ହୀରାକୁଦ ଡ୍ୟାମର ସ୍ଥିତି ସାଙ୍ଘାତିକ, ଫୁଟେ ତଳେ ବନ୍ୟା ପାଣି
Advertisement

ହୀରାକୁଦ ଡ୍ୟାମର ସ୍ଥିତି ସାଙ୍ଘାତିକ, ଫୁଟେ ତଳେ ବନ୍ୟା ପାଣି

ଜଳସ୍ତର ବଢ଼ିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି (Flood Situation) ଆଶଙ୍କା ରହୁଛି। ଏହାତୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

ଫାଇଲ ଫଟୋ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ସମ୍ବଲପୁର ସହରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ହୀରାକୁଦର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହା ୬୨୮.୮୧ ଫୁଟରେ ପହଞ୍ଚିଛି। 

ଜଳସ୍ତର ବଢ଼ିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି (Flood Situation) ଆଶଙ୍କା ରହୁଛି। ଏହାତୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ୨୮ଟି ଗେଟ୍‌ ଖୋଲାଯାଇଛି। ଏହି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବାବେଳେ ସମ୍ବଲପୁର (Sambalpur) ସହରରେ ବନ୍ୟା ହେବାର ସମ୍ଭାବନା ରହିଛି। 

Also Read: ସମଲେଇ ଯୋଜନାରେ ବିସ୍ଥାପନକୁ ବିରୋଧ କରି ପଡାବାସୀଙ୍କ ଜଳ ସତ୍ୟାଗ୍ରହ

ଯଦି ହୀରାକୁଦର (Hirakud) ୨୫ରୁ ଊର୍ଦ୍ଧ୍ବ ଗେଟ୍ ଖୋଲାଥିବାବେଳେ ସମ୍ବଲପୁର ସହରରେ ବର୍ଷା ହୁଏ, ତେବେ ବର୍ଷା ପାଣି ମହାନଦୀ (Mahanadi) କୁ ନିଷ୍କାସନ ହୋଇପାରେନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ସହରର ବର୍ଷା ପାଣିକୁ ୨ଟି ପମ୍ପିଂ ଷ୍ଟେସନ ଜରିଆରେ ମହାନଦୀରେ ଛଡ଼ା ଯାଉଛି। ସମ୍ଭାବ୍ୟ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୨ଟି ଅସ୍ଥାୟୀ ରିଲିଫ କେନ୍ଦ୍ର ଓ ୨ଟି ମଲ୍ଟି ପରପସ ଫ୍ଲଡ଼ ସେଣ୍ଟର ପ୍ରସ୍ତୁତ କରି ରଖାଯାଇଛି।

ସମସ୍ତ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆବଶ୍ୟକ ହେଲେ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ରିଲିଫ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ରିଲିଫ କାର୍ଯ୍ୟ ପାଇଁ ୩ଟି ଏନଜିଓ (NGO) ଦଳଙ୍କୁ  ମଧ୍ୟ ନିୟୋଜିତ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।