ଖୋଲିଲା ଆରଟିଓ କାର୍ଯ୍ୟାଳୟ
Advertisement

ଖୋଲିଲା ଆରଟିଓ କାର୍ଯ୍ୟାଳୟ

ରାଜ୍ୟର ସମସ୍ତ ଆରଟିଓ ଅଫିସ ଖୋଲା ରହିଛି । 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଆରଟିଓ ଅଫିସ ଖୋଲା ରହିଛି । ଯେ କୌଣସି ବ୍ୟକ୍ତି ଅନ ଲାଇନ୍ ମାଧ୍ୟମରେ କିମ୍ବା ଅଫ୍ ଲାଇନ୍ ମାଧ୍ୟମରେ ଗାଡି ସମ୍ବନ୍ଧିତ ସମସ୍ତ କାଗଜ ପତ୍ର କାମ କରି ପାରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଲାଇସେନ୍ସ ନବୀକରଣ, ନାମ ସଂଶୋଧନ, ଗାଡି କାଗଜ ପତ୍ର ସମ୍ବନ୍ଧିତ କାର୍ଯ୍ୟ ବିନା ଦ୍ୱିଧାରେ କରିହେବ ବୋଲି ସେ କହିଛନ୍ତି। 

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଏ ନେଇ ସବିଶେଷ ତଥ୍ୟ ସମସ୍ତ ଆରିଟଓକୁ ପଠା ସରିଛି । ତେବେ କେବଳ ଡିଏଲ ଓ ଏଲଏଲ ଟେଷ୍ଟ କରାଯିବ ନାହିଁ ବୋଲି ସେ କହିଛନ୍ତି । ଲକ୍ ଡାଉନ୍ ବାହାନା ଦେଖାଇ କିଛି ପରିବହନ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ଗାଡି କାଗଜପତ୍ର ସଂପର୍କିତ କାର୍ଯ୍ୟ କରୁ ନ ନଥିଲେ । ଯାହାର ଅଭିଯୋଗ ବିଭାଗ ପାଖରେ ପହଞ୍ଚିଥିଲା । ଏନେଇ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରି ସମସ୍ତ ଆରଟିଓ କାର୍ଯ୍ୟାଳୟ ଖୋଲା ଅଛି ବୋଲି ସୂଚନା ଦେଇଛି । ଜଣେ ବ୍ୟକ୍ତି ଗାଡି ଲାଇସେନ୍ସ ନବୀ କରଣ, ନାମ ସଂଶୋଧନ, ପଞ୍ଜିକରଣ, ମାଲିକାନା ପରିବର୍ତ୍ତନ ଆଦି କାମ କରି ପାରିବ ।