ଭଲ ଖବର! କୃଷକଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା, ଜାଣନ୍ତୁ କେବେ ପାଇବେ ଏହାର ଲାଭ?
Advertisement

ଭଲ ଖବର! କୃଷକଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା, ଜାଣନ୍ତୁ କେବେ ପାଇବେ ଏହାର ଲାଭ?

କୃଷକ ମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଯେଉଁ କୃଷକମାନେ ଲାଭ ପାଉଛନ୍ତି, ସେମାନେ ବର୍ତ୍ତମାନ ୪୦୦୦ ଟଙ୍କା କିସ୍ତି ପାଇପାରିବେ ।

 

ଫଟୋ: Twitter

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM kisan Samman Nidhi) ଅଧୀନରେ ଲାଭ ପାଉଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । ଖୁବ୍ ଶୀଘ୍ର, କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା କିସ୍ତି ଆସିପାରେ । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶୀଘ୍ର ମୋଦି ସରକାର (Modi Government) ହିତାଧିକାରୀ ଚାଷୀଙ୍କୁ ଏକ ଉପହାର ଦେଇପାରନ୍ତି । ଖବର ଅନୁଯାୟୀ, କେନ୍ଦ୍ର ସରକାର (Central Government) ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର (PM KISAN) ପରିମାଣକୁ ଦ୍ୱିଗୁଣିତ କରିବାକୁ ଚିନ୍ତା କରୁଛନ୍ତି । ଯଦି ଏହା ଘଟେ, କୃଷକମାନେ ପ୍ରତିବର୍ଷ ୬୦୦୦ ଟଙ୍କା ବଦଳରେ ତିନୋଟି କିସ୍ତିରେ (PM Kisan installment) ୧୨୦୦୦ ଟଙ୍କା ପାଇପାରିବେ । 

ବାର୍ଷିକ ୬,୦୦୦​ ଟଙ୍କା ଦିଆଯାଇଥାଏ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିହାର କୃଷି ମନ୍ତ୍ରୀ ଅମରନ୍ଦ୍ର ପ୍ରତାପ ସିଂ ନିକଟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରାପ୍ତ ପରିମାଣକୁ ଦୁଇଗୁଣ କରିବା ପାଇଁ ଆଲୋଚନା କରାଯାଇଛି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଅଧିକ ପଢ଼ନ୍ତୁ: ମଥୁରା-ବୃନ୍ଦାବନକୁ ଘୋଷଣା କରାଗଲା ତୀର୍ଥସ୍ଥାନ, ମଦ ଓ ମାଂସ ବିକ୍ରୟ ଉପରେ ଲାଗିଲା ପ୍ରତିବନ୍ଧକ

ଜାଣନ୍ତୁ କେବେ କେବେ ମିଳିବ କିସ୍ତି?
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ବାର୍ଷିକ ୬,୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଏ । ଏହି ଟଙ୍କା ୩ଟି କିସ୍ତିରେ ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ପଠାଯାଏ । ପ୍ରତି ୪ ମାସରେ ଗୋଟିଏ କିସ୍ତି ଆସିଥାଏ । ପିଏମ କିସାନ ପୋର୍ଟାଲ ଅନୁଯାୟୀ ଏହି ଯୋଜନାର ପ୍ରଥମ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ । ଦ୍ୱିତୀୟ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ କୃଷକଙ୍କ ଆକାଉଣ୍ଟରେ ଦିଆଯାଏ । ତୃତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ ।

ଅଧିକ ପଢ଼ନ୍ତୁ: ଏ ହେଉଛନ୍ତି ଭାରତର ସବୁଠାରୁ ଧନୀ ମହିଳା, ତାଙ୍କ କାମ ଶୁଣି ନଇଁଯିବ ଆପଣଙ୍କ ମୁଣ୍ଡ 

୨୦୧୯ ରେ ଆରମ୍ଭ ହୋଇଥିଲା ଏହି ଯୋଜନା 
ମୋଦି ସରକାର ୨୪ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ଚାଷୀଙ୍କୁ ତିନୋଟି କିସ୍ତିରେ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । ପ୍ରଥମ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସେ । ଦ୍ୱିତୀୟ କିସ୍ତି ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ୧ ଏପ୍ରିଲରୁ ୩୧ ଜୁଲାଇ ଓ ତୃତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ ।