କ୍ରୁରତାର ସୀମା ଲଙ୍ଘିଲା ମଣିଷ; ଘରେ ପଶିଲା ବୋଲି ବିଲେଇ ଛୁଆକୁ ମାରି ଫିଙ୍ଗି ଦେଲେ
Advertisement
Article Detail0/zeeodisha/odisha901581

କ୍ରୁରତାର ସୀମା ଲଙ୍ଘିଲା ମଣିଷ; ଘରେ ପଶିଲା ବୋଲି ବିଲେଇ ଛୁଆକୁ ମାରି ଫିଙ୍ଗି ଦେଲେ

କେବେ ବଦଳିବ ମଣିଷ? କେବେ ବଦଳିବ ମଣିଷର ମାନସିକତା? ବିଲେଇ ଉପରେ ହେଉଥିବା ଅତ୍ୟାଚାରର ଭିଡିଓ ଭାଇରାଲ ହେବା ପରେ ଏପରି ପ୍ରଶ୍ନ ଉଠୁଛି। ବିଲେଇ ଛୁଆ (Cat) ତିଳ ତିଳ ହୋଇ ମରୁଥିବାରହି ଦୃଶ୍ୟ ଯେତିକି ବିବ୍ରତ କରିଛି ସେତିକି ବ୍ୟଥିତ ମଧ୍ୟ କରୁଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ମଣିଷ ଭୁଲିଗଲାଣି ମଣିଷପଣିଆ। ସୀମା ଟପିଲା ନିରିହ ଜନ୍ତୁଙ୍କ ଉପରେ ହେଉଥିବା କ୍ରୁରତ। ଘରେ ପଶିଥିଲା ବୋଲି ବିଲେଇ ଛୁଆଙ୍କୁ ମାରି ରାସ୍ତାରେ ଫିଙ୍ଗି ଦେଲେ ପ୍ରାପ୍ତବୟସ୍କ। ଆଉ ସେହି ବିଲେଇ ଛୁଆରୁ ୩ଟି ବୁଲା କୁକୁର ଜୀବନ୍ତ ଝୁଣି ଖାଇଛନ୍ତି। ଏଭଳି ଏହ ହୃଦୟ ଥରା ଦୃଶ୍ୟ CCTVରେ କଏଦ ହୋଇଛି। 

କେବେ ବଦଳିବ ମଣିଷ? କେବେ ବଦଳିବ ମଣିଷର ମାନସିକତା? ବିଲେଇ ଉପରେ ହେଉଥିବା ଅତ୍ୟାଚାରର ଭିଡିଓ ଭାଇରାଲ ହେବା ପରେ ଏପରି ପ୍ରଶ୍ନ ଉଠୁଛି। ବିଲେଇ ଛୁଆ (Cat) ତିଳ ତିଳ ହୋଇ ମରୁଥିବାରହି ଦୃଶ୍ୟ ଯେତିକି ବିବ୍ରତ କରିଛି ସେତିକି ବ୍ୟଥିତ ମଧ୍ୟ କରୁଛି। କାହିଁକିନା CCTVରେ କଏଦ ହୋଇଥିବା ଏ ଚିତ୍ର କୌଣସି ସାମାନ୍ୟ ଘଟଣା ନୁହେଁ। ଘରେ ବିଲେଇ ପଶିଗଲା ବୋଲି ତାକୁ ମାଡ଼ ମାରି, ଜୀଅନ୍ତା ଅବସ୍ଥାରେ ୩ଟି କୁକୁର ମୁଁହକୁ ଫିଙ୍ଗିବା ଭଳି ଅମାନୁଷିକ କାର୍ଯ୍ୟ କେବେବି ଜଣେ ସୁସ୍ଥ ମସ୍ତିଷ୍କଧାରୀ ମଣିଷ କରିପାରିବ ନାହିଁ। କିନ୍ତୁ ସ୍ମାର୍ଟସିଟିର ଜଣେ ସ୍ମାର୍ଟ ବ୍ୟକ୍ତି କରି ଦେଖାଇଛନ୍ତି।

Also Read: ରାଜରାସ୍ତାରେ ଭାସୁଛନ୍ତି ହଜାର ହଜାର ମାଛ

 

ଭାଇରାଲ ଭିଡିଓଟି ରାଜଧାନୀ ଭୁବନେଶ୍ୱର (Bhubaneswar) ର ଇନଫୋସିଟି ଥାନା ପ୍ରଶାନ୍ତି ବିହାର ଅଂଚଳର ବୋଲି ଦାବି କରାଯାଉଛି। ଭିଡିଓରେ ଗୋଟିଏ ବିଲେଇ ଛୁଆ ଜଣଙ୍କ ଘରେ ପଶିଯାଉଛି। ଆଉ ବ୍ୟକ୍ତି ଜଣକ ବିଲେଇକୁ ନିର୍ଧୁମ ପିଟୁଛନ୍ତି। ସେତିକିରେ ତାଙ୍କ ମନ ଶାନ୍ତି ହେଲାନାହିଁ ଯେ, ବଞ୍ଚିଥିବା ବିଲେଇକୁ ମାରିବା ପାଇଁ ସେ କୁକୁରଙ୍କ ମୁହଁକୁ ଫିଙ୍ଗି ଦେଲେ। ଆଉ ତିନୋଟି ବୁଲା କୁକୁର ତାକୁ ଝୁଣି ଖାଇଗଲେ। ମାଆ ବିଲେଇ ନିଜ ଛୁଆକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲା କିନ୍ତୁ ରକ୍ତମୁଖା କୁକୁର (Dog) ଙ୍କ ଆଗରେ ହାରିଗଲା।

fallback

ସୋସିଆଲ ମିଡିଆରେ ଏହି ହୃଦୟ ବିଦାରକ ଭିଡିଓ ଭାଇରାଲ (Viral video) ହେବା ପରେ ଲୋକେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି। ପ୍ରାୟ ସମସ୍ତ ୟୁଜର୍ସ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଡା ସମାଲୋଚନା କରିଛନ୍ତି। ଏପରି କି ଅନେକ ତାଙ୍କୁ ପେଟା ଆଇନରେ ଗିରଫ କରି କଠୋରରୁ କଠୋର ଶାସ୍ତି ଦେବାପାଇଁ ଅପିଲ କରିଛନ୍ତି।