Advertisement
Article Detail0/zeeodisha/odisha2159923
Zee OdishaZee OdishaPakistan Border News:ପାକିସ୍ତାନ ସୀମାରେ ଉଡ଼ନ୍ତା ଟ୍ୟାଙ୍କ ମୁତୟନ କରିବ ଭାରତ

Pakistan Border News:ପାକିସ୍ତାନ ସୀମାରେ ଉଡ଼ନ୍ତା ଟ୍ୟାଙ୍କ ମୁତୟନ କରିବ ଭାରତ

ଭାରତ କ୍ରମାଗତ ଭାବରେ ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି। ଦେଶର ପଶ୍ଚିମ ସୀମାନ୍ତରେ ପାକିସ୍ତାନ ଏବଂ ଉତ୍ତର-ପୂର୍ବରେ ଚୀନ୍‌ର  ଅଭିସନ୍ଧିକୁ ପଣ୍ଡ କରିବାକୁ କ୍ରମାଗତ ଭାବରେ ପ୍ରତିରକ୍ଷା ପ୍ରଣାଳୀକୁ ନବୀକରଣ କରାଯାଉଛି। ସମ୍ପ୍ରତି ଅରୁଣାଚଳ ପ୍ରଦେଶରେ ଦୁଇଟି ଟନେଲ୍ କାର୍ଯ୍ୟକ୍ଷମ ହୋଇଥିଲା, ଯାହା ମାଧ୍ୟମରେ ଯେକୌଣସି ଋତୁରେ ତାୱାଙ୍ଗ ଏବଂ ଚୀନ୍ ସୀମାବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳରେ ସେନା ପହଞ୍ଚିବା ସହଜ ହୋଇଛି। 

SOCIAL MEDIA
SOCIAL MEDIA

Pakistan Border News: ଭାରତ କ୍ରମାଗତ ଭାବରେ ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି। ଦେଶର ପଶ୍ଚିମ ସୀମାନ୍ତରେ ପାକିସ୍ତାନ ଏବଂ ଉତ୍ତର-ପୂର୍ବରେ ଚୀନ୍‌ର  ଅଭିସନ୍ଧିକୁ ପଣ୍ଡ କରିବାକୁ କ୍ରମାଗତ ଭାବରେ ପ୍ରତିରକ୍ଷା ପ୍ରଣାଳୀକୁ ନବୀକରଣ କରାଯାଉଛି। ସମ୍ପ୍ରତି ଅରୁଣାଚଳ ପ୍ରଦେଶରେ ଦୁଇଟି ଟନେଲ୍ କାର୍ଯ୍ୟକ୍ଷମ ହୋଇଥିଲା, ଯାହା ମାଧ୍ୟମରେ ଯେକୌଣସି ଋତୁରେ ତାୱାଙ୍ଗ ଏବଂ ଚୀନ୍ ସୀମାବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳରେ ସେନା ପହଞ୍ଚିବା ସହଜ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନ ସୀମାରେ ମଧ୍ୟ ସୁରକ୍ଷା ଭିତ୍ତିଭୂମିକୁ ଦୃଢ଼ କରାଯାଉଛି। ଏହା ଭିତରେ ଦେଶର ପଶ୍ଚିମ ସୀମାରେ 'ଏୟାର ଟ୍ୟାଙ୍କ' ମୁତୟନ ପାଇଁ ସେନାର ପ୍ରସ୍ତୁତି ଚାଲିଛି। ଆଶା କରାଯାଉଛି ଯେ  ଗ୍ରୀଷ୍ମ ଋତୁ ଶେଷ ସୁଧା ସୀମାରେ ଏୟାର ଟ୍ୟାଙ୍କ ମୁତୟନ କାର୍ଯ୍ୟ ସମାପ୍ତ ହେବ। ସୀମାରେ ଭାରତର ପ୍ରତିରକ୍ଷା କ୍ଷମତା ଏବଂ ସେନାର ରଣନୀତିକ ଯୋଜନା ପଡୋଶୀ ଦେଶ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିବା ଏକପ୍ରକାର ନିଶ୍ଚିତ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର ପାକିସ୍ତାନ ସୀମାରେ ଭାରୀ ଯୁଦ୍ଧ ହେଲିକପ୍ଟର ଆପାଚେ ମୁତୟନ ହେବ। ଏହାପୂର୍ବରୁ ଭାରତୀୟ ସେନା ପାଶ୍ଚାତ୍ୟ କମାଣ୍ଡରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ପୋଷ୍ଟ ଯୋଧପୁରରେ ନିଜର କ୍ଷମତା ବୃଦ୍ଧି କରିଛି। ଭାରତୀୟ ସେନା ହେଲିକପ୍ଟରର ହେଭି ଡ୍ୟୁଟି ଏବଂ ଅତ୍ୟାଧୁନିକ କ୍ଷମତା ବିଶିଷ୍ଟ ସ୍କ୍ୱର୍ଡନର ଶକ୍ତିତ ବୃଦ୍ଧି କରିଛି। ଏହି ସ୍କ୍ୱର୍ଡନ ଅସ୍ଥିତ୍ୱକୁ ଆସିବା ସହିତ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ ଅଧିକ ଶକ୍ତିଶାଳୀ ହେବ ଏବଂ ଏହାର ଯୁଦ୍ଧ କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା କେମିତି ସେନାର ୱେଷ୍ଟର୍ଣ୍ଣ କମାଣ୍ଡରେ ଆପାଚେ ହେଲିକପ୍ଟର ମୁତୟନ ପାଇଁ ପ୍ରସ୍ତୁତି ଚାଲିଛି। ଫେବୃଆରୀ 2024 ରେ ଏହାର ଆମେରିକାରୁ ଏହାର ପ୍ରଥମ ବ୍ୟାଚ୍ ଆସିବାର ଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ ଆସିନାହିଁ । ଆପାଚେ ହେଲିକପ୍ଟରର ପ୍ରଥମ ବ୍ୟାଚ୍ ମେ’ ମାସରେ ଭାରତ ଆସିବାର ସମ୍ଭାବନା ରହିଛି ।

ଆପାଚେ ହେଲିକପ୍ଟର ମୁତୟନ

Add Zee News as a Preferred Source

ଭାରତୀୟ ସେନା ଆମେରିକୀୟ କମ୍ପାନୀ ବୋଇଙ୍ଗ ସହିତ ଆପାଚେ ହେଲିକପ୍ଟର କ୍ରୟ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ପ୍ରାୟ 5,691 କୋଟି ଟଙ୍କା ମୂଲ୍ୟର ଏହି ଚୁକ୍ତି ଅନୁଯାୟୀ ବୋଇଙ୍ଗ ସେନାକୁ 6 ଟି ହେଲିକପ୍ଟର ଯୋଗାଇବ। ଫେବୃଆରୀ 2020 ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହେଲିକପ୍ଟର କ୍ରୟକୁ ନେଇ ସହମତ ହୋଇଥିଲା । ସେନା ବିମାନ ଚଳାଚଳ ନିର୍ଦ୍ଦେଶକ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଅଜୟ ସୁରୀ କହିଛନ୍ତି ଯେ ଆପାଚେ ହେଲିକପ୍ଟର ଯୋଗାଣ ଫେବୃଆରୀରୁ ଆରମ୍ଭ ହେବାର ଥିଲା କିନ୍ତୁ କିଛି କାରଣରୁ ଏଥିରେ କିଛି ବିଳମ୍ବ ଘଟିଛି। 22 ଟି ଆପାଚେ ହେଲିକପ୍ଟର ଭାରତୀୟ ବାୟୁସେନା (IAF) କୁ ଯୋଗାଇ ଦିଆଯାଇଛି ।  ସେପ୍ଟେମ୍ବର 2015 ରେ ବାୟୁସେନା ଆମେରିକୀୟ କମ୍ପାନୀ ସହିତ 13,952 କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା ।

ଆପାଚେ ହେଲିକପ୍ଟର ବିଶେଷତ୍ୱ

ଆପାଚେ ହେଲିକପ୍ଟରର କ୍ଷମତାକୁ ଏମିତି ବୁଝିହେବ ଯେ, ଏହାକୁ  ଏହା 'ଟ୍ୟାଙ୍କସ୍ ଅଫ୍ ଦି ଏୟାର' ଭାବରେ ମଧ୍ୟ ଜଣାଶୁଣା । ହେଭି ଡ୍ୟୁଟି ଆପାଚେ ହେଲିକପ୍ଟରଟି ଷ୍ଟିଙ୍ଗର୍ ଏୟାର-ଟୁ-ଏୟାର ମିସାଇଲ୍ ସହିତ ସଜ୍ଜିତ । ଏହା ସହିତ ବାୟୁରୁ ଭୂପୃଷ୍ଠରେ ଲକ୍ଷ୍ୟଭେଦ କରୁଥିବା  ହେଲ୍ ଫାୟାର ଲଙ୍ଗବୋ କ୍ଷେପଣାସ୍ତ୍ର ମଧ୍ୟ ଏଥିରେ ଲଗାଯାଇ ପାରବି । ଏହା ବ୍ୟତୀତ ଆପାଚେ ହେଲିକପ୍ଟରରେ ଅନ୍ୟ କ୍ଷେପଣାସ୍ତ୍ର, ବନ୍ଧୁକ ଏବଂ ରକେଟ୍  ମଧ୍ୟ ଖଂଜା ଯାଇପାରିବ। ଆପାଚେ ହେଲିକପ୍ଟରକୁ ସେନା ସ୍କ୍ୱାର୍ଡନରେ ସାମିଲ କରିବା ଦେୱାରା ସେନାର  ଯୁଦ୍ଧ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ।

About the Author