Tesla ନେଇ ଆସିଲା ବଡ ଖବର; Elon Musk କୁ ପୁନର୍ବାର କଡ଼ା ଜବାବ ଦେଲା ଭାରତ
Advertisement

Tesla ନେଇ ଆସିଲା ବଡ ଖବର; Elon Musk କୁ ପୁନର୍ବାର କଡ଼ା ଜବାବ ଦେଲା ଭାରତ

କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଯେ ଏଲୋନ୍ ମସ୍କ ଓ ଟେସଲା ଭାରତରେ ସ୍ୱାଗତଯୋଗ୍ୟ କିନ୍ତୁ ଆତ୍ମନିର୍ଭରଶୀଳ ଭାରତ ନୀତିରେ ସରକାର ଆପୋଷ ବୁଝାମଣା କରିବେ ନାହିଁ ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ (Mahendra Nath Pandey) କହିଛନ୍ତି ଯେ ଏଲୋନ୍ ମସ୍କ ( Elon Musk) ଓ ଟେସଲା (Tesla) ଭାରତରେ ସ୍ୱାଗତଯୋଗ୍ୟ କିନ୍ତୁ ଆତ୍ମନିର୍ଭରଶୀଳ ଭାରତର ନୀତିରେ ସରକାର କୌଣସି ପ୍ରକାର ଆପୋଷ ବୁଝାମଣା କରିବେ ନାହିଁ । ବାସ୍ତବରେ, ଆମେରିକାର ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ପ୍ରତିଷ୍ଠାତା ତଥା ସିଇଓ ଏଲୋନ୍ ମସ୍କ ଗତ ମାସରେ କହିଥିଲେ ଯେ ଟେସଲା ଭାରତରେ ଏହାର କାର ବିକ୍ରୟ ପାଇଁ ଅନୁମତି ପାଇବା ପରେ ଏହାର ସ୍ଥାନୀୟ ଉତ୍ପାଦନ ବିଷୟରେ ନିଷ୍ପତ୍ତି ନିଆଯିବ ।

ଭାରତରେ ଏହାର ଉତ୍ପାଦ ବିକ୍ରୟ କରିବା ପାଇଁ ଟେସଲା ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଦାବି କରୁଛି । ଟେସଲା ଭାରତରେ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବାର ସମ୍ଭାବନାକୁ ନେଇ ଟ୍ୱିଟରରେ ଏକ ପ୍ରଶ୍ନର ଉତ୍ତରରେ ମସ୍କ କହିଛନ୍ତି, "ଟେସଲା ଏହାର ଉତ୍ପାଦନ କାରଖାନା ଏପରି କୌଣସି ଜାଗାରେ ସ୍ଥାପନ କରିବ ନାହିଁ, ଯେଉଁଠାରେ ପୂର୍ବରୁ ଏହାର କାର ବିକ୍ରୟ ଓ ସର୍ଭିସକୁ ଅନୁମତି ଦିଆଯାଇ ନାହିଁ ।"

ଭାରୀ ଶିଳ୍ପ ଓ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ପାଣ୍ଡେ ଏକ ସାର୍ବଜନୀନ ଚ୍ୟାନେଲରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆତ୍ମନିର୍ଭରଶୀଳ ଭାରତ ନୀତିରେ ଆଗକୁ ବଢ଼ାଇଛନ୍ତି ଓ ଏହାର ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛନ୍ତି । ଆମେ କୌଣସି ପ୍ରକାରର ଆପୋଷ ବୁଝାମଣା କରିବୁ ନାହିଁ । ସେ କହିଛନ୍ତି ଯେ ଦେଶର ନୀତିକୁ ଦୃଷ୍ଟିରେ ରଖି ଟେସଲା, ଏଲୋନ୍ ମସ୍କ ଭାରତରେ ସ୍ୱାଗତଯୋଗ୍ୟ ।

କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ କହିଛନ୍ତି ଯେ ଏଲୋନ୍ ମସ୍କକୁ କୌଣସି ମୂଲ୍ୟରେ ବିଦେଶରେ ଉତ୍ପାଦିତ କାର ଭାରତରେ ବିକ୍ରି କରିବାକୁ ସରକାର ଅନୁମତି ଦେବେ ନାହିଁ । ଆତ୍ମନିର୍ଭରଶୀଳ ଭାରତ ଅଧୀନରେ ଟେସଲାକୁ ଭାରତରେ କାର ଉତ୍ପାଦନ କରିବାକୁ ପଡିବ । ସରକାର ନିଜର ଆତ୍ମନିର୍ଭରଶୀଳ ଭାରତ ନୀତିରେ ଆପୋଷ ବୁଝାମଣା କରିବେ ନାହିଁ।

ଏହା ବି ପଢ଼ନ୍ତୁ: Agnipath Row: ଅଗ୍ନିପଥ ଯୋଜନାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପିଏମ ମୋଦି; ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ: Agnipath Scheme : ଅଗ୍ନିବୀର ନିଯୁକ୍ତି ପାଇଁ ଭାରତୀୟ ବାୟୁସେନା ଜାରି କଲା ବିଜ୍ଞପ୍ତି