ବୁର୍ଲା ଡାକ୍ତରଖାନାର ବର୍ହିବିଭାଗ ବନ୍ଦ, ଚିନ୍ତାରେ ରୋଗୀ
Advertisement
Article Detail0/zeeodisha/odisha712256

ବୁର୍ଲା ଡାକ୍ତରଖାନାର ବର୍ହିବିଭାଗ ବନ୍ଦ, ଚିନ୍ତାରେ ରୋଗୀ

ବୁର୍ଲା ଭୀମସାର ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବନ୍ଦ ହେବାପରେ ରୋଗୀଙ୍କ ମୁଣ୍ଡରେ ପଡିଛି ଚଡକ । 

ବୁର୍ଲା ଡାକ୍ତରଖାନାର ବର୍ହିବିଭାଗ ବନ୍ଦ, ଚିନ୍ତାରେ ରୋଗୀ

ସମ୍ବଲପୁର: ବୁର୍ଲା ଭୀମସାର ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବନ୍ଦ ହେବାପରେ ରୋଗୀଙ୍କ ମୁଣ୍ଡରେ ପଡିଛି ଚଡକ । ଗତ କିଛି ଦିନ ହେବ ଲଗାତାର ଭାବେ ବୁର୍ଲା ଅଞ୍ଚଳରୁ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ବୁର୍ଲା ଡାକ୍ତରଖାନାରୁ ଏକାଧିକ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ଫଳର ଡାକ୍ତରଖାନା କର୍ତ୍ତୃପକ୍ଷ ବର୍ହିବିଭାଗକୁ ବନ୍ଦ କରିଦେଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ବର୍ତ୍ତମାନ ରୋଗୀମାନଙ୍କ ମଧ୍ୟରେ ଚିନ୍ତା ଦ୍ୱିଗୁଣିତ ହୋଇଛି। 

ସେପଟେ ବୁର୍ଲା ବଡ଼ ମେଡ଼ିକାଲକୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି । ସ୍ଵାସ୍ଥ୍ୟ ସେବା ଏକ ପ୍ରକାର ଠପ ହୋଇଯାଇଛି । ବୁର୍ଲା ଓପିଡ଼ି ବନ୍ଦ ହୋଇଯିବା ପରେ କିଛି ଉପାୟ ନପାଇ ନର୍ସିଂହୋମ ମୁହାଁ ହୋଇଛନ୍ତି ରୋଗୀ। ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି ସେମାନଙ୍କୁ । କୌଣସି କାରଣ ନଥାଇ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଥିବାରୁ ରୋଗୀ ଓ ସେମାନଙ୍କ ପରିଜନ ଚିନ୍ତାରେ ପଡ଼ିଯାଇଛନ୍ତି । ସାଧାରଣରେ ଏକ କୋକୁଆ ଭୟ ସୃଷ୍ଟି ହେବା ସହ ଚିକିତ୍ସା ବ୍ୟବସ୍ଥାକୁ ନେଇ ଚିନ୍ତାରେ ସହରବାସୀ।

ଏପଟେ ବୁର୍ଲା ଭୀମସାରରେ ଡାକ୍ତର, ନର୍ସ ପ୍ରତିଦିନ ପଜିଟିଭ ବାହାରିବା ଚିନ୍ତାର ମୁଖ୍ୟ କାରଣ ସାଜିଛି । ସେଣ୍ଟ୍ରାଲ ICU,କ୍ୟାନସର ବିଭାଗ, ମେଡ଼ିସିନ ବିଭାଗ ଡାକ୍ତର ଓ ନର୍ସ ସଂକ୍ରମିତ ହୋଇଥିବାରୁ ଆଉଟଡୋର ଓ ଇଣ୍ଡୋର ବିଭାଗକୁ ସିଲ କରାଯାଇଛି। ରୁଟିନ ଅପରେସନ ମଧ୍ୟ ବାତିଲ କରାଯାଇଛି। ୧୦୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ନର୍ସ କ୍ୱାରେଣ୍ଟାଇନରେ ରହିଛନ୍ତି । ବୁର୍ଲା ଭୀମସାରରେ ଡାକ୍ତର, ନର୍ସ ପଜିଟିଭ ହେବା ଥମିବାର ନାଁ ଧରୁନି। 

ଭୀମସାରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ବର୍ତ୍ତମାନ ଭୟର ବାତାବରଣ ମଧ୍ୟରେ ଗତି କରୁଛନ୍ତି । ଏ ବାବଦରେ ଭୀମସାର ଅଧିକ୍ଷକଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଓପିଡ଼ିକୁ ବନ୍ଦ କରାଯାଇଛି। ଯଦି ରୋଗୀଙ୍କୁ ଜରୁରୀ ଅପରେସନ ଦରକାର ପଡେ, ତା'ହେଲେ ତାହା ମଧ୍ୟ କରାଯିବ।

;