ସାବଧାନ! ବୋମା ପରି ବିସ୍ଫୋରଣ ହୋଇପାରେ ଘରେ ଲଗାଯାଉଥିବା Oxygen Cylinder
Advertisement

ସାବଧାନ! ବୋମା ପରି ବିସ୍ଫୋରଣ ହୋଇପାରେ ଘରେ ଲଗାଯାଉଥିବା Oxygen Cylinder

ରାଜସ୍ଥାନର ଗଙ୍ଗାପୁରର ଏକ ଘରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

 

ପ୍ରତୀକାତ୍ମକ ଛବି

ଜୟପୁର: ଯଦି ଆପଣ ନିଜ ଘରେ ଅକ୍ସିଜେନ ସିଲିଣ୍ଡର (Oxygen Cylinder) ମଧ୍ୟ ବ୍ୟବହାର କରୁଛନ୍ତି, ତେବେ ସାବଧାନ ରୁହନ୍ତୁ । ଆପଣଙ୍କ ତରଫରୁ ଏକ ଛୋଟ ଭୁଲ ଯୋଗୁଁ  ଅକ୍ସିଜେନ ସିଲିଣ୍ଡର (Oxygen Cylinder) ବୋମା ପରି ବିସ୍ଫୋରଣ (Explosion) ହୋଇପାରେ ଓ ଏଥି ପାଇଁ ଆପଣଙ୍କର କିମ୍ବା ଆପଣଙ୍କ ପରିବାରର କାହାର ମଧ୍ୟ ଜୀବନ ଚାଲି ଯାଇପାରେ । ରାଜସ୍ଥାନର (Rajasthan) ଗଙ୍ଗାପୁରର ଏକ ଘରେ ଖରାପ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ (Oxygen cylinder explosion) ହେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସମେତ ଅକ୍ସିଜେନ ସିଲିଣ୍ଡର ଯୋଗାଉଥିବା ଦୋକାନୀଙ୍କୁ ପଚରାଉଚରା କରୁଛି ।

ପୋଲିସ କହିଛି ଯେ ଆଇଓଏସ ଅଧିକାରୀ ହର ସାହାଇ ମୀନାଙ୍କ ଭାଇ ସୁଲତାନ ସିଂ ଗତ ଦୁଇମାସ ଧରି କୋରୋନା (Coronavirus) କାରଣରୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରି ପରିସ୍ଥିତିରେ ଶ୍ୱାସ ନେବାରେ ପାଇଁ ଏକ ଅକ୍ସିଏଜେନ ସିଲିଣ୍ଡର ବ୍ୟବସ୍ଥା କରାଯାଇଥିଲା । ଧୀରେ ଧୀରେ ସୁଲତାନ ସିଂ ଘରେ ସୁସ୍ଥ ମଧ୍ୟ ହେଉଥିଲେ । ତାଙ୍କ ପତ୍ନୀ ସନ୍ତୋଷ ମୀଣା ମଧ୍ୟ ତାଙ୍କର ଯତ୍ନ ନେଉଥିଲେ ।

ଅଧକ ପଢ଼ନ୍ତୁ: ଇଶାନ ଡେବ୍ୟୁ ସହ ବନାଇଲେ ଏକ ଖାସ ରେକର୍ଡ, ଏପରି କରିଥିବା ହେଲେ ଦ୍ୱିତୀୟ ଭାରତୀୟ

ସ୍ଵିଚ୍ ଅନ୍ ସମୟରେ ଫାଟିଥିଲା ଅକ୍ସିଜେନ ସିଲିଣ୍ଡର
ଶନିବାର ସକାଳେ ଗଙ୍ଗାପୁରର ବାସିନ୍ଦା ସନ୍ତୋଷ ମୀନା ସ୍ଵିଚ୍ ଅନ୍ କରିବା ମାତ୍ରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ମେସିନରୁ ଅକ୍ସିଜେନ ଲିକ୍ ହୋଇଥିବାର ବିଶ୍ୱାସ କରାଯାଏ, ଯାହା ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା ଓ ନିଆଁ ଘର ସାରା ବ୍ୟାପିଯାଇଥିଲା ।

ବିସ୍ଫୋରଣର ଶବ୍ଦ ଶୁଣି ଆଖପାଖର ଲୋକମାନେ ଦୌଡ଼ି ଆସି ଦେଖିଥିଲେ ଯେ ସ୍ୱାମୀ-ସ୍ତ୍ରୀ ଚିତ୍କାର କରୁଛନ୍ତି । ଉଭୟଙ୍କୁ ନିଆଁରୁ ବାହାର କରି ହସ୍ପିଟାଲ ନିଆଯାଇଥିଲା । ରାସ୍ତାରେ ସୁଲତାନ ସିଂଙ୍କ ପତ୍ନୀ ସାନ୍ତୋଶ ମୀନାଙ୍କର ମୃତ୍ୟୁ ହୋଇଥିଲା । ସୁଲତାନ ସିଂଙ୍କୁ ଚିକିତ୍ସା ପାଇଁ ଜୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହା ଏକ ଆରାମଦାୟକ ବିଷୟ ଯେ ଦୁର୍ଘଟଣା ସମୟରେ ଦମ୍ପତିଙ୍କ ଉଭୟ ପୁଅ ଘରୁ ବାହାରକୁ ଯାଇଥିଲେ, ତେଣୁ ସେମାନେ ନିରାପଦ ଅଛନ୍ତି । ଦୁଇ ପୁଅର ବୟସ ୧୦ ଓ ୧୨ ବର୍ଷ ।

ଅଧିକ ପଢ଼ନ୍ତୁ: ମୁନାୱାର୍ ରାଣାଙ୍କ ଘୋଷଣା: 'ଯୋଗୀ ପୁନର୍ବାର CM ହେଲେ UP ଛାଡିଦେବି'

ପୋଲିସ ଏହି ମାମଲା ରୁଜୁ କରିଛି । ଅକ୍ସିଜେନ ସିଲିଣ୍ଡର ଯୋଗାଉଥିବା ଦୋକାନୀ ବିଷୟରେ ପଚରାଉଚରା କରୁଛି । ତେବେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।