ଆରମ୍ଭ ହୋଇସାରିଛି ପାର୍ବଣ ଋତୁ। ଆଗକୁ ଆସୁଛି ଆହୁରି ବଡବଡ ମେଳା, ପର୍ବପର୍ବାଣୀ ସମେତ ଦେବୀ ପୂଜା। ଆହୁରି ଉତ୍ସବ ମୁଖର ହେବ ଗାଁରୁ ସହର। ମନ୍ତ୍ର ଧ୍ବନୀରି ପ୍ରକମ୍ପିତ ହେବ ପୂଜା ମଣ୍ଡପ।
Trending Photos
ସମ୍ବଲପୁର: ପାର୍ବଣ (Festival) ରେ ଅସାମାଜିକଙ୍କୁ ସାବାଡ଼ କରୁଛି ସମ୍ବଲପୁର ପୋଲିସ। ପୂଜା ବେଳେ ଯେମିତି କୌଣସି ଲୁଟ, ଅପହରଣ, ନିଶା କାରବାର ସହ କୌଣସି ଅଘଟଣ ନଘଟେ ତାହାକୁ ନେଇ ସମ୍ବଲପୁର ପୋଲିସ ଜୋରଦାର ଚଢାଉ କରୁଛି। ଗତ ୧୬ ତାରିଖରୁ ମଦୁଆ ଓ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ କାବୁ ଅଭିଯାନ ଆରମ୍ଭ ହୋଇଛି।
ଆରମ୍ଭ ହୋଇସାରିଛି ପାର୍ବଣ ଋତୁ। ଆଗକୁ ଆସୁଛି ଆହୁରି ବଡବଡ ମେଳା, ପର୍ବପର୍ବାଣୀ ସମେତ ଦେବୀ ପୂଜା। ଆହୁରି ଉତ୍ସବ ମୁଖର ହେବ ଗାଁରୁ ସହର। ମନ୍ତ୍ର ଧ୍ବନୀରି ପ୍ରକମ୍ପିତ ହେବ ପୂଜା ମଣ୍ଡପ। କୋଭିଡ କଟକଣା ମଧ୍ୟରେ ଲାଗିବ ଗହଳି। ଏହାକୁ ସୁଯୋଗ ଭାବି ଅସାଧୁ, ଲୁଟେରା ଓ ବିଭିନ୍ନ ଅସାମାଜିକ ଲୋକ ଉତ୍ପାତ ରଚି ପାରନ୍ତି। ତା ପୂର୍ବରୁ ସଜାଗ ହୋଇଛି ସମ୍ବଲପୁର ପୋଲିସ।
Also Read: ବୁର୍ଲା ଶ୍ମଶାନ ନିର୍ମାଣରେ ସରକାରୀ ଅର୍ଥ ହରିଲୁଟ ଅଭିଯୋଗ
ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛନ୍ତି। ସମ୍ବଲପୁର (Sambalpur) ସହରର ଟାଉନ ଥାନା, ଅଇଁଠାପାଲି ଥାନା, ଧନୁପାଲି ଥାନା, ବୁର୍ଲା ଥାନା, ହୀରାକୁଦ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ବିଭିନ୍ନ ରାସ୍ତା ଗଳି କନ୍ଦିରେ ମଦ ପିଇଉଥିବା ତଥା ନିଶା କାରବାର କରୁଥିବା ଲୋକଙ୍କୁ ଉଠାଇ ଆଣୁଛି। ପ୍ରଥମେ ସେମାନଙ୍କ ଆଲକୋହଲ ଟେଷ୍ଟ କରାଯାଉଛି। ପରୀକ୍ଷାରେ ଆଲକୋହଲ (Alcohol) ଯଦି ୩୦ ପ୍ରତିଶତରୁ ଅଧିକ ଥାଏ, ଉକ୍ତ ଲୋକଙ୍କୁ କୋର୍ଟ ଚାଲାଣ କରାଯାଉଛି।
ସେପଟେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦେଖି ଏବେ ମଦୁଆ ତଥା ଅସାମାଜିକ ଲୋକ (Anti Social) ଙ୍କ ଚିନ୍ତା ବଢିଯାଇଛି। କେବଳ ଯେ ମଦୁଆ ନୁହଁନ୍ତି, ବିନା କାରଣରେ ମଧ୍ୟ କୌଣସି ବ୍ୟକ୍ତି କିମ୍ବା ଯୁବକ ସହରରେ ରାତିରେ ବୁଲନ୍ତି ତାଙ୍କୁ ମଧ୍ୟ ପୋଲିସ ଥାନାକୁ ଆଣି ପଚରା ଉଚରା କରୁଛି। କେବଳ ଏତିକି ନୁହେଁ କେତେକ ନିଶାଶକ୍ତ ଯୁବକଙ୍କ ପାରିବାର ଲୋକଙ୍କୁ ଥାନାକୁ ପୋଲିସ ଡକାଇ କାଉନସେଲିଂ କରି ପରିବାର ଲୋକଙ୍କ ଜିମାରେ ଛାଡୁଛି।
Also Read: ଧୋକା ଦେଲା ୧୦୮! ଆମ୍ବୁଲାନ୍ସ ଖରାପ ହେବାରୁ ବାଟରେ ଗଲା ରୋଗୀଙ୍କ ଜୀବନ
ଅନ୍ୟପଟେ ପୋଲିସ (Sambalpur Police) ର ଏହି ସ୍ବତନ୍ତ୍ର ଡ୍ରାଇଭରେ ଆଜି ପର୍ଯ୍ୟନ୍ତ ସହରର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୧୫୦ ଜଣଙ୍କୁ ପୋଲିସ ଉଠାଇ ଆଣିଛି। କିଛି ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କିଛି ଲୋକଙ୍କୁ ପରିବାରର ଜିମାରେ ଛାଡିଛି। ତେବେ ପୋଲିସର ଏହି ଡ୍ରାଇଭ କେତେ ସଫଳ ହେଉଛି ଓ ସମ୍ବଲପୁର ସହର ସମେତ ଜିଲ୍ଲାବାସୀ କେତେ ନିରାପଦ ରହୁଛନ୍ତି ଏବେ ତାକୁ ଅପେକ୍ଷା।