କିଛି ଲୋକଙ୍କ ଅନୁସାରେ ApeCoinରୁ ଅଲଗା ରହିବାରେ Yuga Labsର ନିଷ୍ପତ୍ତି ଡିସେଣ୍ଟ୍ରାଲାଇଜେସନ ଆଡ଼କୁ ଏକ ନୂଆ ପଦକ୍ଷେପ । ଅନ୍ୟପଟେ କିଛି ଅନ୍ୟ ଲୋକଙ୍କ ଅନୁସାରେ Yuga Labs ଏଥିପାଇଁ ଦୂରତା ବଜାୟ ରଖିଛି, କାରଣ SECର କଡ଼ା ନିୟମ ଲାଗୁ ହୋଇଛି ।
Trending Photos
ନୂଆଦିଲ୍ଲୀ: ବ୍ଲକ୍ ଚେନ୍ ଆଧାରିତ କାର୍ଟୁନ୍ କ୍ରମରେ Bored Ape Yach Club (BAYC) ହେଉଛି ସର୍ବ ବୃହତ୍ତ ନନ୍-ଫଞ୍ଜିବଲ୍ ଟୋକେନ୍ (NFT)। ଏହାର ସାମ୍ପ୍ରତିକ ମୂଲ୍ୟ ପ୍ରାୟ ୩ ବିଲିୟନ ଡ଼ଲାର୍। BAYC ସହିତ ଜଡି଼ତ ଲୋକମାନେ ଗତ ସପ୍ତାହରେ ApeCoin ନାମକ ଏକ କ୍ରିପ୍ଟୋକରେନ୍ସି ଲଞ୍ଚ କରିଥିଲେ, ଯାହାର ମୂଲ୍ୟ ପ୍ରାୟ ୫୮ ପ୍ରତିଶତ ବୃଦ୍ଧି ପାଇଛି । ApeCoin ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକୃତ ବ୍ୟବହାର ନାହିଁ ଏବଂ ଏହାର ବଜାର ପୁଞ୍ଜି ପ୍ରାୟ ୧୩.୬ ବିଲିୟନ ।
BAYCକୁ ବିକଶିତ କରିଥିବା Yuga Labs କୁ ApeCoin ଟୋକେନ୍ସର ଅଂଶ ପ୍ରଦାନ କରାଯାଇଛି,ହେଲେ ଏହି ଟୋକେନ Yuga Labs ସହ ଯୋଡ଼ି ହୋଇନଥିଲା କାରଣ ଏହାକୁ ApeCoin DAO ନିର୍ମାଣ କରିଛି । ApeCoin DAO ନିଜ କମ୍ୟୁନିଟିକୁ ବ୍ଲକଚେନ୍ ଗେମ୍ସ ଡିଜାଇନ କରିବା ଏବଂ ଫିଜିକାଲ ଓ ଭର୍ଚୁଆଲ ମର୍ଚେଣ୍ଡାଇଜ୍ କରିବାରେ ସହଯୋଗ କରିଥାଏ । କିଛି ଲୋକଙ୍କ ଅନୁସାରେ ApeCoinରୁ ଅଲଗା ରହିବାରେ Yuga Labsର ନିଷ୍ପତ୍ତି ଡିସେଣ୍ଟ୍ରାଲାଇଜେସନ ଆଡ଼କୁ ଏକ ନୂଆ ପଦକ୍ଷେପ । ଅନ୍ୟପଟେ କିଛି ଅନ୍ୟ ଲୋକଙ୍କ ଅନୁସାରେ Yuga Labs ଏଥିପାଇଁ ଦୂରତା ବଜାୟ ରଖିଛି, କାରଣ SECର କଡ଼ା ନିୟମ ଲାଗୁ ହୋଇଛି ।
Also Read: ଭାରତ ବନ୍ଦର ୨ୟ ଦିନ: କେତେ ପ୍ରଭାବିତ ହୋଇଛି ବ୍ୟାଙ୍କ ସେବା
ApeCoin ଏବଂ DAOର Yuga Labs ଏବଂ ଏହାର BAYC ସହ କୌଣସି ସିଧାସଳଖ ସମ୍ପର୍କ ନାହିଁ, ଏହା ସତ୍ତ୍ୱେ ସେମାନେ ଏକାଠି ହୋଇ କାମ କରୁଛନ୍ତି । ଏଥିପାଇଁ BAYC NFT ହୋଲ୍ଡର୍ସଙ୍କୁ ଫ୍ରି ApeCoin ମିଳିଛି । ଏହା BAYC ଇକୋସିଷ୍ଟମର ମୁଖ୍ୟ ଟୋକନ ହେବ । ApeCoin କ୍ରିଏଟ କରୁଥିବା ଟିମ୍ ଅନୁସାରେ ଏହା ଏକ ମିମ୍ କଏନ । ଏହା ସହ ଜଡ଼ିତ ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବାକୁ ପ୍ରୟାସ କରୁଛି । ଏହି କଏନର ବ୍ୟବାହର କରୁଥିବା ସର୍ଭିସରେ MonkeyFirm NFT ପ୍ଲାଟଫର୍ମ, ଏକ ଡିସେଣ୍ଟ୍ରାଲାଇଜଡ୍ ଏକ୍ସଚେଞ୍ଜ ଏବଂ ପ୍ଲେ-ଟୁ ଅର୍ଣ୍ଣ ଗେମିଂ ପ୍ରୋଜେକ୍ଟ ସାମିଲ ହେବ ।
Also Read: ଯୁଦ୍ଧ ମଧ୍ୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଋଷର ସୈନିକ, କହିଲେ ଏହି ବଡ଼ କଥା
ଏହାର ଟ୍ରେଡିଂ Binance, Coinbase, Kraken ଏବଂ FTX ଭଳି ଅନ୍ତର୍ଜାତୀୟ ଏକ୍ସଚେଞ୍ଜ ଛଡ଼ା CoinDCX ଏବଂ Giottus ସହିତ କିଛି ଭାରତୀୟ ଏକ୍ସଚେଞ୍ଜରେ ଉପଲବ୍ଧ । ApeCoinର ମୋଟ୍ ସପ୍ଲାଇର ୬୨ ପ୍ରତିଶତ କମ୍ୟୁନିଟିକୁ ଏଲୋକେଟ୍ କରାଯିବ । ପ୍ରତ୍ୟେକ ଟୋକେନରୁ ଗୋଟିଏ ଭୋଟ୍ ମିଳିବ, ଯାହାଦ୍ୱାରା ଏହାର ହୋଲଡର୍ସ ଆଗାମୀ ଭେଞ୍ଚର୍ସ ଉପରେ ନିଜ ରାୟ ଦେଇପାରିବେ । କେବଳ ଏକ ମିଲିୟନ ApeCoin କ୍ରିଏଟ୍ କରାଯିବ ଏବଂ ୯.୭୫ ପ୍ରତିଶତ Yuga Labs ପାଖରେ ରହିବ । ଏହା ଛଡ଼ା ୧୪ ପ୍ରତିଶତ ଲଞ୍ଚରେ ଯୋଗଦାନ ଦେଉଥିବା ୮ ପ୍ରତିଶତ Yuga Labs ପ୍ରତିଷ୍ଠାତାଙ୍କୁ ଭେଟିବେ ଏବଂ ୬.୨୫ ପ୍ରତିଶତ ଚିଂପାଜୀ ସଂରକ୍ଷଣ ପାଇଁ କାମ କରୁଥିବା Jane Goodall Legacy Foundationକୁ ଡୋନେଟ୍ କରାଯିବ ।