FD କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, ସମୟ ପୂର୍ବରୁ ଟଙ୍କା ଉଠାଇଲେ ଲାଗିବ ଏତିକି ଚାର୍ଜ!
Advertisement
Article Detail0/zeeodisha/odisha917549

FD କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, ସମୟ ପୂର୍ବରୁ ଟଙ୍କା ଉଠାଇଲେ ଲାଗିବ ଏତିକି ଚାର୍ଜ!

ଏସବିଆଇ କହିଛି ଯେ ଯଦି ଆପଣ ଧାର୍ଯ୍ୟ ସମୟ ପୂର୍ବରୁ FD ଭାଙ୍ଗନ୍ତି, ତେବେ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ । ବ୍ୟାଙ୍କ FD (Fixed Deposit) ସୁବିଧା ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଦେଇଥାଏ । ଜାଣନ୍ତୁ କେତେ ଟଙ୍କା ଚାର୍ଜ ଦେବାକୁ ପଡିବ..

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଯଦି ଆପଣଙ୍କର ମଧ୍ୟ ଫିକ୍ସଡ ଡିପୋଜିଟ (Bank FDs) ଅଛି, ତେବେ ଆପଣଙ୍କ ପାଇଁ ଏହା ଏକ ଜରୁରୀ ଖବର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank Of India) କହିଛି ଯେ ଗୋଟିଏ ପଟେ ଆମେ ଫିକ୍ସଡ ଡିପୋଜିଟକୁ (SBI Fixed Deposit) ଏକ ସୁରକ୍ଷିତ ବିନିଯୋଗ ଭାବରେ ବିବେଚନା କରୁ, ଅନ୍ୟ ପଟେ ଯଦି ଆପଣ ସମୟ ପୂର୍ବରୁ ପରିପକ୍ୱ ଏଫଡି ଭାଙ୍ଗନ୍ତି ତେବେ ଆପଣ କ୍ଷତି ସହିପାରନ୍ତି । ଏସବିଆଇ କହିଛି ଯେ ଯଦି ଆପଣ ଧାର୍ଯ୍ୟ ସମୟ ପୂର୍ବରୁ FD ଭାଙ୍ଗନ୍ତି, ତେବେ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ । ବ୍ୟାଙ୍କ FD (Fixed Deposit) ସୁବିଧା ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଦେଇଥାଏ । ଜାଣନ୍ତୁ କେତେ ଟଙ୍କା ଚାର୍ଜ ଦେବାକୁ ପଡିବ..

ଆର୍ଥିକ ସଙ୍କଟରେ ଲୋକମାନେ ସମୟ ପୂର୍ବରୁ FD ପ୍ରତ୍ୟାହାର କରନ୍ତି, ଏପରି ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଆପଣଙ୍କ ଠାରୁ କିଛି ଚାର୍ଜ କରନ୍ତି । ଯଦି ଆପଣ ଜଣେ ଏସବିଆଇ ଗ୍ରାହକ (SBI Customer) ଅଟନ୍ତି ଓ ଅକାଳରେ ଏଫଡିରୁ ଟଙ୍କା ଉଠାଉଛନ୍ତି, ତେବେ ବ୍ୟାଙ୍କକୁ ଏକ ଦେୟ ଦେବାକୁ ପଡିବ ।

ସମୟ ପୂର୍ବରୁ FD ରୁ ଟଙ୍କା ଉଠାଇବା ପାଇଁ ଏସବିଆଇକୁ କେତେ ଚାର୍ଜ ଦେବାକୁ ହେବ-
ଯଦି ଏସବିଆଇ ଗ୍ରାହକ (SBI Customer) ବ୍ୟାଙ୍କ ଏଫଡିରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ ୦.୫୦ ପ୍ରତିଶତ ଜରିମାନା ଦେବାକୁ ପଡିବ । ଏହା ବ୍ୟତୀତ ଅଧିକ ସୂଚନା ପାଇଁ ଆପଣ ୧୮୦୦-୪୨୫-୩୮୦୦, ୧୮୦୦-୧୧-୨୨୧୧ କିମ୍ବା ୦୮୦-୨୬୫୯୯୯୯୦ ଟୋଲ୍ ଫ୍ରି ନମ୍ବର ଉପରେ SBI ର କଷ୍ଟମର କେୟାର ଟିମ୍ (Customer care team) ସହିତ ଯୋଗାଯୋଗ କରିପାରିବେ ।

ଅଧିକ ପଢ଼ନ୍ତୁ: ISI ମାର୍କ ନଥିବା ହେଲମେଟ କିଣା-ବିକାକୁ ନେଇ କଠୋର ହେଲେ ସରକାର, ନେଲେ ଏହି ପଦକ୍ଷେପ

ବର୍ତ୍ତମାନ FD ଉପରେ କେତେ ସୁଧ ମିଳୁଛି 
ଏହି ସମୟରେ ଯଦି ଆପଣ SBI ରେ ଏକ FD ଖୋଲନ୍ତି ଓ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରନ୍ତି, ତେବେ ଏହା ଉପରେ ୫.୪% ସୁଧ ପାଇପାରିବେ । ଏହି ସମୟରେ ବରିଷ୍ଠ ନାଗରିକମାନଙ୍କ ସମସ୍ତ ଅବଧି ପାଇଁ ଅତିରିକ୍ତ ୫୦ ବିପିଏସ୍ ସୁଧ ହାର ପ୍ରଦାନ କରାଯାଇଥାଏ । ଏହା ବ୍ୟତୀତ ୪୬ ଦିନରୁ ୧୭୯ ଦିନ ମଧ୍ୟରେ ସ୍ଥିର ଜମା ଉପରେ ୩.୯ ପ୍ରତିଶତ ସୁଧ ଓ ୧୮୦ ଦିନରୁ ଏକ ବର୍ଷରୁ କମ୍ FD ଉପରେ ୪.୪ ପ୍ରତିଶତ ସୁଧ ମିଳିଥାଏ ।

ଅଧିକ ପଢ଼ନ୍ତୁ: ବାବା ରାମଦେବ ମଧ୍ୟ ଲଗାଇବେ କୋରୋନା ଭ୍ୟାକ୍ସିନ୍, ଏଲୋପାଥି ଓ ଡାକ୍ତରଙ୍କୁ ନେଇ ଏହା କହିଲେ

ବରିଷ୍ଠ ନାଗରିକମାନଙ୍କୁ ମିଳୁଛି ବିଶେଷ ଅଫର
ଏହା ବ୍ୟତୀତ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଏସବିଆଇ 'ୱିକେୟାର ଡିପୋଜିଟ' ନାମକ ଏକ ସ୍ୱତନ୍ତ୍ର ଏଫଡି ସ୍କିମ୍ ଚଳାଉଛି । ଏଥିରେ ସାଧାରଣ ଜନତାଙ୍କ ପାଇଁ ପ୍ରଯୁଜ୍ୟ ସୁଧର ୮୦ ପଏଣ୍ଟ ଅଧିକ ହାରର ଲାଭ ମିଳିଥାଏ । ଯଦି ଜଣେ ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଏଫ୍ଡି ସ୍କିମ୍ ଅଧୀନରେ ଏକ ନିର୍ଦ୍ଦିଷ୍ଟ ଟଙ୍କା ଜମା କରନ୍ତି, ତେବେ FD ଉପରେ ଲାଗୁ ହୋଇଥିବା ସୁଧ ହାର ୬.୨୦ ପ୍ରତିଶତ ହେବ ।