ଆଦିତ୍ୟଙ୍କ ମୃତ୍ୟୁ ପଛରେ କିଏ ସେ ଅଦୃଶ୍ୟ ବ୍ୟକ୍ତି ?
Advertisement

ଆଦିତ୍ୟଙ୍କ ମୃତ୍ୟୁ ପଛରେ କିଏ ସେ ଅଦୃଶ୍ୟ ବ୍ୟକ୍ତି ?

ଆଦିତ୍ୟ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତକୁ ୪ ଦିନ ହେଲାଣି । ଜିଆରପି ଭଳି କ୍ରାଇମବ୍ରାଂଚ ପାଉନି କୌଣସି ଥଳକୁଳ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ତାଙ୍କ ସଂସ୍ଥା ପିପୁଲ ଫର ସେବା ଚାରିପାଖେ ଘୁରି ବୁଲୁଛି କ୍ରାଇମବ୍ରାଂଚର ତଦନ୍ତ ।

ଆଦିତ୍ୟଙ୍କ ମୃତ୍ୟୁ ପଛରେ କିଏ ସେ ଅଦୃଶ୍ୟ ବ୍ୟକ୍ତି ?

ସରୋଜ ବେହେରା, ଭୁବନେଶ୍ୱର:- ଆଦିତ୍ୟ ମୃତ୍ୟୁ ମାମଲାରେ ଆସୁଛି ନୂଆ ଟୁଇଷ୍ଟ । ଆଦିତ୍ୟ ମୃତ୍ୟୁ ଘଟଣାରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାଁ ଆସିବା ପରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କିଏ ସେ ପ୍ରଶାସନିକ ଅଧିକାରୀ ? ଆଦିତ୍ୟଙ୍କ ସହ ତାଙ୍କର କ'ଣ ଥିଲା ସମ୍ପର୍କ ? ଭୁବନେଶ୍ବର, କଟକରେ ବିବାହ ନ କରି ଆଦିତ୍ୟ କେନ୍ଦ୍ରାପଡାରେ ବିବାହର କରିବା ପଛର କାରଣ କ'ଣ ? ଏ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ କ୍ରାଇମବ୍ରାଞ୍ଚ କେନ୍ଦ୍ରାପଡା ଯିବକି ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ରହିଛି ।  
         
ଆଦିତ୍ୟ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତକୁ ୪ ଦିନ ହେଲାଣି । ଜିଆରପି ଭଳି କ୍ରାଇମବ୍ରାଂଚ ପାଉନି କୌଣସି ଥଳକୁଳ । ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଓ ତାଙ୍କ ସଂସ୍ଥା ପିପୁଲ ଫର ସେବା ଚାରିପାଖେ ଘୁରି ବୁଲୁଛି କ୍ରାଇମବ୍ରାଂଚର ତଦନ୍ତ । ହେଲେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପାଙ୍କ ବୟାନ ଆଣିଛି ନୂଆ ଟୁଇଷ୍ଟ । କ୍ରାଇମବ୍ରାଂଚକୁ ଦେଇଥିବା ବୟାନରେ ଅନେକ ଲୋକଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଆଦିତ୍ୟଙ୍କ ବାପା । ସବୁଠାରୁ ବଡ କଥା ହେଲେ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି । ସେହି ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତଦନ୍ତ ବେଳେ ପ୍ରଶାସନିକ ଅଧିକାରୀଙ୍କ କଥା ଉଠିବା ପରେ କ୍ରାଇମବ୍ରାଂଚ ସାମନାରେ ଉଠିଛି ଅନେକ ପ୍ରଶ୍ନ ।  

ପ୍ରଶ୍ନ ୧. କିଏ ସେ ପ୍ରଶାସନିକ ଅଧିକାରୀ ? 

ପ୍ରଶ୍ନ ୨. ଭୁବନେଶ୍ବରରେ ରହୁଥିବା ଆଦିତ୍ୟ ଓ କଟକରେ ରହୁଥିବା ବିଦ୍ୟାଶ୍ରୀ ଏସବୁ ଜାଗାରେ ବିବାହ ନ କରି କେନ୍ଦ୍ରାପଡାରେ କଣ ପାଇଁ କରିଥିଲେ ବିବାହ ? 

ପ୍ରଶ୍ନ ୩. କାହା ଚାପରେ ଆଦିତ୍ୟ କେନ୍ଦ୍ରାପଡାରେ କରିଥିଲେ ବିବାହ ? 

ପ୍ରଶ୍ନ ୪. ଲକଡାଉନ୍ ବେଳେ ମନ୍ଦିରରେ ବିବାହ ବେଳେ ପୋଲିସ ଅନୁମତି ନିଆଯାଇଥିଲା କି ନାହିଁ ? 

ପ୍ରଶ୍ନ ୫. ପୋଲିସ ପାଖରେ ଯଦି ବିବାହ ନେଇ କୌଣସି ସୂଚନା ନ ଥିଲା ତା ହେଲେ ଲୁଚା ଛୁପା ବିବାହ ପଛର କାରଣ କଣ ? 

ବିଦ୍ୟାଶ୍ରୀ କଟକର ଝିଅ ହୋଇଥିବା ବେଳେ ଆଦିତ୍ୟ ଭୁବନେଶ୍ୱରରେ ରହୁଥିଲେ । କିଛି ଦିନର ପ୍ରେମ ପରେ ବିବାହ ହୋଇଥିଲା । ତାହା ପୁଣି ଲକ୍‌ଡାଉନ୍‌ ସମୟରେ । ଲକ୍ଷ ଲକ୍ଷ ଫ୍ୟାନ୍‌-ଫଲୋଅର ସହ ବନ୍ଧୁ-ସହଯୋଗୀ ଶୁଭେଚ୍ଛାକୁ ଉପେକ୍ଷା କରି କେନ୍ଦ୍ରପଡ଼ାର ପାଟକୁରା ଧାନମଣ୍ଡଳ ଭଗବାନପୁର ଗ୍ରାମର ସିଦ୍ଧେଶ୍ବର ମନ୍ଦିରରେ ବିବାହ କରିଥିଲେ ଆଦିତ୍ୟ । ଲକଡାଉନ୍‌ ଚାଲିଥିବାରୁ ମଣ୍ଡପ, ହୋଟେଲ, ମନ୍ଦିର ଓ ବାହାରେ ବିବାହ ପାଇଁ ସ୍ୱୀକୃତି ନଥିଲା । ହେଲେ ଏହି ମନ୍ଦିରରେ କିଭଳି ହୋଇଥିଲା ବାହାଘର ? ଏହି ବାହାଘର ପଛରେ ଓଏଏସ୍‌ ଅଫିସରଙ୍କର ସହଯୋଗ ରହିଥିଲା । ବିଧିବଦ୍ଧ ଭାବରେ ସ୍ୱୀକୃତି ନଥିଲେ ମଧ୍ୟ ଓଏଏସ୍‌ ଅଫିସର ଜଣକ ଏଠାକାର ସ୍ଥାନୀୟ ବାସିନ୍ଦା ହେବା ସହ ଏକ ଭଲ ପଦବିରେ ରହିଥିଲେ । ଏଣୁ ଏହି ବାହାଘର ଉପରେ ପୋଲିସର ନଜର ପଡ଼ିନଥିଲା । ତେବେ କ’ଣ ଏମିତି ହେଲା ଯେ ଏଭଳି ଲକ୍‌ଡାଉନ୍‌ରେ ତରବରରେ ବାହାଘର ହୋଇଥିଲା ? ଓଏଏସ୍‌ ଅଫିସରଙ୍କର କ’ଣ ସମ୍ପର୍କ ଥିଲା ଯେ, ସେ ଏଭଳି ରିସ୍କ ନେଇଥିଲେ ? ପୋଲିସକୁ ଅବଗତ ନ କରି ଲୁଚାଛପା ବାହାଘର ପଚରେ ରହି ନ ଥିଲା ତ କିଛି ମନ୍ଦ ଉଦ୍ଦେଶ୍ୟ । ଅନ୍ୟ ସମସ୍ତ ଘଟଣାରେ ଜିଆରପି ଖୋଳତାଡ଼ କରିଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିନଥିବା ପଛରେ ନାହିଁ ତ କିଛି ବଡ ଷଡଯନ୍ତ୍ର । 
          
ଜିଆରପି ପୋଲିସ ୨୧ ଦିନ ଧରି ତଦନ୍ତ କରିବା ପରେ ଘଟଣାକୁ ଆତ୍ମହତ୍ୟା ଆଡିକୁ ମୁହାଁଇ ମାମଲା କ୍ଲୋଜ କରିବାକୁ ଯାଉଥିଲା । ଏ ସମୟରେ ରାଜ୍ୟ ସରକାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇ ଅପରାଧୀଙ୍କୁ ଧରିବାର ରାସ୍ତା ଖୋଲିଥିଲେ । ଏଭଳି ପରିସ୍ଥିତିରେ କ୍ରାଇମବ୍ରାଂତ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ସମ୍ପର୍କକୁ ନେଇ ଖୋଳତାଡ କରିବା କି ନାହିଁ ? ଆଦିତ୍ୟଙ୍କ ବାପା ମଧ୍ୟ କ୍ରାଇମବ୍ରାଂଚ ଆଗରେ ଅନେକ ରହସ୍ୟ ଉନ୍ମୋଚନା କରିଛନ୍ତି । ଏଭଳି କି ଘଟଣା ଦିନ ବିଦ୍ୟାଶ୍ରୀ କେଉଠି ଥିଲେ ଓ ତାଙ୍କୁ କିଏ ଖବର ଦେଲା ସେ ସବୁ ପ୍ରଶ୍ନ ଉତ୍ତର ଠିକଣା ଢଙ୍ଗରେ ଦେଉନଥିବାରୁ ରହସ୍ୟ ଆହୁରି ଘନେଇବାକୁ ଲାଗିଛି । କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ପରେ ଘଟଣା ପଛରେ ଥିବା ରହସ୍ୟ ଖୋଲିବ ବୋଲି ଅନେକ ଆଶା କରିଛନ୍ତି । ଏଭଳି ପରିସ୍ଥିତିରେ ହାଲୁକା ଭାବେ ନେଉଥିବା ମାମଲା କ୍ରାଇମବ୍ରାଂଚ ପାଇଁ ବଡ ଚ୍ୟାଲେଞ୍ଜ ରହିବ ।