ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ
Advertisement

ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

ଝାଙ୍କରପାଲି (Jhankarpalli) ରୁ ହାଲିପାଲି ମଧ୍ଯରେ ଯାଇଥିବା ରାସ୍ତାକଡରେ ଲୋକଙ୍କ ଗହଳି ଲାଗିଥିଲା। ସେମାନେ ଭୂଇଁରୁ କିଛି ଗୋଟିଏ ବାହାର କରି ବ୍ୟାଗରେ ଭର୍ତ୍ତି କରୁଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ତାହା ଗଞ୍ଜେଇ (Ganja) ଥିଲା।

ରାସ୍ତାକଡରେ ଗଞ୍ଜେଇ, ଗୋଟାଇବାରେ ବ୍ଯସ୍ତ ପଥଚାରୀ

ଅଜୟ ନାଥ, ସମ୍ବଲପୁର: ରାସ୍ତାକଡରେ ଗଞ୍ଜେଇର ଗନ୍ଥାଘର। ଆଉ ଏହାକୁ ଗୋଟାଇବାକୁ ପଥଚାରୀ ବ୍ୟାକୁଳ। ଏଭଲି କିଛି ଦୃଶ୍ୟ ଶୁକ୍ରବାର ମଧ୍ୟାହ୍ଣରେ ମ୍ବଲପୁର ଝାଙ୍କରପାଲି ଅଞ୍ଚଳରେ ଦେଖିବାକୁ ମିଳିଛି। ତେବେ ରାସ୍ତାକଡକୁ ଏତେ ପରିମାଣର ଗଞ୍ଜେଇ କିପରି ଆସିଲା ତାହାକୁ ନେଇ ତଦନ୍ତ ଚାଲିଛି।

ଶୁକ୍ରବାର ଝାଙ୍କରପାଲି (Jhankarpalli) ରୁ ହାଲିପାଲି ମଧ୍ଯରେ ଯାଇଥିବା ରାସ୍ତାକଡରେ ଲୋକଙ୍କ ଗହଳି ଲାଗିଥିଲା। ସେମାନେ ଭୂଇଁରୁ କିଛି ଗୋଟିଏ ବାହାର କରି ବ୍ୟାଗରେ ଭର୍ତ୍ତି କରୁଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ତାହା ଗଞ୍ଜେଇ (Ganja) ଥିଲା। ପରେ ଏ ସଂକ୍ରାନ୍ତରେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗଞ୍ଜେଇକୁ ଜବତ କରିବା ସହ ତଦନ୍ତ ଚଳାଇଛି।

fallback

Also Read: କହୁ କହୁ କହିଦେଲେ ଧର୍ମେନ୍ଦ୍ର, ଓଡିଶାର ଏହି ଆସନରୁ ଲଢି ପାରନ୍ତି ନିର୍ବାଚନ

ରାସ୍ତାକଡରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ତେବେ ତାହାର ଓଜନ କେତେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଚାଲାଣ ବେଳେ ମାଫିଆ ଏଠାରେ ଗଞ୍ଜେଇ ଫିଙ୍ଗି ଦେଇଥିବା ସମ୍ବଲପୁର ପୋଲିସ (Sambalpur Police) ର ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। କିନ୍ତୁ ଏତେ ପରିମାଣର ଗଞ୍ଜେଇ କିଏ ଓ କାହିଁକି ଫିଙ୍ଗିଲା ତାହା ଜଣାପଡିନାହିଁ।

fallback