Covid new variant:କ’ଣ ଏହା କରୋନାର ଚତୁର୍ଥ ଲହରିର ସଂକେତ ? ଉତ୍ତର ଭାରତରେ ପହଂଚିଲା JN.1
Advertisement

Covid new variant:କ’ଣ ଏହା କରୋନାର ଚତୁର୍ଥ ଲହରିର ସଂକେତ ? ଉତ୍ତର ଭାରତରେ ପହଂଚିଲା JN.1

କରୋନାର ନୂତନ ସବଭାରିଆଣ୍ଟ JN.1 ଉତ୍ତର ଭାରତରେ ପହଞ୍ଚିଛି ।  ପ୍ରଥମେ କେରଳରେ ମିଳିଥିବା ଏହି ଭାରିଆଣ୍ଟ  ବର୍ତ୍ତମାନ ରାଜସ୍ଥାନରେ ପହଞ୍ଚିଛି। ଫଳରେ ମୋଟ ମାମଲା ମଧ୍ୟ 109କୁ ବୃଦ୍ଧି ପାଇଛି।  ଏହି ଭାରିଆଣ୍ଟ ଖୁବ୍ ଶୀଘ୍ର ଦିଲ୍ଲୀ ଏବଂ ଅନ୍ୟାନ୍ୟ ଆଖପାଖ ରାଜ୍ୟରେ ମଧ୍ୟ ପହଞ୍ଚିବାର ଆଶଙ୍କା କରାଯାଉଛି । ଏହା ବ୍ୟତୀତ

SOCIAL MEDIA

Covid new variant:

କରୋନାର ନୂତନ ସବଭାରିଆଣ୍ଟ JN.1 ଉତ୍ତର ଭାରତରେ ପହଞ୍ଚିଛି ।  ପ୍ରଥମେ କେରଳରେ ମିଳିଥିବା ଏହି ଭାରିଆଣ୍ଟ  ବର୍ତ୍ତମାନ ରାଜସ୍ଥାନରେ ପହଞ୍ଚିଛି। ଫଳରେ ମୋଟ ମାମଲା ମଧ୍ୟ 109କୁ ବୃଦ୍ଧି ପାଇଛି।  ଏହି ଭାରିଆଣ୍ଟ ଖୁବ୍ ଶୀଘ୍ର ଦିଲ୍ଲୀ ଏବଂ ଅନ୍ୟାନ୍ୟ ଆଖପାଖ ରାଜ୍ୟରେ ମଧ୍ୟ ପହଞ୍ଚିବାର ଆଶଙ୍କା କରାଯାଉଛି । ଏହା ବ୍ୟତୀତ କରୋନାର ନୂତନ ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 529 ଟି ନୂଆ କରୋନା ମାମଲା ଚିହ୍ନଟ  ହୋଇଛି। ଏହାଭିତରେ ତିନି ଜଣ ସଂକ୍ରମିତଙ୍କର  ମୃତ୍ୟୁ ମଧ୍ୟ ହୋଇସାରିଛି ।

କରୋନାର ନୂତନ ଉପ-ପ୍ରକାର JN.1 ଧୀରେ ଧୀରେ କାୟା ବିସ୍ତାର କରୁଛି । ଡିସେମ୍ବର ଆରମ୍ଭରେ ଏହା ପ୍ରଥମେ କେରଳରେ ଚିହ୍ନଟ ହୋଇଥିଲା ।  ଏହା ପରେ ଗୋଆ ଏବଂ ମହାରାଷ୍ଟ୍ରରେ ମଧ୍ୟ ଏହାର ମାମଲା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହା ଦେଶର ଆଠଟି ରାଜ୍ୟରେ ପହଞ୍ଚିଛି। ସେଥିମଧ୍ୟରୁ ଗୁଜୁରାଟରେ 36, କର୍ଣ୍ଣାଟକରେ 34, ଗୋଆରେ 24, ମହାରାଷ୍ଟ୍ରରେ ନଅ, କେରଳରେ ୬ ଟି, ରାଜସ୍ଥାନ ଏବଂ ତାମିଲନାଡୁର ଚାରିଟି ଏବଂ ତେଲେଙ୍ଗାନାରେ ଦୁଇଟି ମାମଲା ଚିହ୍ନଟ ହୋଇଛି । କେରଳରେ ଏହି ଭାରିଆଣ୍ଟ୍ ମିଳିବା ପରେ ଏହା ଯେଉଁ ବେଗରେ ସଂକ୍ରମଣ ବଢାଉଛି ସେଥିରୁ ଆଶଙ୍କା କରାଯାଉଛି ଯେ,  ଖୁବ୍ ଶୀଘ୍ର JN.1 ମାମଲା ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ମିଳିପାରେ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିରନ୍ତର ନିରୀକ୍ଷଣ ଏବଂ ଟ୍ରାକିଂ କରୁଛନ୍ତି।

ଗୁଜୁରାଟର କର୍ଣ୍ଣାଟକରେ ଦୁଇଜଣଙ୍କର ମୃତ୍ୟୁ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 529 ଟି ନୂଆ ମାମଲା ରିପୋର୍ଟ ହୋଇଛି। ବର୍ତ୍ତମାନ କୋଭିଡ୍ର ସକ୍ରିୟ ମାମଲା 4093 କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ 24 ଘଣ୍ଟା ମଧ୍ୟରେ କରୋନା ଜୀବାଣୁ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ଦୁଇଟି ମାମଲା କର୍ଣ୍ଣାଟକର ଏବଂ ଗୋଟିଏ ଗୁଜୁରାଟରୁ ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ଏବଂ ଥଣ୍ଡା ଯୋଗୁଁ ଏହି ମାମଲା ବୃଦ୍ଧି ପାଇଛି ବୋଲି ବିଶ୍ୱାସ କରାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଆରମ୍ଭରୁ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା 4.4 କୋଟିରେ ପହଞ୍ଚିଛି।

ଏହା ଚତୁର୍ଥ ଲହରିର ସଙ୍କେତ କି?

କରୋନାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟମାନେ ସଜାଗ ଅଛନ୍ତି। ପରୀକ୍ଷା ଏବଂ ତଦାରଖ ବୃଦ୍ଧି କରାଯାଇଛି। ବିଶ୍ୱାସ କରାଯାଏ ଯେ ଯଦି କରୋନା ମାମଲା ଏହି ଗତିରେ ବୃଦ୍ଧି ପାଏ, ତେବେ ଏହା ଚତୁର୍ଥ ଲହରିର ଆରମ୍ଭ ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, କରୋନା ର ନୂଆ ମାମଲାର ମୁକାବିଲା ପାଇଁ ନିରନ୍ତର ପ୍ରସ୍ତୁତି ଚାଲିଛି । ଏହାପୂର୍ବରୁ NITI ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ଏହା ମଧ୍ୟ କହିଥିଲେ ଯେ JN.1 ମାମଲା ନିଶ୍ଚିତ ଭାବେ ବଢୁଛି  କିନ୍ତୁ ସରକାର ଏଥିପ୍ରତି ନଜର ରଖିଛନ୍ତି।

କର୍ଣ୍ଣାଟକରେ 74 ଟି ନୂଆ ମାମଲା

ଗତ 24 ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ 74 ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏହି ସଂକ୍ରମିତ ଲୋକଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟାକୁ ମିଶାଇଲେ ଚଳିତ ମାସରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା 9 ହୋଇଛି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 464 ରହିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ 24 ଘଣ୍ଟା ମଧ୍ୟରେ 44 ରୋଗୀ ସୁସ୍ଥ ହୋଇଥିଲେ। ସେଥିମଧ୍ୟରୁ 6,403 ନମୁନା ପରୀକ୍ଷା କରାଯାଇଥିଲା । ମୃତ୍ୟୁବରଣ କରିଥିବା ଦୁଇ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ 51 ବର୍ଷ ବୟସ୍କ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କୁ ଡିସେମ୍ବର 22 ରେ ଭର୍ତ୍ତି କରାଯାଇଥିଲା।  ଅନ୍ୟ ଜଣେ ରୋଗୀଙ୍କୁ ମଧ୍ୟ ସମାନ ଲକ୍ଷଣ ସହିତ ମହୀଶୂରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଓଡ଼ିଶାରେ ମଧ୍ୟ ନୂଆ ମାମଲା

ଓଡ଼ିଶାରେ କରୋନା ଭାଇରସର ଦୁଇଟି ନୂଆ ମାମଲା ରୁଜୁ ହୋଇଛି। ଏହା ସହ ଚଳିତ ମାସରେ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ମୋଟ ମାମଲା ପାଞ୍ଚରେ ପହଞ୍ଚିଛି। ଏହାପୂର୍ବରୁ ନଭେମ୍ବରରେ ଏଠାରେ 11 ଟି ମାମଲା ପଞ୍ଜିକୃତ ହୋଇଥିଲା। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ରଙ୍କ ଅନୁଯାୟୀ ଏହି ମାମଲାଗୁଡ଼ିକ ଉପରେ  ତୀକ୍ଷ୍ଣ ନଜର ରଖାଯାଉଛି।

ଇନ୍ଦୋରରେ ପୁଣି ଦୁଇଟି ମାମଲା

ମଧ୍ୟପ୍ରଦେଶର ଇନ୍ଦୋର ସହରରେ କରୋନାର ଦୁଇଟି ନୂତନ ମାମଲା ମଧ୍ୟ ଦେଖିବାକୁ ମିଳିଛି। ଇଣ୍ଟିଗ୍ରେଟେଡ୍ ରୋଗ ସର୍ଭିଲାନ୍ସ ପ୍ରୋଗ୍ରାମ (IDSP) ର ଜିଲ୍ଲା ୟୁନିଟ୍ ର ନୋଡାଲ୍ ଅଧିକାରୀ ଡକ୍ଟର ଅମିତ ମାଲାକର କହିଛନ୍ତି ଯେ ଜଣେ 50 ବର୍ଷ ବୟସ୍କା ପୁରୁଷ ଏବଂ 36 ବର୍ଷ ବୟସ୍କା ମହିଳାଙ୍କଠାରେ କରୋନା ଜୀବାଣୁ ସଂକ୍ରମଣ  ଚିହ୍ନଟ ହୋଇଛି। ଏହାପୂର୍ବରୁ ମାଲଦ୍ୱୀପରୁ ଆସିଥିବା ସମାନ ପରିବାରର ଦୁଇ ଜଣଙ୍କ ମଧ୍ୟରେ କରୋନା ଜୀବାଣୁ ଚିହ୍ନଟ ହୋଇଥିଲା ।