QR କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ SBIର ସତର୍କବାଣୀ
Advertisement
Article Detail0/zeeodisha/odisha1133994

QR କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ SBIର ସତର୍କବାଣୀ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଲୋକଙ୍କ ଭିତରେ ଆର୍ଥିକ ସଚେତନତା ସୃଷ୍ଟି ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ୟାମ୍ପେନିଂ ଆରମ୍ଭ କରିଛି ଏକ ସଚେତନତା କାର୍ଯ୍ୟକ୍ରମ।

QR କୋଡ୍ ସ୍କାମ ନେଇ ଗ୍ରାହକଙ୍କୁ SBIର ସତର୍କବାଣୀ

ନୂଆଦିଲ୍ଲୀ: ଆପଣ ବି ଡିଜିଟାଲ ଟ୍ରାଞ୍ଜାକ୍ସନ କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ କାରଣ ଏବଂ QR code ଠକଙ୍କ ପାଇଁ ଠକେଇ ନୂଆ ପନ୍ଥା ସାଜିଛି । ଫୋନ କଲ୍, ମେସେଜ୍, ଫ୍ରଡ ଲିଙ୍କ ଦ୍ୱାରା ଲୋକଙ୍କ ଆକାଉଣ୍ଟ ଖାଲି ହୋଇଯିବା ଭଳି ଅଭିଯୋଗ ଆଜିକାଲି ଖବର କାଗଜରେ ନିତିଦିନିଆ ଖବର ପାଲଟିଲାଣି । ସେହିପରି ଏବେ ଠକମାନେ ଠକେଇର ଆଉ ଏକ ନୂଆ ମାଧ୍ୟମ ଆପଣେଇଛନ୍ତି । ତାହା ହେଲା QR କୋଡ । QR code ସ୍କାନ କରି ଦେଣନେଣ ଅଧିକ ସୁବିଧାଜନକ ହେଉଥିବାରୁ ଆଜିକାଲି ଲୋକେ କ୍ୟାସ ଟ୍ରାଞ୍ଜାକ୍ସନ ଅପେକ୍ଷା ଡିଜିଟାଲ ଟ୍ରାଞ୍ଜାକ୍ସନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ଅନଲାଇନ ଫ୍ରଡଷ୍ଟର ବା ସାଇବର ଠକ ।

ପ୍ରଧାନମନ୍ତ୍ରୀ (Prime Minister)  ଜନ ଧନ ଯୋଜନା ଲଞ୍ଚ ହେବା ପରେ ଭାରତରେ ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବହୁ ପରିମାଣରେ ବଢିଛି । ଯେଉଁମାନେ ବ୍ୟାଙ୍କଠାରୁ ଦୂରେଇ ଯାଇଥିଲେ ସେମାନେ ବି ବ୍ୟାଙ୍କରେ ଖାତା ଖୋଲି ଦେଣନେଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏହି ଯୋଜନା ଲଞ୍ଚ ହେବାର ୪ ବର୍ଷ ମଧ୍ୟରେ ଦେଶର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକ ଏହା ଜରିଆରେ ବ୍ୟାଙ୍କ ସହ ଯୋଡି ହୋଇଛନ୍ତି । ପରେ ପରେ ବିମୁଦ୍ରୀକରଣ ଏବଂ କୋରୋନା ମହାମାରୀ (Corona Pandemic) ଯୋଗୁଁ ଲୋକେ କ୍ୟାସ ଟ୍ରାଞ୍ଜାକ୍ସନ ବଦଳରେ ଡିଜିଟାଲ ଆଡକୁ ମୁହାଁଇଥିଲେ । ଯାହା ଲୋକଙ୍କ ବ୍ୟାଙ୍କ ସହ ଯୋଡି ହେବା ପ୍ରକ୍ରିୟାକୁ ଏକପ୍ରକାର ଇନ୍ଧନ ଯୋଗାଇଥିଲା ।

ଏହା ସୁବିଧାଜନକ ହୋଇଥିବାରୁ ଖୁବ କମ ସମୟ ଭିତରେ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଥିଲା । ତେବେ ଏହାର ସାଇବର ଠକ ବି ଏହାର ଜୋରଦାର ଫାଇଦା ଉଠାଇଥିଲେ । ଦେଶରେ ସାଇବର ଠକ (Cyber Fraud) ବଢିବା ସହ ବ୍ୟାଙ୍କିଂ ସମ୍ବନ୍ଧୀୟ ଠକେଇ ବି ବହୁ ପରିମାଣରେ ବୃଦ୍ଧି ପାଇଥିଲା । ଏନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ।

SBI ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଲୋକଙ୍କ ଭିତରେ ଆର୍ଥିକ ସଚେତନତା ବୃଦ୍ଧି ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି । ଠକେଇ ଉପରେ ଅଧିକ ସଚେତନତା ସୃଷ୍ଟି ପାଇଁ ବ୍ୟାଙ୍କ ପକ୍ଷରୁ ଟ୍ୱିଟ କରି ଲେଖାଯାଇଛି ଯେ, QR କୋଟ ସ୍କାନ କର ଏବଂ ଟଙ୍କା ପାଅ, ଏହା ରଙ୍ଗ ନମ୍ବର (  #YehWrongNumberHai ) QR କୋଡ ଠକେଇ ପ୍ରତି ସାବଧାନ ରୁହନ୍ତୁ । ସ୍କାନ କରିବା ପୂର୍ବରୁ ଯାଞ୍ଚ ନିଶ୍ଚୟ କରନ୍ତୁ, ଅଜଣା ଏବଂ ଯାଞ୍ଚ ହୋଇନଥିବା କୋଡକୁ ସ୍କାନ କରନ୍ତୁ ନାହିଁ ।

ଏହି ଟ୍ୱିଟ୍ ସହ ଏକ ଜନ ସଚେତନମୂଳକ ଭିଡିଓ ବି ବ୍ୟାଙ୍କ ପକ୍ଷରୁ ସେୟାର କରାଯାଇଛି । QR କୋଡକୁ ସ୍କାନ କରିବା ପରେ କିପରି ପେମେଣ୍ଟ ପ୍ରୋସେସ୍ ହୋଇଥାଏ, ସେନେଇ ତଥ୍ୟ ଭିଡିଓରେ ଦର୍ଶଯାଇଛି । 'ସ୍କାନ ଏବଂ ସ୍କାମ ? କଦାପି ଅଜଣା QR କୋଡ ସ୍କାନ କରନ୍ତୁ ନାହିଁ, କିମ୍ବା UPI ପିନ୍ ଦିଅନ୍ତୁ ନାହିଁ ।'
କିଛି ଦିନ ତଳେ SBI ନିଜ ଗ୍ରାହକଙ୍କ ପାଇଁ ସତର୍କ ସୂଚନା ଜାରି କରିଥିଲା । ଏଥିରେ ସାଧାରଣ ବ୍ୟାଙ୍କ ଠକେଇ ଏବଂ ଏସବୁରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ବିଷୟରେ ସବିଶେଷ ତଥ୍ୟ ଦେଇଥିଲା । ଟ୍ୱିଟ୍ କରି ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, 'ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା' । ସାଇବର କ୍ରାଇମର ଶିକାର ହେଲେ ଅବିଳମ୍ବେ cybercrime.gov.inରେ ସୂଚନା ଦିଅନ୍ତୁ । ମନଲୋଭା ଅଫର, KYC ଅପଡେଟ୍, ମେସେଜ୍ ଏବଂ ଫ୍ରଡ ଫୋନ୍ କଲ ଠାରୁ ଦୂରେଇ ରୁହନ୍ତୁ । ପାସୱାର୍ଡ ସବୁବେଳେ ଗୁପ୍ତ ରଖିବା ସହ ନିୟମିତ ବ୍ୟବଧାନରେ ଏହାକୁ ପରିବର୍ତ୍ତନ କରନ୍ତୁ । ଏହା ସହ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ,-

1- କଦାପି ନିଜର ବ୍ୟକ୍ତିଗତ ଏବଂ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା କାହା ସହ ସେୟାର କରନ୍ତୁ ନାହିଁ ।
2- ଏପରି ଏକ ପାସୱାର୍ଡ ରଖନ୍ତୁ ଯାହା ସହଜରେ ଅନୁମାନ କରିହେବ ନାହିଁ ।
3- ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ଯେପରି ATM ପିନ୍, କାର୍ଡ ନମ୍ବର, UPI ପିନ୍, ଇଣ୍ଟରନେଟ ବ୍ୟାଙ୍କିଂ ପାସୱାର୍ଡ ଏପରି କୌଣସି ଜାଗାରେ ଲେଖନ୍ତୁ ନାହିଁ, ଯାହା ଠକମାନେ ସହଜରେ ଜାଣିପାରିବେ ।
4- ନିଜର ବ୍ୟକ୍ତିଗତ ସୂଚନା ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ ।
5- କୌଣସି ସନ୍ଦେହଜନକ ଲିଙ୍କ କୁ କ୍ଲିକ କରନ୍ତୁ ନାହିଁ କିମ୍ବା ସେହିପରି କୌଣସି ଆପ୍ ଡାଉନଲୋଡ କରନ୍ତୁ ନାହିଁ ।

Also Read: NATO କୁ କାହିଁକି ଏତେ ଘୃଣା କରେ ଋଷ, ଜାଣନ୍ତୁ ୭ ଦଶନ୍ଧି ପୁରୁଣା ଶତ୍ରୁତାର କାହାଣୀ...

Also Read: ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍