Advertisement
Photo Details/zeeodisha/odisha2439680
photoDetails0hindi

Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଆଶାତିତ ଲାଭ ସହ...

Guru Vakri: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ସବୁଠାରୁ ଶୁଭଗ୍ରହ ବୋଲି ବିବେଚନା କରାଯାଏ। ବୃହସ୍ପତିଙ୍କୁ ଦାନ, ଜ୍ଞାନ, ସନ୍ତାନ, ଧନ,ପୁଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ବର୍ତ୍ତମାନ ତୁଳା ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ଅକ୍ଟୋବର ୯ ତାରିଖ ରାତି ୧୨ଟା ୩୩ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ ଦେବଗୁରୁଙ୍କ ଏହି ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଦାୟୀ ରହିବ। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଅଛି। ତେବେ, ବ୍ୟକ୍ତି ଜଣକ ଜୀବନରେ ଧନ-ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ବୃହସ୍ପତି କେଉଁସବୁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛନ୍ତି। 

1/5

କର୍କଟ: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିକୁ ଲାଭବାନ୍ କରିବ। ବିଶେଷକରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟ-ବାଣିଜ୍ୟରେ ଗ୍ରାହକଙ୍କ ସହ ସମ୍ପର୍କ ଭଲ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବେ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ।ସେମାନେ ଭଲ ରେଜଲ୍ଚ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ।  ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀ ଆପଣଙ୍କୁ ସାଥ୍ ଦେବେ। ସମ୍ପର୍କରେ ମଧୁରତା ଭରିବ।  ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସାଙ୍ଗକୁ...

ALSO READ: Today Horoscope: ଆଜି ଏହିସବୁ ରାଶି ପାଇଁ ବଢିପାରେ ଅଡୁ଼ଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

 

2/5

ବିଛା:   ବୃହସ୍ପତିଙ୍କ କୃପାରୁ ଏହି ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆସିବ।  ଏହି ସମୟରେ ନୂଆ ଘର ଓ ଗାଡି ମଧ୍ୟ କିଣିବେ। କ୍ୟାରିୟରକୁ ନେଇ କୌଣସି ବଡ଼ ଖବର ମିଳିପାରେ। କଳା, ସାମ୍ବାଦିକତା ଓ ଫେଶନ ଡିଜାଇନିଂ କ୍ଷେତ୍ରରେ ଜଡିତ ଅଛନ୍ତି । ସେମାନଙ୍କ ପାଇଁ ସମୟ ବେଶ୍ ଭଲ ରହିବ।  ଦିର୍ଘ ଦିନ ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି ।  ଦୀର୍ଘ ଦିନ ଧରି ଚାଲିଥିବା  କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ରାୟ ଆସିବାର ସମ୍ଭାବନା ରହିଛି ।

3/5

ଧନୁ:  ବୃହସ୍ପତିଙ୍କ କୃପାରୁ ଚମକିବାକୁ ଯାଉଛି ଏ-ହି ରାଶିର ଭାଗ୍ୟ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ରୋଜଗାରର ନୂଆ ଉତ୍ସ ଖୋଲିବ। ଅଟକି ରହିଥିବା ଟଙ୍କା ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଆଶାରେ ରହିଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ।  କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ସଂକ୍ରମଣ ଓ ଜ୍ବାର ଭଳି ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ।  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ମନୋ ମାଳିନ୍ୟ ଦୂର ହେବା ସହ ସମ୍ପର୍କ ଆହୁରି ମଜବୁତ୍ ହେବ। ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହ ଦାମୀ ଉପହାର ପାଇବେ। 

 

4/5

ସିଂହ: ବୃହସ୍ପତିଙ୍କ ଓଲଟା ଚଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ବିଶେଷକରି,  ଓକିଲ, ଶିକ୍ଷକ ଓ ମାର୍କେଟିଂ କ୍ୟାରିୟରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଭଲ ସମୟ ରହିଛି ।  ଯେଉଁମାନ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ନିଯୁକ୍ତି ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବିଶେଷକରୁ,  ରାଜନୈତିକ କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ପାଉଁ ସମୟ ଖାସ୍ ରହିବ। ଏହି ସମୟରେ ଦଳ ପରିବର୍ତ୍ତନ କଲେ ଭଲ ପଦବୀ ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ।  ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ସ୍ବାସ୍ଥ୍ୟ ଭଲ ରହିବ। 

 

5/5

କୁମ୍ଭ:  ବୃହସ୍ପତିଙ୍କ କୃପାରୁ ଅକ୍ଟୋବର ମାସର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ ଏହି ରାଶିର ଶୁଭ ଦିନ।  ବିଶେଷକରି, ଯେଉଁମାନେ ରିୟଲି-ଇଷ୍ଟେଟ୍ ରେ ଜଡିତ ଲୋକଙ୍କ ପାଇଁ  ସମୟ ଅନୁକୂଳ ରହିବ। ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନ ସୁଖମୟ ହେବା। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ପ୍ରେମୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଲଟେରୀ ଓ ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। ପିତାମାତଙ୍କ ପରାମର୍ଶ ଅନୁସାରେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଲେ ଭବିଷ୍ୟତ ସୁଖମୟ ହେବ।  ସ୍ବାସ୍ଥ୍ୟ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)