ଝାରସୁଗୁଡାରୁ ବୁର୍ଲା ଭୀମସାର (Burla) କୁ ୧୦୮ ଆମ୍ବୁଲାନ୍ସ ରେ ଆସୁଥିବା ସମୟରେ ରେମେଡସ୍ଥିତ ଲେଭଲ କ୍ରସିଂ ପାଖରେ ଆମ୍ବୁଲାନ୍ସ ଖରାପ ହୋଇ ଯାଇଥିଲା।
Trending Photos
ସମ୍ବଲପୁର: ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଅଧ ବାଟରେ ରୋଗୀଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖ ଦାୟକ ଘଟଣା ସମ୍ବଲପୁରର ରେମେଡ ଛକସ୍ଥିତ ଲେଭଲ କ୍ରସିଂ ଠାରେ ଘଟିଛି। ସୋମବାର ଅପରାହ୍ଣ ପ୍ରାୟ ତିନିଟା ସମୟରେ ରୋଗୀ ଝାରସୁଗୁଡା ହସ୍ପିଟାଲରୁ ବୁର୍ଲା ଭୀମସାରକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର ହେଉଥିବା ବେଳେ ଏହି ଘଟଣା ଘଟିଥିବାର ଜଣାପଡିଛି।
ସୂଚନା ଅନୁଯାୟୀ, ସୁନ୍ଦରଗଡ (Sundhargarh) ଜିଲ୍ଲା ବଲିଙ୍ଗା ଖଣି ଅଂଚଳର ହିମାଂଶୁ ନନ୍ଦଙ୍କ ସ୍ତ୍ରୀ ଗୌରମଣି ନନ୍ଦ ଯକୃତ ରୋଗରେ ପୀଡିତ ଥିଲେ। ତାଙ୍କୁ ଝାରସୁଗୁଡା ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ସେ ଶନିବାର ଦିନ ଝାରସୁଗୁଡା ସଦର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋମବାର ଦିନ ୧୨ଟା ବେଳକୁ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ଭୀମସାରକୁ ରେଫର କରିଥିଲେ। ଝାରସୁଗୁଡାରୁ ବୁର୍ଲା ଭୀମସାର (Burla) କୁ ୧୦୮ ଆମ୍ବୁଲାନ୍ସ ରେ ଆସୁଥିବା ସମୟରେ ରେମେଡସ୍ଥିତ ଲେଭଲ କ୍ରସିଂ ପାଖରେ ଆମ୍ବୁଲାନ୍ସ ଖରାପ ହୋଇ ଯାଇଥିଲା।
Also Read: OCCL ସିନିଅର ମ୍ୟାନେଜର ଘରେ ଭିଜିଲାନ୍ସ ରେଡ୍
ଅନେକ ସମୟ ଧରି ଚିକିତ୍ସା ନ ପାଇବାରୁ ଗୌରମଣିଙ୍କର ଅବସ୍ଥା ମଧ୍ୟ ଗୁରୁତର ହେବାକୁ ଲାଗିଲା। ଅନ୍ୟ ଏକ ଆମ୍ବୁଲାନ୍ସ (Ambulance) ଆସୁଆସୁ ପ୍ରାୟ ସାଢେ ତିନି ବାଜି ଯାଇଥିଲା। ବୁର୍ଲ୍ଲା ପହଞ୍ଚିବା ବେଳକୁ ଗୌରମଣିଙ୍କର ଦେହାନ୍ତ ହୋଇଯାଇଥିଲା। ଠିକ ସମୟରେ ଯଦି ଆମ୍ବୁଲାନ୍ସ ବୁର୍ଲା ଭୀମସାର ହସ୍ପିଟାଲରେ ପହଂଚିଥାନ୍ତା, ତା ହେଲେ ହୁଏତ ଗୌରମଣୀଙ୍କର ଜୀବନ ବଂଚି ଯାଇଥାନ୍ତା। କିନ୍ତୁ ଆମ୍ବୁଲାନ୍ସ ବାଟରେ ଖରାପ ହୋଇଯିବା କାରଣରୁ ଗୌରମଣି ଠିକ ସମୟରେ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇଥିଲେ ଏବଂ ଅକାରଣରେ ତାଙ୍କ ଜୀବନ ବାୟୁ ଉଡିଯାଇଥିବା ଅଭିଯୋଗ ହୋଇଛି।