Happy New Year 2025: ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଛି । ତେବେ ନୂଆବର୍ଷ ୨୦୨୫ରେ ମହାପ୍ରଭୁଙ୍କର ଏହି ଅବତାର ଦର୍ଶନ କରି ନୂଆବର୍ଷକୁ ପାଳନ କରନ୍ତୁ। ଆଉ ଆଶିଷ ଲାଭ କରନ୍ତୁ
ମତ୍ସ୍ୟ: ବିଷ୍ଣୁଙ୍କର ପ୍ରଥମ ଅବତାର । ଏହି ଅବତାରରେ ବିଷ୍ଣୁ ମହାପ୍ରଳୟ ସମୟରେ ଅତଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିବା ‘ବେଦ’ ଗ୍ରନ୍ଥକୁ ଉଦ୍ଧାର କରିଥିଲେ ।
କଚ୍ଛପ ଦ୍ୱିତୀୟ ଅବତାରରେ କଚ୍ଛପ ରୂପେ ଆବିର୍ଭୁତ ହୋଇ ସମୁଦ୍ର ମନ୍ଥନ ବେଳେ ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ଧାରଣ କରିଥିଲେ ।
ବରାହ ବକୁଳ ଅମାବାସ୍ୟା ଦିନ ତୃତୀୟ ଅବତାର ବରାହ ରୁପେ ଆବିର୍ଭୁତ ହୋଇଥିଲେ । ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାଙ୍କ ବରରେ ଅତ୍ୟାଚାରୀ ହୋଇ ଦେବତାମାନଙ୍କୁ ପରାସ୍ତ କରି ପୃଥିବୀକୁ ନେଇ ପାତାଳରେ ପ୍ରବେଶ କରିଥିଲେ।
ନରସିଂହ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଆବିର୍ଭୁତ ହୋଇଥିଲେ । ଏ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁ ଓ ମୁରାସୁରକୁ ବଧ କରିଥିଲେ ।
ବାମନ ଏ ଅବତାରରେ ବିଷ୍ଣୁ ଗୋଟିଏ ଖର୍ବକାୟ ବ୍ରାହ୍ମଣ ରୂପ ଧରି ବଳିରାଜାଙ୍କୁ ଦାନ ମାଗି ତାଙ୍କୁ ନିଜ ଶରୀରରୁ ନିର୍ଗତ ତୃତୀୟ ପାଦରେ ପାତାଳପୁରକୁ ଚାପିଥିଲେ ।
ପର୍ଶୁରାମ ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଋଷି ଜମଦଗ୍ନିଙ୍କ ଔରସରୁ ରେଣୁକାଙ୍କ ଗର୍ଭରୁ ଜାତ ହୋଇଥିଲେ । ଏହାଙ୍କର ଅସ୍ତ୍ର ପରଶୁ (କୁଠାର) ଅଟେ।
ରାମ ବିଷ୍ଣୁଙ୍କ ସପ୍ତମ ଅବତାର ରୂପେ ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କର ଜ୍ୟେଷ୍ଠ ପୁତ୍ରରୂପେ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ।
ବଳରାମ ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ବୈମାତୃକ ବଡ଼ ଭାଇ ଭାବେ ଶ୍ରାବଣ ପୁର୍ଣ୍ଣମୀ ଦିନ ଆବିର୍ଭୁତ ହୋଇଥିଲେ।
ବୁଦ୍ଧ ବର୍ତ୍ତମାନ ବିଷ୍ଣୁଙ୍କର ବୁଦ୍ଧ ଅବତାର । ପୁରୀରେ ଜଗନ୍ନାଥ ସେହି ଅବତାର ବୋଲି ଅନେକଙ୍କ ମତ ।
କଳ୍କି ପୃଥିବୀରେ ଅଧର୍ମ ଅତି ବେଶୀ ହେଲେ, ବିଷ୍ଣୁ କଳ୍କି ଅବତାର ଗ୍ରହଣ କରି ମ୍ଳେଚ୍ଛସଂହାରାର୍ଥ ଖଡ୍ଗଧାରଣ କରିବେ।
ट्रेन्डिंग फोटोज़