ସ୍ମାର୍ଟ ସିଟିର ବିକୃତ ମଣିଷ! ୫ଟି କୁକୁର ଛୁଆ ଉପରେ କାର ଚଢାଇ ଦେଲେ ଯୁବକ
Advertisement

ସ୍ମାର୍ଟ ସିଟିର ବିକୃତ ମଣିଷ! ୫ଟି କୁକୁର ଛୁଆ ଉପରେ କାର ଚଢାଇ ଦେଲେ ଯୁବକ

କାର ଚଢିବା ଫଳରେ ୫ଟି କୁକୁର ଛୁଆ (puppy) ଙ୍କର ମୃତ୍ୟୁ ଘଟିଛି। ଲିଙ୍ଗରାଜ ଥାନା (Lingaraj Police) ରେ ଏ ନେଇ ଏତଲା ପରେ ବିଳମ୍ବିତ ରାତିରେ ପ୍ରଫୁଲ ରାଉତଙ୍କୁ ନାମକ ଗାଡି ଚାଳକକୁ ଗିରଫ କରାଯାଇଛି। 

ଡିଜାଇନ ଫଟୋ

ଭୁବନେଶ୍ୱର: ରାଜ୍ୟର ରାଜଧାନୀରେ ମରିଗଲାଣି ମଣିଷପଣିଆ। ଲଗାତାର ସ୍ମାର୍ଟ ସିଟିର ସ୍ମାର୍ଟ ମଣିଷମାନେ ପଶୁଙ୍କ ଉପରେ କରୁଛନ୍ତି ଅକଥନୀୟ ଅତ୍ୟାଚାର। ବିଲେଇକୁ କୁକୁର ଅଗରେ ଫିଙ୍ଗିବା, କୁକୁରଙ୍କୁ ବିଷ ଦେବା ପାରେ ଏବେ କୁକୁର ଛୁଆଙ୍କ ଉପରେ କାର ଚଢାଯାଇଥିବା ଘଟଣା ସାମନାକୁ ଆସିଛି। ଏହି ମାମଲାରେ ଜଣେ ମାନସିକ ବିକୃତ ଯୁବକଙ୍କୁ ପୋଲିସ ଗିରଫ କରିଛି।

କୁକୁର (Dog) ଙ୍କୁ ଇନୋଭା କାର ଚଢ଼ାଇ ମାରିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଶିକ୍ଷିତ ଯୁବକ ଗିରଫ ହୋଇଛନ୍ତି। ୫ଟି କୁକୁର ଛୁଆଙ୍କ ଉପରେ ନିଜ କାର ଚଢ଼େଇ (Car Ramp) ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ନୃଶଂସ ଘଟଣା ପୁରୁଣା ଭୁବନେଶ୍ବର (Old Bhubaneswar) ରେ ଗୋସାଗରେଶ୍ୱର ଅଞ୍ଚଳରେ ଘଟିଛି। 

Also Read: ଗାଡି ସିଟ୍ କଭର ଚିରି ଦେଲେ ବୋଲି ୬ଟି କୁକୁରଙ୍କୁ ବିଷ ଦେଇ ମାରିଲେ ମହିଳା!

କାର ଚଢିବା ଫଳରେ ୫ଟି କୁକୁର ଛୁଆ (puppy) ଙ୍କର ମୃତ୍ୟୁ ଘଟିଛି। ଲିଙ୍ଗରାଜ ଥାନା (Lingaraj Police) ରେ ଏ ନେଇ ଏତଲା ପରେ ବିଳମ୍ବିତ ରାତିରେ ପ୍ରଫୁଲ ରାଉତଙ୍କୁ ନାମକ ଗାଡି ଚାଳକକୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ 429, 506, 294, section 11 cruelty  animal act ଦଫାରେ ପ୍ରଫୁଲଙ୍କୁ ବିରୋଧରେ ମାମଲା ରୁଜୁ କରିଛି ଲିଙ୍ଗରାଜ ଥାନା ପୋଲିସ।

ସୂଚନାଯଗ୍ୟ, କିଛି ମାସ ହେବ ଭୁବନେଶ୍ୱର (Bhubaneswar) ର ବିଭିନ୍ନ ଅଞ୍ଚଳରେ ବୁଲା ଯନ୍ତୁଙ୍କ ଉପରେ ମଣିଷର କୃରତା ବୃଦ୍ଧିପାଇଛି। ମାସେ ମଧ୍ୟରେ କୁକୁର, ବିଲେଇକୁ ହତ୍ୟା କରାଯାଇଥିବାର ୩ରୁ ଊର୍ଦ୍ଧ୍ୱ ମାମଲା ସାମନାକୁ ଆସିଛି। ତେବେ ନିରିହ ଯନ୍ତୁଙ୍କୁ ଯେଉଁମାନେ ଅକଥନୀୟ ଅତ୍ୟାଚାର କିମ୍ବା ହତ୍ୟା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କୋଠରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ୨୦୧୯ ନଭେମ୍ବରରେ ଜଣେ ୪ଟି କୁକୁର ଛୁଆ ଉପରେ ଗାଡି ଚଢେଇ ଗିରଫ ହୋଇଥିଲେ।