୍କା, ୯୯ ଟଙ୍କା ଏବଂ ୨୩୯୯ ଟଙ୍କାର ଚାରୋଟି ପ୍ଲାନରେ ୨ ଜିବି ଡାଟା ଦୈନିକ ମିଳିଥାଏ । ଏହା ଛଡ଼ା ଏଥିରେ ୧୦୦ ମାଗଣା ଡେଲି ଏସଏମଏସ ଏବଂ ଜିଓରୁ ଜିଓ ଅସୀମିତ କଲିଂ ଫାଇଦା ମିଳିଥାଏ । ଜିଓରୁ ଅନ୍ୟ ନେଟୱାର୍କ କଲିଂ ପାଇଁ ଏହି ଚାରୋଟି ପ୍ଲାନରେ ୧୦୦୦, ୨୦୦୦, ୩୦୦୦, ଏବଂ ୧୨୦୦୦ ହଜାର ନନ୍-ଜିଓ FUP ମିଳିଥାଏ ଏବଂ ଏହାର ବୈଧତା 28.56,84 ଏବଂ ୩୬୫ ଦିନର ରହିଛି।

ଜିଓ ପାଖରେ ଏକ ୨ ହଜାର ୫୯୯ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ମଧ୍ୟ ଅଛି, ଯାହାର ଫାଇଦା ଏବଂ ବୈଧତା ୨,୩୯୯ ଟଙ୍କା ସହ ସମାନ ରହିଛି । ହେଲେ ଏହି ପ୍ଲାନରେ ୟୁଜର୍ସଙ୍କୁ ୧୦ ଜିବି ଅତିରିକ୍ତ ମୋଟ୍ ଡାଟା ଏବଂ Disney+Hotstar ସବସ୍କ୍ରିପସନ ମିଳିବ । ଯଦି ଆପଣ ବାର୍ଷିକ ପ୍ଲାନ ଏବଂ ସାଙ୍ଗରେ Disney+Hotstar ମେମ୍ବରସିପ୍ ଚାହୁଁଛନ୍ତି, ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ସବୁଠାରୁ ବେଷ୍ଟ ।

Also Read: Asia Cup 2022: ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକ୍, ୨୭ ଅଗଷ୍ଟରୁ ଶ୍ରୀଲଙ୍କାରେ ଟୁର୍ଣ୍ଣାମେଣ୍ଟ

Also Read: ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରି ନେଇ RBI ଦେଲା ବଡ଼ ସୂଚନା