ଧାନ ମଣ୍ଡିରେ ଲାଗିବ ସିସିଟିଭି, ଚାଷୀମାନଙ୍କ ପାଇଁ ମନ୍ତ୍ରୀ ଦେଲେ ଏଭଳି ସୂଚନା
Advertisement
Article Detail0/zeeodisha/odisha2313514

ଧାନ ମଣ୍ଡିରେ ଲାଗିବ ସିସିଟିଭି, ଚାଷୀମାନଙ୍କ ପାଇଁ ମନ୍ତ୍ରୀ ଦେଲେ ଏଭଳି ସୂଚନା

ଦୁର୍ନୀତି, ଭଷ୍ଟ୍ରାଚାର ୨୪ବର୍ଷରେ ବହୁତ ବଢ଼ି ଯାଇଛି। ଏହାକୁ ରୋକିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବୁ।

ଧାନ ମଣ୍ଡିରେ ଲାଗିବ ସିସିଟିଭି, ଚାଷୀମାନଙ୍କ ପାଇଁ ମନ୍ତ୍ରୀ ଦେଲେ ଏଭଳି ସୂଚନା

ଭୁବନେଶ୍ୱର: ରାଜ୍ୟରେ ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ ଜିପିଏସ୍। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ ମଣ୍ଡିରେ ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର ହେବ। ମଣ୍ଡିରେ ସିସିଟିଭି ସହିତ ଧାନ ନେଇ ଯାଉଥିବା ଗାଡିରେ ଜିପିଏସ୍‍ ଲାଗିବ। ୨ମାସରେ ଯୋଜନା କରାଯାଇ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ଦୁର୍ନୀତି, ଭଷ୍ଟ୍ରାଚାର ୨୪ବର୍ଷରେ ବହୁତ ବଢ଼ି ଯାଇଛି। ଏହାକୁ ରୋକିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବୁ। ଏଥିପାଇଁ ଜିଲ୍ଲାପାଳଙ୍କୁ ଅବଗତ କରଯାଇଛି ବୋଲି କହିଛନ୍ତି। 

ଆହୁରି କହିଛନ୍ତି ଯେ, ବିଭିନ୍ନ ସମୟରେ ଧାନ ମଣ୍ଡିରେ ହେରଫେର ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଥାନ୍ତି। ଏପରିକି କେତେବେଳେ ଚାଷୀଙ୍କ ଠିକ୍‌ ଟୋକନ୍‌ ମିଳି ନଥାଏ ତ ଆଉ କେତେ ବେଳେ ମିଲର ଧାନ ନେବା ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିପାଇଁ ଚାଷୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏହାକୁ ରୋକିବାକୁ ରାଜ୍ୟର ସବୁ ଧାନ ମଣ୍ଡିରେ ସିସି କ୍ୟାମେରା ଲାଗିବ ବୋଲି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।