ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ ହେଲା OTDC ଟୁରିଷ୍ଟ ବସ ସେବା
Advertisement

ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ ହେଲା OTDC ଟୁରିଷ୍ଟ ବସ ସେବା

 ପ୍ରତି ରବିବାର ଦିନ ଏହି ବସରେ ସମଲେଶ୍ବରୀ ମନ୍ଦିର, ହୀରାକୁଦ, ଘଣ୍ଟେଶ୍ୱରୀ,ବକ୍ର ମନ୍ଦିର ହୁମା ଓ ଡେବରିଗଡ଼ ବୁଲି ପାରିବେ ପର୍ଯ୍ୟଟକ। 

 

 

 

 

 

 ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ ହେଲା OTDC ଟୁରିଷ୍ଟ ବସ ସେବା

ଅଜୟ ନାଥ, ସମ୍ବଲପୁର: ମାଁ ସମଲେଶ୍ବରୀ ମନ୍ଦିରରୁ ରବିବାରଠୁ ଆରମ୍ଭ ହୋଇଛି OTDC ତରଫରୁ ଟୁରିଷ୍ଟ ବସ ସେବା। ପ୍ରତି ରବିବାର ଦିନ ଏହି ବସରେ ସମଲେଶ୍ବରୀ ମନ୍ଦିର, ହୀରାକୁଦ, ଘଣ୍ଟେଶ୍ୱରୀ,ବକ୍ର ମନ୍ଦିର ହୁମା ଓ ଡେବରିଗଡ଼ ବୁଲି ପାରିବେ ପର୍ଯ୍ୟଟକ। ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନ ପାଇଁ ଅନେକ ସମ୍ଭାବନା ରହିଛି ତାହାକୁ ଦୃଷ୍ଟିରେ ରଖି OTDC ତରଫରୁ ଏକ 26 ସିଟେଡ଼ ବସ ସେବା ଆଜିଠାରୁ ଆରମ୍ଭ କରାଯାଇଛି।

ମାଁ ସମଲେଶ୍ବରୀ (Samaleswari Temple) ଙ୍କ ଠାରୁ ରବିବାର ପ୍ରଥମ କରି ଏହି ଟୁରିଷ୍ଟ ବସ ସେବା (tourist bus service) ର ଆରମ୍ଭ କରିଥିଲେ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର (Sheemayee Mishra)। ଉତ୍ତରାଞ୍ଚଳ RDC ନିରଞ୍ଜନ ସାହୁ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ବସ ସେବାର ଶୁଭାରମ୍ଭ ପରେ ପର୍ଯ୍ୟଟକମାନେ ମଧ୍ୟ ଖୁସି ଜାହିର କରିଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରତି ରବିବାର ଏହି ସେବା ଉପଲବ୍ଧ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଲୋକଙ୍କର ଚାହିଦାକୁ ଦେଖି ନିଜେ ମଧ୍ୟ ଉପଯୁକ୍ତ ପ୍ରାପ୍ୟ ଦେଇ OTDC ସମ୍ବଲପୁରରେ ବୁକିଙ୍ଗ କରିପାରିବେ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି।