ଏହି ଅବସରରେ ଶ୍ରୀମନ୍ଦିରରେ ସକାଳୁ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ଧୂପ ଓ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ମହାସ୍ନାନ କରାଯାଇଥିଲା। ପରେ ତିନି ଠାକୁରଙ୍କୁ ନୂଆ ଲୁଗା ପରିଧାନ କରାଯିବା ସହ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଇଥିଲା।
ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିରର ପରମ୍ପରା ଅନୁସାରେ, ଏହି ବିଶେଷ ବେଶ ଶ୍ରୀବଳଭଦ୍ରଙ୍କ ବାଡ଼ରେ ଅନୁଷ୍ଠିତ ହୋଇଥାଏ।
ପରମ୍ପରା ଅନୁଯାୟୀ, ସ୍ନାନ ପୂର୍ଣ୍ଣିମା ସମୟରେ ଶ୍ରୀବିଗ୍ରହମାନଙ୍କଠାରୁ ଓଲାଗି ହୋଇଥିବା ସ୍ୱର୍ଣ୍ଣ ରାହୁରେଖାକୁ ଏହି ଦିନ ପୁନର୍ବାର ମହାପ୍ରଭୁଙ୍କ ଶ୍ରୀମୁଖରେ ଲାଗି କରାଯାଏ। ଏହି ଗୁପ୍ତ ନୀତିକାନ୍ତି ଶ୍ରୀମନ୍ଦିରର ପାରମ୍ପରିକ ରୀତିନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
Niladri Bije 2026: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଆଜି ଅନ୍ତିମ ଦିନ। ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ। ନୀଳକନ୍ଦରକୁ ଫେରିବେ ନୀଳାଚଳିଆ । ରସଗୋଲା ଓପାଟ୍ଟ ଶାଢ଼ୀ ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜିବେ କଳାଠାକୁର । ଏନେଇ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟୁଛି।
Bahuda Yatra 2026: ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିଛନ୍ତି ଚତୁର୍ଦ୍ଧାବିଗ୍ରହ। ସିଂହଦ୍ବାର ସାମ୍ନାରେ ପହଞ୍ଚିଛି ୩ ରଥ। ୧୦ଟା ୫୫ ମିନିଟରେ ସିଂହଦ୍ବାରରେ ପହଞ୍ଚିଲା ନନ୍ଦିଘୋଷ।
Bahuda Yatra 2026: ଆଜି ପବିତ୍ର ବାହୁଡା ଯାତ୍ରା। ବାହୁଡ଼ା ଯାତ୍ରା ବେଳେ ଘଟିଛି ଏକ ଅଘଟଣ। ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
Bahuda Jatra 2026: ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରୁଛନ୍ତି ଚତୁର୍ଦ୍ଧାବିଗ୍ରହ। ଏନେଇ ବାହୁଡ଼ା ନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ।
ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରତ୍ନବେଦୀ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବା ମହାପ୍ରଭୁ ଆଜି ଦଶମୀ ତିଥିରେ ପୁଣି ଥରେ ନିଜ ଧାମ ଶ୍ରୀମନ୍ଦିରକୁ ଫେରିବେ। ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ମଧ୍ୟ ପହଣ୍ଡି, ଛେରା ପହଁରା ଓ ରଥଟଣା ଭଳି ସମସ୍ତ ପାରମ୍ପରିକ ନୀତି ଅନୁଷ୍ଠିତ ହେବ।
Rath Yatra 2026: ହରିବୋଲ ଆଉ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଶ୍ରୀକ୍ଷେତ୍ର ପାଲଟିଛି ଜନ ସମୁଦ୍ର। ପୁରୀରେ ରଥଯାତ୍ରା ଲାଗି ଅଧିକ ଭିଡ଼ ଲାଗି ରହିଛି। ଦ୍ବିତୀୟ ଦିନରେ ପୁଣି ଥରେ ପୁରୀରେ ଆରମ୍ଭ ହୋଇଛି ରଥଟଣା।
Rath Yatra 2026: ଆଜି ପାଇଁ ମହାପ୍ରଭୁଙ୍କ ରଥ ଟଣା ସରିଛି । ମାର୍କେଟ୍ ଛକରେ ଅଟକିଛି ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଅଳ୍ପବାଟ ଗଡ଼ି ଅଟକିଯାଇଛି । କାଲି ପୁଣି ଥରେ ଟଣାଯିବ ମହାପ୍ରଭୁଙ୍କ ୩ ରଥ ।
Ratha Yatra 2026: ଭକ୍ତିଭାବରେ ଉଛୁଳି ପଡୁଛି ବଡ ଦାଣ୍ଡ । ଦେଖନ୍ତୁ ଏହି ଅପୂର୍ବ ଦୃଶ୍ୟ ...
Ratha Yatra 2026: ଆଜି ଶ୍ରୀଗୁଣ୍ତିଚା ଯାତ୍ରାରେ ରଥାରୁଢ ହେବେ ଦାରୁବ୍ରହ୍ମ। ଗତ ନିଳାଦ୍ରୀ ବିଜେରେ ଭକ୍ତଙ୍କୁ ପ୍ରତିଶ୍ରୃତି ଦେଇଥିଲେ କାଳିଆ ସାଆନ୍ତ। ଆର ରଥଯାତ୍ରାକୁ ପୁଣି ଭେଟ। ସଭିଙ୍କ ପ୍ରତୀକ୍ଷା ମିଳନର ସେହି ଦିବ୍ୟ ମୁହୁର୍ତ୍ତକୁ । ଭାବ ଓ ଭକ୍ତିରେ ଭିଜିବେ ଭକ୍ତ ଓ ଭଗବାନ୍।
ସମସ୍ତଙ୍କ ପାଇଁ ପୁରୀ ଯାଇ ରଥଯାତ୍ରାରେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ, କିନ୍ତୁ ସେଠାରେ ଆପଣଙ୍କର ଭକ୍ତି ବିଶ୍ୱାସ ଓ ଶ୍ରଦ୍ଧା ମହାପ୍ରଭୁଙ୍କ ପାଖରେ ପହଞ୍ଚେଇବା ନିଶ୍ଚିତ ଭାବରେ ସମ୍ଭବ। ଜୀ ସାର୍ଥକର ଆସ୍ଥାର ଯାତ୍ରାରେ ଯୋଗଦାନ କରନ୍ତୁ ଏବଂ ଆପଣଙ୍କର ନଡ଼ିଆ ମହାବାହୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରନ୍ତୁ। ଆପଣଙ୍କ ଆସ୍ଥା ଓ ଭକ୍ତିକୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଜୀ ସାର୍ଥକ ଏକ ମାଧ୍ୟମ ସାଜିଛି।
Debasnana Purnima: ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ସ୍ନାନ ଯାତ୍ରା ସମ୍ପର୍କିତ ଟିକିନିଖି ଖବର ଦେବାକୁ ଆମେ ପ୍ରୟାସ କରୁଛୁ। ଟିକିନିକି ଖବର ପାଇବା ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ।
ଶାସ୍ତ୍ର ଅନୁଯାୟୀ ମହାପ୍ରଭୁଙ୍କ ଘୋଷଯାତ୍ରାର ଆଦ୍ୟଯାତ୍ରା ସ୍ନାନଯାତ୍ରା। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ମୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ। ନୀଳାଦ୍ରି ଗନ୍ଥ ଅନୁସାରେ ଏହି ଦିବସ ହେଉଛି କାଳିଆ ଠାକୁରର ଜନ୍ମଦିବସ ବା ଆବିର୍ଭାବ ଦିବସ। ଯାହାକୁ ରଥଯାତ୍ରାର ଆଦ୍ୟ ପର୍ବ ବା ଆଦ୍ୟଲୀଳା କୁହାଯାଏ।
ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ରାତିସାରା ବଡ଼ଦାଣ୍ଡରେ ଉଜାଗର ରହିଛନ୍ତି। କାହାର ଆଖିରେ ଭକ୍ତିର ଲୁହ ତ ଆଉ କାହାର ଓଠରେ 'ଜୟ ଜଗନ୍ନାଥ'ର ଧ୍ୱନି ଶୁଣିବାକୁ ମିଳୁଛି। ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି।
Puri News: ଆଜି (ଗୁରୁବାର) ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୧.୦୦ଟିକା ଠାରୁ ସନ୍ଧ୍ୟା ଘ.୬.୦୦ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Bindha_anukula: ରଥ ଅନୁକୂଳର ସପ୍ତମ ଦିବସ ତଥା ରଥ ଖଳାରେ ନିର୍ମାଣର ଷଷ୍ଠ ଦିନରେ ସମ୍ପନ୍ନ ହୋଇଛି ବିନ୍ଧ ଅନୁକୂଳ ପୂଜା। ପ୍ରତ୍ୟେକ ରଥର ଗୋଟିଏ ଗୋଟିଏ ନାହାକା ତୁମ୍ବରେ ବିନ୍ଧ ଅନୁକୂଳ ପୂଜା ହୋଇଛି। ତୁମ୍ବରେ ସୂତା ବାଡ଼ିଆ ସହ ଅନୁକୂଳ ପୂଜା ହୋଇଛି। ରଥ ଚକ ପାଇଁ ଫାଶୀ କାଠରୁ ପ୍ରସ୍ତୁତ ତୁମ୍ବର ଗୋଲେଇ ଶେଷ ହେବାପରେ ଏବେ ବିନ୍ଧ କାର୍ଯ୍ୟ ହେବ।
Mangal Alati of Sri Jagannath: କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ। ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ରଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
Odisha News: ତିନି ଦିନିଆ ଓଡ଼ିଶା ଗସ୍ତରେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ। ମହାପ୍ରଭୁଙ୍କ ପାଖରେ ଭାରତୀୟ ସେନା ପାଇଁ ଆଶୀର୍ବାଦ ମାଗିଲେ ସ୍ଥଳ ସେନା ମୁଖ୍ୟ । ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳି କହିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସେନା ଉପରେ ରହିଥାଉ ବୋଲି କହିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।
Odisha News: ଆଜି ପବିତ୍ର ରାମନବମୀ । ରାମନାମରେ ଗୁଞ୍ଜରିତ ହେଉଛି ମଠ,ମନ୍ଦିର। ରାମଜନ୍ମର ଏହି ପବିତ୍ର ଦିନରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ ପାଳିତ ହୋଉଛି ଶ୍ରୀରାମନବମୀ ।
ପୁରୀ: ରଥଖଳାରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ । ବୌଦ୍ଧ ଜିଲ୍ଲା ମାଧପୁର ବନଖଣ୍ଡରୁ ଆସି ପହଞ୍ଚିଛି ୨୮ ଖଣ୍ଡ ଅସନ କାଠ । ୨୦ ଫୁଟିଆ ୧୯ଟି ଓ ୧୨ ଫୁଟିଆ ୯ଟି କାଠ ଆସି ପହଞ୍ଚିଛି । ଚଳିତ ବର୍ଷ ୮୧୮ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୪୭ ଖଣ୍ଡ କାଠ ବଳକା ରହିଛି । ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ଧଉରା ଓ ଅସନ ମିଶାଇ ୧୨୬ଟି କାଠ ରଥଖଳାରେ ପହଞ୍ଚିଛି ।