ଭାରତ ବନ୍ଦର ୨ୟ ଦିନ: କେତେ ପ୍ରଭାବିତ ହୋଇଛି ବ୍ୟାଙ୍କ ସେବା
Advertisement

ଭାରତ ବନ୍ଦର ୨ୟ ଦିନ: କେତେ ପ୍ରଭାବିତ ହୋଇଛି ବ୍ୟାଙ୍କ ସେବା

୨୦୨୧-୨୨ ପାଇଁ ବଜେଟରେ ଘୋଷଣା କରାଯାଇଥିବା ଦୁଇଟି ସରକାରୀ କ୍ଷେତ୍ରର ବ୍ୟାଙ୍କକୁ ଘରୋଇକରଣ କରିବା ପାଇଁ ସରକାରଙ୍କ ପଦକ୍ଷେପକୁ ବ୍ୟାଙ୍କ ୟୁନିୟନ ବିରୋଧ କରୁଛି। ଜମା ଉପରେ ସୁଧ ହାର ବୃଦ୍ଧି ଏବଂ ସେବା ଶୁଳ୍କ ହ୍ରାସ କରିବାକୁ ମଧ୍ୟ ସେମାନେ ଦାବି କରୁଛନ୍ତି। 

ଭାରତ ବନ୍ଦର ୨ୟ ଦିନ: କେତେ ପ୍ରଭାବିତ ହୋଇଛି ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ୨୯ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦ୍ୱିତୀୟ ଦିନ ପାଇଁ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି,କାରଣ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା ଦେଶବ୍ୟାପୀ ଧର୍ମଘଟକୁ ସମର୍ଥନ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହୋଇଛି।
ତେବେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦ୍ୱାରା ଦେଶବ୍ୟାପୀ ଆହୁତ ୨ ଦିନିଆ  ଧର୍ମଘଟକୁ  ଅନେକ ସଂଗଠନ ବିରୋଧ କରିବା ସହିତ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହା ଭିତରେ ଅଧିକ ବାଧାପ୍ରାପ୍ତ ହୋଇଛି ବ୍ୟାଙ୍କିଂ ସେବା ।

କର୍ମଚାରୀମାନେ ଡ୍ୟୁଟି ପାଇଁ ଆସୁନଥିବାରୁ  ଅନେକ ସରକାରୀ କ୍ଷେତ୍ର  ବ୍ୟାଙ୍କରେ କାରବାର ପ୍ରଭାବିତ ହୋଇଥିଲା । ଏହା ବ୍ୟତୀତ ଚେକ୍ କ୍ଲିୟରାନ୍ସରେ (Cheque Clearance) ବିଳମ୍ବ ହୋଇଥିଲା ଏବଂ ଧର୍ମଘଟ ଯୋଗୁଁ ସରକାରୀ ଟ୍ରେଜେରୀ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଚେନ୍ନାଇରେ କାର୍ଯ୍ୟ କରୁଥିବା ସାଉଥ୍ ଗ୍ରୀଡ୍ ରେ ଗତକାଲି ଏବଂ ଆଜି ଆମର ଷ୍ଟ୍ରାଇକ୍ ସମୟରେ ପ୍ରାୟ ୫ ହଜାର କୋଟି ଟଙ୍କାର ପ୍ରାୟ ୬ ଲକ୍ଷ ଚେକ୍ / ଉପକରଣକୁ ଷ୍ଟ୍ରାଇକ୍ କାରଣରୁ ଶାଖା କାର୍ଯ୍ୟ କରୁନଥିବାରୁ କ୍ଲିୟରାନ୍ସ ପାଇଁ ପଠା ଯାଇପାରିନାହିଁ । ଏନେଇ ଅଲ୍ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA)ର ସାଧାରଣ ସମ୍ପାଦକ ସି. ଏଚ୍.ଭେଙ୍କଟଚଲମ୍ କହିଛନ୍ତି। ଜାତୀୟ ସ୍ତରରେ ପ୍ରାୟ ୧୮ ହଜାର କୋଟି ମୂଲ୍ୟର ପ୍ରାୟ ୨୦ ଲକ୍ଷ ଚେକ୍ କ୍ଲିୟର ହୋଇପାରିବ ନାହିଁ ବୋଲି ସେ ଦାବି କରିଛନ୍ତି।

Also Read: ମୟୂରର ଅନ୍ତିମସଂସ୍କାର ପାଇଁ ଟ୍ରେନ ବନ୍ଦ...ଶେଷ ବିଦାୟରେ ଏକାଠି ହେଲା ପୁରା ସହର

୨୦୨୧-୨୨ ପାଇଁ ବଜେଟରେ ଘୋଷଣା କରାଯାଇଥିବା ଦୁଇଟି ସରକାରୀ କ୍ଷେତ୍ରର ବ୍ୟାଙ୍କକୁ ଘରୋଇକରଣ କରିବା ପାଇଁ ସରକାରଙ୍କ ପଦକ୍ଷେପକୁ ବ୍ୟାଙ୍କ ୟୁନିୟନ ବିରୋଧ କରୁଛି। ଜମା ଉପରେ ସୁଧ ହାର ବୃଦ୍ଧି ଏବଂ ସେବା ଶୁଳ୍କ ହ୍ରାସ କରିବାକୁ ମଧ୍ୟ ସେମାନେ ଦାବି କରୁଛନ୍ତି। ଅଲ୍ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA)ବ୍ୟତିତ ବ୍ୟାଙ୍କ କର୍ମଚାରୀ ଫେଡେରେସନ୍ ଅଫ୍ ଇଣ୍ଡିଆ (BEFI) ଏବଂ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍ (AIBOA) ମଧ୍ୟ କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ଫୋରମ୍ ଏବଂ ବିଭିନ୍ନ ବିଭାଗୀୟ ସ୍ୱାାଧୀନ ଟ୍ରେଡ ୟୁନିୟନର ମିଳିତ ଫୋରମ୍ ଏହି  ଦୁଇ ଦିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି ।

Also Read: ଓସ୍କାର ଷ୍ଟେଜରେ ବିବାଦ: କ୍ରିସ୍ ରକଙ୍କୁ ଚାପୁଡ଼ା ମାରିଲେ ୱିଲ୍ ସ୍ମିଥ୍

ଜନବିରୋଧୀ ଅର୍ଥନୈତିକ ନୀତି ଏବଂ ଶ୍ରମିକ ବିରୋଧୀ ଶ୍ରମ ନୀତି ଯୋଗୁଁ ଏଭଳି ବନ୍ଦ ଆହ୍ୱାନ ଦିଆଯାଇଛି । ସମସ୍ତ ଭାରତୀୟ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (AITUC), ସେଣ୍ଟର୍ ଅଫ୍ ଇଣ୍ଡିଆନ୍ ଟ୍ରେଡ ୟୁନିଅନ୍ସ (CITU) ଏବଂ ଇଣ୍ଡିଆନ୍ ନ୍ୟାସନାଲ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (INTUC) ଶ୍ରମ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନକୁ କୌଣସି ପ୍ରକାରେ ବର୍ଜନ କରିବାକୁ ଦାବି କରୁଛନ୍ତି। MNREGA (ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ଅଧୀନରେ ମଜୁରି ବଣ୍ଟନ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ନିୟମିତକରଣ ମଧ୍ୟ ସେମାନଙ୍କର ଦାବିର ଏକ ଅଂଶ ରହିଛି ।