ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍
Advertisement
Article Detail0/zeeodisha/odisha817704

ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍

ପୁଣି ଥରେ ହୀରାକୁଦ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି ପର୍ଯ୍ୟଟକ। ସେମାନେ OHPC କାର୍ଯ୍ୟାଳୟ ଭଳି ସମ୍ବେଦନଶୀଳ କୋଠାର ଛାତ ଉପରେ ଚଢି ଫଟୋ (photo session) ଉଠାଉଛନ୍ତି।

ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍

ଅଜୟ ନାଥ, ସମ୍ବଲପୁର: ସେଲ୍ଫି ନିଶାରେ ଭାଙ୍ଗୁଛି କଟକଣା। ନିଷିଦ୍ଧାଞ୍ଚଳରେ ଚାଲିଛି ଫଟୋ ସେସନ୍। ଏଭଳି ଦୃଶ୍ୟ ପୁଣିଥରେ ହିରାକୁଦ ଡ୍ୟାମରୁ ସାମନାକୁ ଆସିଛି। ମଙ୍ଗଳବାର ସକାଳେ କିଛି ଯୁବକ ଯୁବତୀ OHPCର ଛାତ ଉପରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।

ହୀରାକୁଦ (Hirakud dam) ନିଷିଦ୍ଧାଞ୍ଚଳରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଓ ସିନେ କଳାକାରମାନେ ଯାଇଥିବାର ଭିଡିଓ ଭାଇରାଲ (viral video) ହୋଇଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ତୁମ୍ବି ତୋଫାନ ହେଲା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟ ଆସିନାହିଁ। ଆଉ ଏହାରି ମଧ୍ୟରେ ପୁଣି ଥରେ ହୀରାକୁଦ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି ପର୍ଯ୍ୟଟକ। ସେମାନେ OHPC କାର୍ଯ୍ୟାଳୟ ଭଳି ସମ୍ବେଦନଶୀଳ କୋଠାର ଛାତ ଉପରେ ଚଢି ଫଟୋ (photo session)  ଉଠାଉଛନ୍ତି।

Also Read: ଆଗକୁ ପୌର ନିର୍ବାଚନ, ଫ୍ଲାଇଓଭର ଲୋକାର୍ପଣକୁ ଉଠିଲା ପ୍ରଶ୍ନ

ସାଧାରଣ ଲୋକଙ୍କ ପାଇଁ ହିରାକୁଦ ଡ୍ୟାମ ଉପରେ ଯାତାୟାତ ନିଷିଦ୍ଧ (prohibited area) କରାଯାଇଛି। ତା ପରେ ଆହୁରି ସମ୍ପୂର୍ଣ୍ଣ ନିସିଦ୍ଧାଞ୍ଚଳ ହେଉଛି OHPC ଅଂଚଳ। ଏହା ବୁର୍ଲା (Burla) ପଟେ ଗଲେ ହୀରାକୁଦ ଡେମର ମୁଖ୍ୟ ଜଳ ନିଷ୍କାସନ ହେଉଥିବା ଗେଟ ପାଖରେ ରହିଛି। ଏହି ଠାରୁ ବିଦ୍ୟୁତ ମଧ୍ୟ ଉତ୍ପାଦନ ହୋଇଥାଏ। ସେଥିପାଇଁ ଏହି ଅଂଚଳକୁ ସାଧାରଣ ଲୋକଙ୍କର ଯାତାୟତ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଭଳି ଏକ ନିଷିଦ୍ଧାଞ୍ଚଳର ଛାତ ଉପରେ କିଭଳି ଭାବରେ ୮ ରୁ ୧୦ଜଣ ଯୁବକ ଯୁବତୀ  ପହଁଚିଲେ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି।

ଏହି ହୃଶ୍ୟ ସାମନାକୁ ଆସିବା ପରେ ହୀରାକୁଦ ଡ୍ୟାମ ପରି ଏକ ନିଷିଦ୍ଧାଞ୍ଚଳର ସିକ୍ୟୁରିଟି ବ୍ୟବସ୍ଥା (security system) ପ୍ରତି ଆଙ୍ଗୁଳି ଉଠିଛି। କେମିତି ଏହି ପୁଅ ଝିଅ ସେହି ଛାତ ଉପରକୁ ପହଁଚିଲେ? ସେଠାରେ କିଛି ସିକ୍ୟୁରିଟି ବ୍ୟବସ୍ଥା ଥିଲା ନା ନାହିଁ? ଯଦି କେହି ସେହି ଛାତ ଉପରୁ ତଳକୁ କିମ୍ବା ଗଭୀର ଜଳରେ ପଡିଯାଇଥାନ୍ତେ ତା ହେଲେ ପରିସ୍ଥିତି କଣ ହୋଇଥାନ୍ତା? ଏତେ ଉଚ୍ଚ ସହ ବିନା ଅନୁମତିରେ କେମିତି ସେହି ଅଂଚଳରେ ଯାଇ ଫଟୋ ଉଠାଇଲେ? ସେ ବାବଦରେ ଅନୁସନ୍ଧାନ ହେବାର ଆବଶ୍ୟକତା ରହିଛି।

Also Read: ମହାନଦୀ ଜଳ ବିବାଦ: ବିତିଲାଣି ଦୁଇବର୍ଷ, ସ୍ଥିତି କିନ୍ତୁ ଅପରିବର୍ତ୍ତିତ

ସେମାନେ ସିକ୍ୟୁରିଟି ଅଧିକାରୀଙ୍କ ଜାଣତରେ ଯାଇଛନ୍ତି ନା କୌଣସି ନେତା-ମନ୍ତ୍ରୀ କିମ୍ବା ଅଧିକାରୀଙ୍କ ଆଦେଶରେ ତାଙ୍କୁ ସେହି ଅଞ୍ଚଳକୁ ଛଡ଼ାଯାଇଛି ତାହାର ତଦନ୍ତ ହେବା ଉଚିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବନ୍ଧର ମୁଖ୍ୟ ଗେଟ ପାଖରେ OHPC ର ଛାତ ଥିବାରୁ କଣ ଏହା ସ୍ୱତନ୍ତ୍ର ପର୍ଯ୍ୟଟନ ଜୋନ  ରେ ରୂପାନ୍ତରିତ ହୋଇଛି କି ବୋଲି 
ସାଧାରଣ ରେ ଚର୍ଚ୍ଚା ହେଉଛି।