Petrol Diesel Price Today: ଆହୁରି ଶସ୍ତା ହେଲା ତେଲ, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦର
Advertisement
Article Detail0/zeeodisha/odisha1193472

Petrol Diesel Price Today: ଆହୁରି ଶସ୍ତା ହେଲା ତେଲ, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦର

ପେଟ୍ରୋଲ (Petrol) ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ (Diesel) ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୯.୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଛି। 

ପ୍ରତିକାତ୍ମକ ଫଟୋ
Petrol Diesel Price Today : ଅନିୟନ୍ତ୍ରୀତ ମହଙ୍ଗାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଶନିବାର ଭାରତରେ ଇନ୍ଧନ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହା ପରେ ଦେଶର ଅନେକ ରାଜ୍ୟ ସରକାର ତେଲ ଉପରେ ଭ୍ୟାଟ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। କେରଳ ପରେ ମହାରାଷ୍ଟ୍ର ଏହି ଭ୍ୟାଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଯାହାପରେ ମହାରାଷ୍ଟ୍ରରେ ପେଟ୍ରୋଲ ଓ ଡିଜେଲ କିଛି ମାତ୍ରାରେ ଶସ୍ତା ହୋଇଛି।
 
ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ (Excise duty cut) କରିବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ମହାରାଷ୍ଟ୍ର ସରକାର ମଧ୍ୟ ପେଟ୍ରୋଲ, ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଖବର ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ଯଥାକ୍ରମେ ୨.୦୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧.୪୪ ଟଙ୍କା ହ୍ରାସ କରିବାକୁ ଉଦ୍ଧବ ଠାକରେ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।
 
 
ପେଟ୍ରୋଲ (Petrol) ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ (Diesel) ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୯.୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇଛି। ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ଇନ୍ଧନ ମୂଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଥିଲା। କିନ୍ତୁ ବର୍ତ୍ତମାନ ସେଥିରେ ସୁଦ୍ଧାର ଆସୁଛି। ଋଷରୁ ପୁଣି ଥରେ ଭାରତ ତେଲ ଆମଦାନୀ କରିବା ଆରମ୍ଭ କରିଛି।
 
ସୋମବାର ଆପଣଙ୍କ ସହରର ତୈଳ ଦର....
 
ସହର              ପେଟ୍ରୋଲ ମୂଲ୍ୟ (ଲିଟର ପିଛା) ଡିଜେଲ ମୂଲ୍ୟ (ଲିଟର ପିଛା)
 
ନୂଆଦିଲ୍ଲୀ               ୯୬.୭୨ ଟଙ୍କା                                       ୮୯.୬୨ ଟଙ୍କା
ମୁମ୍ବାଇ ୧୧୧.୩୫ ଟଙ୍କା ୯୭.୨୮ ଟଙ୍କା
ଚେନ୍ନାଇ ୧୦୨.୬୫ ଟଙ୍କା ୯୪.୨୪ ଟଙ୍କା
କୋଲକାତା ୧୦୬.୦୩ ଟଙ୍କା ୯୨.୭୬ ଟଙ୍କା 
ବେଙ୍ଗାଲୁରୁ ୧୦୧.୯୪ ଟଙ୍କା ୮୭.୮୯ ଟଙ୍କା
 
ମହାରାଷ୍ଟ୍ର ପୂର୍ବରୁ କେରଳ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଟିକସ ହ୍ରାସ କରିଛନ୍ତି। କେରଳ ସରକାର ପେଟ୍ରୋଲ ଲିଟର ପିଛା ୨.୪୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧.୩୬ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହାପରେ କେରଳ (Kerala) ରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୭.୧୭ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୩.୯୩ ଟଙ୍କା ରହିଛି। 
 
ମୋଦି ସରକାରଙ୍କ ଦ୍ୱାରା ହୋଇଥିବା ନୂତନ ଟିକସ ହ୍ରାସ ହେଉଛି ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଏକ ପ୍ରୟାସ। ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ WPI ରେକର୍ଡ ସର୍ବାଧିକ ୧୫.୦୮ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ଖୁଚୁରା ମୁଦ୍ରାସ୍ଫୀତି ଆଠ ବର୍ଷରେ ସବୁଠି ଅଧିକ ୭.୭୯ ପ୍ରତିଶତ ଥିଲା। 
 
 
ଜାଣନ୍ତୁ ଆପଣଙ୍କ ସହରର ରେଟ୍
 
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
 
ଏଠାରେ ଚେକ୍ କରନ୍ତୁ- https://iocl.com/Products/PetrolDieselPrices.aspx
 
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।