୨୭ରେ ନାଗାର୍ଜୁନ ବେଶ, ଦର୍ଶନ ନେଇ ଦ୍ୱନ୍ଦ୍ୱ
Advertisement
Article Detail0/zeeodisha/odisha778863

୨୭ରେ ନାଗାର୍ଜୁନ ବେଶ, ଦର୍ଶନ ନେଇ ଦ୍ୱନ୍ଦ୍ୱ

୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଥିବା ବେଳେ ଭକ୍ତ ଦର୍ଶନ କରିପାରିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଭିତରେ ରହୁଛି । ତେଣୁ ଭକ୍ତମାନଙ୍କ ପାଇଁ କଟକଣା ଭିତରେ ବି ମିଳିଛି ଆଶ୍ୱସ୍ତକର ଖବର । କୋଭିଡ କଟକଣାକୁ ନେଇ ଚଳିତବର୍ଷ ଦର୍ଶନ ନ ହୋଇପାରିଲେ ଆରବର୍ଷକୁ ଦର୍ଶନ କରିବାକୁ ସ୍ଥିର କଲେଣି ଭକ୍ତ&n

୨୭ରେ ନାଗାର୍ଜୁନ ବେଶ, ଦର୍ଶନ ନେଇ ଦ୍ୱନ୍ଦ୍ୱ

ସଞ୍ଜୟ ମହାପାତ୍ର, ପୁରୀ: ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଥିବା ବେଳେ ଭକ୍ତ ଦର୍ଶନ କରିପାରିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଭିତରେ ରହୁଛି । ତେଣୁ ଭକ୍ତମାନଙ୍କ ପାଇଁ କଟକଣା ଭିତରେ ବି ମିଳିଛି ଆଶ୍ୱସ୍ତକର ଖବର । କୋଭିଡ କଟକଣାକୁ ନେଇ ଚଳିତବର୍ଷ ଦର୍ଶନ ନ ହୋଇପାରିଲେ ଆରବର୍ଷକୁ ଦର୍ଶନ କରିବାକୁ ସ୍ଥିର କଲେଣି ଭକ୍ତ  । ହେଲେ ୨୦୨୧ରେ ପଞ୍ଚୁକ ୬ ଦିନ ପଡୁଥିବା ବେଳେ ଏକାଦଶୀରେ ମଳ ପଡୁଥିବାରୁ ସେହି ଦିନ ନାଗାର୍ଜୁନ ବେଶ ହେବ ବୋଲି ପଞ୍ଜୀକାରମାନେ କହିଛନ୍ତି । ସେପଟେ ଚଳିତ ବର୍ଷ ବି ପ୍ରଶାସନ କେବଳ ହବିଷ୍ୟାଳିମାନଙ୍କୁ ଯଦି ଦର୍ଶନ ପାଇଁ ବ୍ୟବସ୍ଥା କରନ୍ତେ ତେବେ ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ  ।  

ଶ୍ରୀମନ୍ଦିରରେ ଯେବେ ପଂଚୁକ ୬ ଦିନ ପଡେ ସେହି ବର୍ଷ ମହାପ୍ରଭୁଙ୍କର ପଂଚୁକ ଦ୍ୱାଦଶୀରେ ନାଗାର୍ଜୁନ ବେଶ ହେବାର ବିଧି ରହିଛି । ସେହି ଅନୁସାରେ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜୟାଦଶମୀରୁ ବେଶ ନିର୍ମାଣ ଅନୁକୁଳ କରାଯାଇଛି ।  ଚଳିତ ବର୍ଷ ୨୦୨୦ ନଭେମ୍ବର ୨୭ ଓ ୨୦୨୧ଅର୍ଥାତ ଆର ବର୍ଷ ନଭେମ୍ବର ୧୫ରେ ବି ପଡୁଛି ନାଗାର୍ଜୁନ ବେଶ । ନଭେମ୍ବର ୧୫ ତାରିଖ ଦିନ ଶ୍ରୀଜିଉ ମଳ ତିଥିରେ ପୁଣି ଆକର୍ଷଣୀୟ ନାଗାର୍ଜୁନ ବେଶରେ ଦର୍ଶନ ଦେବେ । ହେଲେ ୨୦୨୧ରେ  ପଞ୍ଚୁକ ୬ ଦିନ ପଡୁଥିବା ବେଳେ ଏକାଦଶୀରେ ମଳ ପଡୁଥିବାରୁ ସେହି ଦିନ ନାଗାର୍ଜୁନ ବେଶ ହେବ ବୋଲି ପଂଜୀକାରମାନେ କହିଛନ୍ତି । ତେବେ ଭିନ୍ନଭିନ୍ନ ପଞ୍ଜିକା ଅନୁଯାୟୀ ୨୦୨୧ ନଭେମ୍ବର ୧୪ରେ ଲକ୍ଷ୍ନୀନୃସିଂହ ବେଶ ଉଲ୍ଲେଖ ରହିଥିବା ବେଳେ ତା' ପରଦିନ ଏକାଦଶୀ ମଳରେ ନାଗାର୍ଜୁନ ବେଶ ଲିଖିତ ରହିଛି।

ସେହିଭଳି କିଛିରେ ମଧ୍ୟ ନଭେମ୍ବର ୧୫ରେ ଏକାଦଶୀ ମଳ ରହିଥିବାରୁ ପଂଚୁକ ୫ ଦିନ ହେଲେବି ନାଗାର୍ଜୁନ ବେଶ ଏକାଦଶୀରେ ହେବ ବୋଲି ଲେଖାଯାଇଛି । ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ସବିଶେଷ ନିଷ୍ପତି ନେବ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ।

ମହାପ୍ରଭୁଙ୍କର ଏଭଳି ବେଶ ବିଶ୍ୱ ବ୍ରହ୍ମାଣ୍ଡରେ କେଉଁଠାରେ ଦେଖିବାକୁ ମିଳିବ ନାହିଁ। ଠାକୁର ହସ୍ତପଦ ବିହୀନହେଲେ ମଧ୍ୟ ତାଙ୍କର ଏହି ବେଶରେ ସ୍ୱର୍ଣ୍ଣ ଶ୍ରୀଭୁଜ , ନଳି , ଶ୍ରୀପୟର , ଶଙ୍ଖ , ଚକ୍ର , ହଳ , ମୁଷଳ ଆଦି ଲାଗି କରାଯାଇଥାଏ।  ତେବେ ଚଳିତ ବର୍ଷ ନ ଦେଖିପାରିଲେ ଆରବର୍ଷକୁ ବଂଚିଥିଲେ ନାଗାର୍ଜୁନ ବେଶର ଦର୍ଶନ ମିଳିବ। ସେ ନେଇ  ଚଳିତ ବର୍ଷ ବି ପ୍ରଶାସନ କେବଳ ହବିଷ୍ୟାଳିମାନଙ୍କୁ ଯଦି ଦର୍ଶନ ପାଇଁ ବ୍ୟବସ୍ଥା କରନ୍ତେ ତେବେ ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

କୋରୋନା ମହାମାରୀ ଭିତରେ ମହାପ୍ରଭୁଙ୍କର ଘୋଷଯାତ୍ରା ନୀତି ବିଧି ଅନୁସାରେ ସମ୍ପନ୍ନ ହେଲା। ତେଣୁ ଭକ୍ତ ଅପେକ୍ଷା କରିଛି ଆରବର୍ଷକୁ ନାଗାର୍ଜୁନ ବେଶ ଦର୍ଶନ କରିବ।