Brutaly Murder In Bhubaneswar: କମିଶନରେଟ ପୋଲିସକୁ ନିଶାଡ଼ି ଖୋଲା ଚ୍ୟାଲେଞ୍ଜ, ବିରୋଧ କଲେ ପିଟିପିଟି ମାରିଦେବୁ !
Advertisement
Article Detail0/zeeodisha/odisha1345291

Brutaly Murder In Bhubaneswar: କମିଶନରେଟ ପୋଲିସକୁ ନିଶାଡ଼ି ଖୋଲା ଚ୍ୟାଲେଞ୍ଜ, ବିରୋଧ କଲେ ପିଟିପିଟି ମାରିଦେବୁ !

  ଭୁବନେଶ୍ୱର: ପୁଣି ଥରେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ। ରାଜଧାନୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ନିଶା ବ୍ୟବସାୟୀଙ୍କ ଉତ୍ପାତ ବଢିବାରେ ଲାଗିଛି। କ୍ରମାଗତ ଭାବେ ରାଜଧାନୀରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ନିଶା କାରବାର ବୃଦ୍ଧି ପାଉଛି। ଏନେଇ କମିଶନରେଟ ପୋଲିସ ନିକଟରେ ଖବର ପହଞ୍ଚୁଥିଲେ ମଧ୍ୟ ଏକ

Brutaly Murder In Bhubaneswar: କମିଶନରେଟ ପୋଲିସକୁ ନିଶାଡ଼ି ଖୋଲା ଚ୍ୟାଲେଞ୍ଜ, ବିରୋଧ କଲେ ପିଟିପିଟି ମାରିଦେବୁ !

Brutaly Murder In Bhubaneswar:  ଭୁବନେଶ୍ୱର: ପୁଣି ଥରେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ। ରାଜଧାନୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ନିଶା ବ୍ୟବସାୟୀଙ୍କ ଉତ୍ପାତ ବଢିବାରେ ଲାଗିଛି। କ୍ରମାଗତ ଭାବେ ରାଜଧାନୀରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ନିଶା କାରବାର ବୃଦ୍ଧି ପାଉଛି। ଏନେଇ କମିଶନରେଟ ପୋଲିସ ନିକଟରେ ଖବର ପହଞ୍ଚୁଥିଲେ ମଧ୍ୟ ଏକ ପ୍ରକାର ଶିଥିଲତା ପାଲଟି ଯାଇଚି କମିସନରେଟ ପୋଲିସ। ତେବେ ଗତକାଲି ବ୍ୟସ୍ତବହୁଳ ୟୁନିଟ ୮ ଅଞ୍ଚଳରେ ହତ୍ୟା ଘଟଣା କମିଶନରେଟ ପୋଲିସର ସକ୍ରିୟତା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମାନ୍ତରାଳ ଢଙ୍ଗରେ ଏହି ହତ୍ୟାକାଣ୍ଡ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। 

ମିଳିଥିବା ସୂଚନା ମୁତାବକ ପି ସୁବ୍ରତ ରାଓ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଭୁବନେଶ୍ୱର ୟୁନିଟ ୮ ଅଞ୍ଚଳ ନାରାୟଣ ବସ୍ତି ନିକଟରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଥିଲା। ନିଶା କାରବାରକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ହତ୍ୟାକାରୀଙ୍କ ପରିବାର ଲୋକେ। ହତ୍ୟାର କିଛି ସମୟ ପୂର୍ବରୁ ସୁବ୍ରତ ବସ୍ତି ନିକଟରେ ରହୁଥିବା ନିଜ ଭଉଣୀ ଘରକୁ ଯାଇଥିଲେ। 

 

ତାକୁ କେହି ହତ୍ୟା କରିବାକୁ ଟାର୍ଗେଟ କରିଥିବା ସେ ଭଉଣୀକୁ କହିଥିଲେ। ଆଉ ତାର କିଛି ସମୟ ପରେ ଭଉଣୀ ଘର ଠାରୁ ଅଳ୍ପ ଦୂରରେ ନାରାୟଣ ବସ୍ତି ନିକଟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। 

ସୁବ୍ରତ ଭଉଣୀର କହିବା କଥା ସୁବ୍ରତ ବସ୍ତିରେ ନିଶା ବେପାରୀଙ୍କ ସହ ତାର ପାଟିତୁଣ୍ଡ ହୋଇଥିଲା। ନିଶା କାରବାର ବନ୍ଦ କରିବାକୁ ସେ କହୁଥିଲା ଯେଉଁଥି ଲାଗି ତାକୁ ନିଶା ବେପାରୀ ରାସ୍ତାରୁ ହଟାଇ ଦେଇଛନ୍ତି। ବସ୍ତିରେ ନିଶା କାରବାର କରୁଥିବା ଜଣେ ମହିଳା ଏବଂ ଅନ୍ୟ କିଛି ଜଣ ଏକାଠି ହୋଇ ଏହି ହତ୍ୟାକାଣ୍ଡ ଭିଆଇଥିବା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ସୁବ୍ରତ ସହ ଆଉ ଜଣେ ଯୁବକ ଭବାନୀକୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। 

ସେପଟେ ଭବାନୀ ହତ୍ୟାକାଣ୍ଡ ପଛରେ ଦେହ ବ୍ୟବସାୟ ଲିଙ୍କ୍ ଥିବାନେଇ କହିଛି। ତେବେ ସୁବ୍ରତଙ୍କ ଭାଈ  କ୍ୟାପିଟାଲ ଥାନରେ ତାଙ୍କ ଭାଇଙ୍କୁ ସଂଘ ବନ୍ଧ ହତ୍ୟା କରୁଥିବ ଅଭିଯୋଗ କରିଛନ୍ତି। ନିଶା କର୍ବକୁ ବିରୋଧ କରି ଏହି ହତ୍ୟା କାଣ୍ଡ ନା ଦେହ ବ୍ୟବସାୟୀ ରହିଚି ତାହା ଉପରେ ଖୋଳତାଡ଼ କରୁଛି ପୋଲିସ। ଗତକାଲି ରାତିରେ କ୍ୟାପିଟାଲ ଥାନା ପୋଲିସ ବସ୍ତିକୁ ଯାଇ ଚଢ଼ାଉ କରିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ଯେଉଁ ନିଶା ବ୍ୟବସୟୀକୁ ସନ୍ଦେହ କରାଯାଉଛି  ସେ ମହିଳା ନିଶା ବ୍ୟବସାୟି ଏବଂ ଅନ୍ୟ କିଛି ବ୍ୟକ୍ତି ଫେରାର ରହିଥିବା ପୋଲିସ କହୁଚି।  

ସୂଚନାଯୋଗ୍ୟ ଗଣେଶ ପୂଜା ଆରମ୍ଭ ପୂର୍ବରୁ ରାଜଧାନୀରେ ଚା ଦୋକାନୀଙ୍କୁ ଡିସିପି ଅଫିସ ସାମ୍ନାରେ ହତ୍ୟା କରାଯାଇଥିଲା। ଆଉ ଗତକାଲି ସୁବ୍ରତ ଭାଇକୁ ସଂଘ ବନ୍ଧ ହତ୍ୟା। ସୁବ୍ରତ ନିଶା ନିବାରଣ କେନ୍ଦ୍ରରୁ ନିକଟରେ ଫେରିଥିଲେ। ଟଙ୍କା ନାମରେ ମଧ୍ୟ ଅନେକ ଅପରାଧିକ ମାମଲା ଥିଲା। ରାଜଧାନୀରେ ପୂଜା ପୂର୍ବରୁ ହତ୍ୟାକାଣ୍ଡ ପୋଲିସ ଲାଗି ଚ୍ୟାଲେଞ୍ଜ ହୋଇଛି। ନିଶା କାରବାରକୁ ବିରୋଧ କରିବାରୁ ଅବା ଦେହ ବ୍ୟବସାୟୀଙ୍କ ଆକ୍ରୋଶ ଯୋଗୁ ଏହି ହତ୍ୟାକାଣ୍ଡ ହୋଇଛି ତାକୁ ନେଇ ପୋଲିସ ତନାଘନା ଚଳାଇଛି।