PM Kisan Tractor Yojana: ଟ୍ରାକ୍ଟର କିଣିବା ଉପରେ କେନ୍ଦ୍ର ସରକାର ଚାଷୀଙ୍କୁ ସବସିଡି ପ୍ରଦାନ କରୁଛନ୍ତି । ଏହା ସାହାଯ୍ୟରେ କୃଷକମାନେ ଯେକୌଣସି କମ୍ପାନୀର ଟ୍ରାକ୍ଟର ଅଧା ମୂଲ୍ୟରେ କିଣି ପାରିବେ ।
Trending Photos
ନୂଆଦିଲ୍ଲୀ: PM Kisan Tractor Yojana: ମୋଦି ସରକାର (Modi government) ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କୃଷକମାନେ ମଧ୍ୟ ଚାଷ ପାଇଁ ଅନେକ ପ୍ରକାରର ମେସିନ୍ ଆବଶ୍ୟକ କରନ୍ତି । ଏଭଳି ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଟ୍ରାକ୍ଟର କିଣିବା ଉପରେ ସବସିଡି ଦେବା ପାଇଁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା 'ପିଏମ କିସାନ ଟ୍ରାକ୍ଟର ଯୋଜନା' (PM Kisan Tractor Yojana) ଭାବରେ ଜଣାଶୁଣା । ଜାଣନ୍ତୁ ଏହି ଯୋଜନା ବିଷୟରେ ..
କୃଷକମାନଙ୍କୁ ସାହାଯ୍ୟ କରିବାକୁ ତପ୍ତର ସରକାର
ଚାଷ ପାଇଁ ଚାଷୀଙ୍କ ପାଇଁ ଟ୍ରାକ୍ଟର (Tractor) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଭାରତରେ ଅନେକ କୃଷକ ଅଛନ୍ତି, ଯେଉଁମାନଙ୍କର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଟ୍ରାକ୍ଟର ନାହିଁ । ଏପରି ଭୟଙ୍କର ପରିସ୍ଥିତିରେ ସେମାନେ ଟ୍ରାକ୍ଟର ଭଡ଼ାରେ ଆଣନ୍ତି କିମ୍ବା ବଳଦର ବ୍ୟବହାର କରନ୍ତି । ଏଭଳି ପରିସ୍ଥିତିରେ ସରକାର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ଯୋଜନା ଆଣିଛନ୍ତି । ପିଏମ କିସାନ ଟ୍ରାକ୍ଟର ଯୋଜନା (PM Kisan Tractor Yojana) ଅଧୀନରେ କୃଷକମାନଙ୍କୁ ଅଧା ମୂଲ୍ୟରେ ଟ୍ରାକ୍ଟର ଯୋଗାଇ ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ସାବଧାନ! ବୋମା ପରି ବିସ୍ଫୋରଣ ହୋଇପାରେ ଘରେ ଲଗାଯାଉଥିବା Oxygen Cylinder
୫୦ ପ୍ରତିଶତ ମିଳିବ ସବସିଡି
ଟ୍ରାକ୍ଟର କିଣିବା ପାଇଁ କେନ୍ଦ୍ର ସରକାର କୃଷକମାନଙ୍କୁ (Farmer) ସବସିଡି ପ୍ରଦାନ କରୁଛନ୍ତି । 'ପିଏମ କିସାନ ଟ୍ରାକ୍ଟର ଯୋଜନା' ଅଧୀନରେ କୃଷକମାନେ ଯେକୌଣସି କମ୍ପାନୀର ଟ୍ରାକ୍ଟର ଅଧା ମୂଲ୍ୟରେ କିଣି ପାରିବେ । ବାକି ଅର୍ଥକୁ ସରକାର ସବସିଡି ଭାବରେ ପ୍ରଦାନ କରୁଛନ୍ତି । ଏହା ବ୍ୟତୀତ ଅନେକ ରାଜ୍ୟ ସରକାର ମଧ୍ୟ ନିଜ ସ୍ତରରେ ଚାଷୀଙ୍କୁ ଟ୍ରାକ୍ଟର ଉପରେ ୨୦ ରୁ ୫୦% ସବସିଡି ପ୍ରଦାନ କରୁଛନ୍ତି ।
ଅଧିକ ପଢ଼ନ୍ତୁ: ମୁନାୱାର୍ ରାଣାଙ୍କ ଘୋଷଣା: 'ଯୋଗୀ ପୁନର୍ବାର CM ହେଲେ UP ଛାଡିଦେବି'
ଏହି ସବସିଡି କେବଳ ଟ୍ରାକ୍ଟର କିଣିବା ଉପରେ ସରକାର ପ୍ରଦାନ କରିବେ । ଏଥିପାଇଁ ଚାଷୀଙ୍କ ପାଖରେ ଆଧାର କାର୍ଡ, ଜମି କାଗଜପତ୍ର, ବ୍ୟାଙ୍କ ବିବରଣୀ, ପାସପୋର୍ଟ ସାଇଜ୍ ଫଟୋ ରହିବା ଆବଶ୍ୟକ । ଏହି ଯୋଜନା ଅଧୀନରେ କୃଷକମାନେ ନିକଟସ୍ଥ CSC କେନ୍ଦ୍ର ଭିଜିଟ କରି ଅନଲାଇନରେ ଆବେଦନ କରିପାରିବେ ।