Petrol-Diesel Price Today: ଖାଉଟିଙ୍କୁ ଆଶ୍ୱସ୍ତି! ଜାଣନ୍ତୁ, ଆଜି ଆପଣଙ୍କ ସହରରେ କେତେ ଅଛି ତୈଳ ଦର?
Advertisement
Article Detail0/zeeodisha/odisha1337942

Petrol-Diesel Price Today: ଖାଉଟିଙ୍କୁ ଆଶ୍ୱସ୍ତି! ଜାଣନ୍ତୁ, ଆଜି ଆପଣଙ୍କ ସହରରେ କେତେ ଅଛି ତୈଳ ଦର?

Petrol-Diesel Price Today: ବିଗତ ଦିନରେ ମେଘାଳୟ ସରକାର ପେଟ୍ରୋଲ, ଡିଜେଲ ମୂଲ୍ୟ ଦେଢ ଟଙ୍କା ହ୍ରାସ କରିଥିଲେ। ମହାରାଷ୍ଟ୍ରରେ ଶିବସେନା ଓ ବିଜେପିର ମେଣ୍ଟ ସରକାର ଆସିବା ପରେ ତେଲ ଉପରୁ ଭାଟ ହ୍ରାସ କରିଥିଲେ। ସେଠାରେ ଗୋଟିଏ ଲିଟର ପେଟ୍ରୋଲରେ ୫ ଟଙ୍କା ଓ ଡିଜେଲରେ ୩ ଟଙ୍କା ହ୍ରାସ କରାଯାଇଥିଲା। 

 Petrol-Diesel Price Today: ଖାଉଟିଙ୍କୁ ଆଶ୍ୱସ୍ତି! ଜାଣନ୍ତୁ, ଆଜି ଆପଣଙ୍କ ସହରରେ କେତେ ଅଛି ତୈଳ ଦର?

Petrol-Diesel Price Today: ମହଙ୍ଗା ମାଡରୁ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପ୍ରାୟ ତିନି ମାସ ହେଲାଣି ଦେଶରେ ତୈଳ ଦର ସ୍ଥିର ରହିଛି। ମଙ୍ଗଳବାର ମଧ୍ୟ ପୂର୍ବପରି ପୋଟ୍ରୋଲ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଦ୍ଧିତ ତୈଳ ଦର ଅନିୟନ୍ତ୍ରୀତ ରହିଛି। ଏବେ ଗୋଟିଏ ବ୍ୟାରେଲେ ଅଶୋଦ୍ଧିତ ତୈଳର ମୂଲ୍ୟ ପ୍ରାୟ ୧୦୦ ଡଲାର ରହିଛି। କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ମେଘାଳୟ ଓ ମହାରାଷ୍ଟ୍ରକୁ ଛାଡି ଦେଲେ ଦେଶର ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ତୈଳ ଦର ସ୍ଥିର ରହିଛି। 

ବିଗତ ଦିନରେ ମେଘାଳୟ ସରକାର ପେଟ୍ରୋଲ, ଡିଜେଲ ମୂଲ୍ୟ ଦେଢ ଟଙ୍କା ହ୍ରାସ କରିଥିଲେ। ମହାରାଷ୍ଟ୍ରରେ ଶିବସେନା ଓ ବିଜେପିର ମେଣ୍ଟ ସରକାର ଆସିବା ପରେ ତେଲ ଉପରୁ ଭାଟ ହ୍ରାସ କରିଥିଲେ। ସେଠାରେ ଗୋଟିଏ ଲିଟର ପେଟ୍ରୋଲରେ ୫ ଟଙ୍କା ଓ ଡିଜେଲରେ ୩ ଟଙ୍କା ହ୍ରାସ କରାଯାଇଥିଲା। ଏହା ପୂର୍ବରୁ ୨୨ ମଇରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ କର ବା ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ। ତଥାପି ମହାରାଷ୍ଟ୍ର ବ୍ୟତିତ ଅନ୍ୟ କୌଣସି ରାଜ୍ୟ ପେଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ କଲେ ନାହିଁ।

Also Read: 6G କୁ ନେଇ ଆସିଲା ବଡ ଅପଡେଟ୍, ପିଏମ ମୋଦି କହିଲେ କେବେ ହେବ ଭାରତରେ ଲଞ୍ଚ?

 

ମଙ୍ଗଳବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ରହିଥିବା ବେଳେ ମୁମ୍ବାଇ ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୨୮ ଟଙ୍କା ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଓ ଡିଜେଲ ୯୪.୭୬ ଟଙ୍କାରେ ବିକ୍ରି ହେଉଛି। କଟକରେ ଏହି ଦର ୧୦୩.୪୯ ଟଙ୍କା ଓ ୯୫.୦୪ ଟଙ୍କା ରହିଛି। ଅନ୍ୟପଟେ, ରୋଷେଇ ଗ୍ୟାସ ଦର ୧୦୮୦ ଟଙ୍କା ନିକଟତର ରହିଥିବା ସୂଚନା ମିଳିଛି।

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସହରର କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା ଥାଏ, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ। ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ।