ବିସ୍ମୟକର ବାଳକ ଶୁଭମ୍; ବୟସ ଛୋଟ କିନ୍ତୁ ବୁଦ୍ଧି ପ୍ରଖର
X

ବିସ୍ମୟକର ବାଳକ ଶୁଭମ୍; ବୟସ ଛୋଟ କିନ୍ତୁ ବୁଦ୍ଧି ପ୍ରଖର

ବିଭିନ୍ନ ଜଣାଅଜଣା ତଥ୍ୟ ଯଥା- ବିଭିନ୍ନ ରାଜ୍ୟ ଓ ଦେଶ ର ରାଜଧାନୀ ସହ ୟୁନିଭର୍ସ, ଗ୍ୟାଲକ୍ସି, କଣ୍ଟିନେଣ୍ଟସ, ୟୁନିଅନ ଟେରିଟୋରି ଆଦି ଅନର୍ଗଳ ଗାଉଛନ୍ତି ଶୁଭମ୍। ଆଉ ଏହି ବିଚକ୍ଷଣ ବୁଦ୍ଧି ଓ ସ୍ମରଣଶକ୍ତି ପାଇଁ ତାଙ୍କୁ ଦୁଇ ଦୁଇଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମଧ୍ୟ ମିଳିଛି।

ବିସ୍ମୟକର ବାଳକ ଶୁଭମ୍; ବୟସ ଛୋଟ କିନ୍ତୁ ବୁଦ୍ଧି ପ୍ରଖର

ଭୁବନେଶ୍ୱର: ବୟସ ଛୋଟ, ବୁଦ୍ଧି ପ୍ରଖର। ବୟସ ତିନିବର୍ଷ ପୁରିବାକୁ ଆହୁରି ତିନି ମାସ ବାକି, ହେଲେ ତୁଣ୍ଡରେ ବିଶ୍ବ ବ୍ରହ୍ମାଣ୍ତର ତଥ୍ୟ ରଖି ବିଶ୍ବ ରେକର୍ଡର ହକଦାର ହୋଇଛନ୍ତି ପୁରୁଣା ଭୁବନେଶ୍ବର ଅଂଚଳର ବାଳକ ମୃତ୍ୟୁଜଂୟ ଓରଫ୍ ଶୁଭମ। ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ସହ କଲାମ ୱାଲର୍ଡ଼ ରେକର୍ଡ୍ସରେ ସେ ନିଜକୁ ସାମିଲ କରିପାରିଛନ୍ତି। ବିଭିନ୍ନ ଜଣାଅଜଣା ତଥ୍ୟ ଯଥା- ବିଭିନ୍ନ ରାଜ୍ୟ ଓ ଦେଶ ର ରାଜଧାନୀ ସହ ୟୁନିଭର୍ସ, ଗ୍ୟାଲକ୍ସି, କଣ୍ଟିନେଣ୍ଟସ, ୟୁନିଅନ ଟେରିଟୋରି ଆଦି ଅନର୍ଗଳ ଗାଉଛନ୍ତି ଶୁଭମ୍। ଆଉ ଏହି ବିଚକ୍ଷଣ ବୁଦ୍ଧି ଓ ସ୍ମରଣଶକ୍ତି ପାଇଁ ତାଙ୍କୁ ଦୁଇ ଦୁଇଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମଧ୍ୟ ମିଳିଛି। 

କୁନି ବୟସରେ ବିଶ୍ବ ରେକର୍ଡ। ଖନେଇ ଖନେଇ ପାଟିରୁ ବାହାରୁଛି ବିଶ୍ବ ବ୍ରହ୍ମାଣ୍ଡର ତଥ୍ୟ। ପୁରୁଣା ଭୁବନେଶ୍ୱରର ବାସିନ୍ଦା ପ୍ରତାପ ନାୟକ ଓ ଦୀପାଜଂଳି ନାୟକଙ୍କ ଏକମାତ୍ର ପୁଅ ମୃତ୍ୟୁଂଜୟ ନାୟକ ଓରଫ୍ ଶୁଭମ୍। ବୟସ ମାତ୍ର ୨ ବର୍ଷ ୯ ମାସ। କମ୍ ବୟସରେ ୨୬ଟି ଧର୍ମକ୍ଷେତ୍ର, ୧୬ ପ୍ରକାରର ଫୁଲ, ୨୪ ପ୍ରକାର ଗାଡି, ୧୬ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ, ଜାତୀୟ ପତାକା, ୯୦ଟି ଦେଶ, ୪୫ ପ୍ରଜାତିର ପଶୁ, ସୌରମଣ୍ଡଳର ୧୦ଟି ଗ୍ରହ, ୩୮ଟି ରାଜ୍ୟର ରାଜଧାନୀ, ୧୫ଟି ଜାତୀୟ ସଂକେତ ସମେତ ସାଧାରଣଜ୍ଞାନ ଓ ସଂସ୍କୃତ ଶ୍ଲୋକ ମନେରଖି ଗତ ଜୁଲାଇ ମାସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ପରୁସ୍କୃତ ହୋଇଥିଲେ। ଏହାପରେ ପୁଣି ଏକ ଭିନ୍ନ ବିଶ୍ବ ରେକର୍ଡ କରି ଗତ ଅଗଷ୍ଟ ମାସରେ ସେ କଲାମ ବିଶ୍ବ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି।

Also Read: ବଙ୍ଗଳା ଥାନାରେ ଭୟଙ୍କର ବିସ୍ଫୋରଣ; ମାଟିରେ ମିଶିଲା କୋଠା, ଅଳ୍ପକେ ବର୍ତ୍ତିଲେ ସେଣ୍ଟ୍ରି

ଯେଉଁ ବୟସରେ ପିଲା ନିଜ ନାଁ ଗାଁ ଠିକଣା ମନେ ରଖିବା କଷ୍ଟ, ସେ ବୟସରେ ଶୁଭମ ୧୯୫ ଦେଶର ଜାତୀୟ ପତାକା, ଭାରତର ସମସ୍ତ ରାଜ୍ୟ ଓ ତାର ରାଜଧାନୀ, ୧୦ ପ୍ରମୁଖ ଜାତୀୟ ନେତାଙ୍କ ସମେତ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଦି ୨୫ ମନ୍ତ୍ରୀଙ୍କ ନାଁକୁ ମୁଖସ୍ତ କରିପାରିଛନ୍ତି। ତେବେ ଲକଡାଉନ ସମୟରେ ପାଠ କ’ଣ ପ୍ରଥମେ ଶିଖିଥିଲେ ଶୁଭମ। ଅ, ଆ ସହ ୧, ୨ ଶିଖିବା ଦିନରୁ ହିଁ ବାପା ମାଆ ତାର ପ୍ରଖର ସ୍ମରଣଶକ୍ତି ଜାଣିପାରିଥିଲେ। ଆଉ ତା ପରଠାରୁ ଶୁଭମଙ୍କ ଇଚ୍ଛା ଓ ସ୍ମରଣଶକ୍ତି ବଳରେ ସମସ୍ତ ଜଣାଅଜଣା ପ୍ରଶ୍ନର ଉତ୍ତର ଗୋଟିଏ ଥରରେ ବାହାରୁଛି। ବେଶ ସୁନ୍ଦର ଭାବେ ସବୁକିଛି ସହଜରେ ମନେ ରଖିଥିବା ତାଙ୍କୁ ପ୍ରଶିକ୍ଷଣ ଦେଇଥିବା ମା ଦୀପାଞ୍ଜଳି କହିଛନ୍ତି।

କେବଳ ସେତିକି ନୁହେଁ ମନ୍ତ୍ର ଓ ଶ୍ଳୋକକୁ ମଧ୍ୟ କୁନି କୁନି ପାଟିରେ ମୃତ୍ୟୁଂଜୟ ନାୟକ ମୁଖସ୍ତ କରିପାରିଛନ୍ତି। ଆଗକୁ ଏସିଆନ ବୁକ ଅଫ ରେକର୍ଡରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି। ବାସ୍ତବିକ୍ ଇଚ୍ଛା ଓ ସ୍ମରଣଶକ୍ତି ବଳରେ କିଛି ବି ଅସମ୍ଭବ ନୁହେଁ ତାହାକୁ ଶୁଭମ କୁନି ବୟସରୁ ପ୍ରମାଣିତ କରିଛନ୍ତି।

 

 

 

 

Trending news