Advertisement
Article Detail0/zeeodisha/odisha767205
Zee OdishaCity Newsଆସିଲା ଖୁସିଖବର; ୨ ମାସ ପରେ ରାଜ୍ୟରେ ସର୍ବନିମ୍ନ କରୋନା ସଂକ୍ରମଣ

ଆସିଲା ଖୁସିଖବର; ୨ ମାସ ପରେ ରାଜ୍ୟରେ ସର୍ବନିମ୍ନ କରୋନା ସଂକ୍ରମଣ

ରାଜ୍ୟରେ ଲଗାତାର ଖସୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୨୧୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣ ସଂଖ୍ୟା ଗତ ୨ ମାସ ମଧ୍ୟରେ ସବୁଠୁ କମ। ଗତ ଅଗଷ୍ଟ ୧୭ ତାରିଖରେ ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ତୁଳନାରେ ଆଜି ସର୍ବନିମ୍ନ ୨୧୩୮ ଆକ୍ରାନ୍ତ ବାହାରିଛନ୍ତି। ନୂଆ ଆକ୍ର

ଆସିଲା ଖୁସିଖବର; ୨ ମାସ ପରେ ରାଜ୍ୟରେ ସର୍ବନିମ୍ନ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଖସୁଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ୨୧୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଜିର ସଂକ୍ରମଣ ସଂଖ୍ୟା ଗତ ୨ ମାସ ମଧ୍ୟରେ ସବୁଠୁ କମ।

ଗତ ଅଗଷ୍ଟ ୧୭ ତାରିଖରେ ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାର ତୁଳନାରେ ଆଜି ସର୍ବନିମ୍ନ ୨୧୩୮ ଆକ୍ରାନ୍ତ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୫୧ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ଜଣ ଅଛନ୍ତି। ସେହିପରି ଅନ୍ୟରାଜ୍ୟର ୬୨ ଜଣ ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

ଆଜି ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୩୬୧ଟି ନୂଆ ମମାଲା ସାମନାକୁ ଆସିଛି। ଏହାପଛକୁ କଟକରେ ୧୫୬ ଓ ଅନୁଗୋଳରୁ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯କୁ ପହଞ୍ଚିଛି। ସେହିପରି ୨ ଲକ୍ଷ ୩୮ ହଜାର ୫୩୫ ଜଣ ଆରୋଗ୍ୟ ହୋଇଫେଛନ୍ତି।

Add Zee News as a Preferred Source

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମଜତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ନବରଙ୍ଗପୁର ଓ ସମ୍ବଲପୁରରେ ୨-୨ ଜଣଙ୍କର ଜୀବନ ଯାଇଛି। ସେହିପରି ବରଗଡ, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ପୁରୀରୁ ଜଣଙ୍କର ଲେଖାଏଁ ମୃତ୍ୟୁ ହୋଇଛି।

ରାଜ୍ୟରେ ୧୫ ନୂଆ ମୃତକଙ୍କ ସହ ମୋଟ ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଛି। ସେପଟେ ରାଜ୍ୟର ୨୧ଟି ଜିଲ୍ଲା ଏବେ ବି ରେଡ ଜୋନ ଓ ୮ଟି ୟେଲୋ ଜୋନରେ ଅଛନ୍ତି। ଦେଓଗଡରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା ୯୦୦ ଛୁଇଁ ନାହିଁ। ତେଣୁ ଏହା ରାଜ୍ୟର ଏକମାତ୍ର ଜିଲ୍ଲା ଭେବେ ଗ୍ରୀନ ଜୋନରେ ଅଛି।

About the Author