Odisha Election 2024: “ଘରେ ଘରେ ପାନୀୟ ଜଳ ଯୋଜନା ପ୍ରହଶନ, ଚୁଆ ପାଣିରେ ବିତୁଛି ଜୀବନ”
Advertisement
Article Detail0/zeeodisha/odisha2222615

Odisha Election 2024: “ଘରେ ଘରେ ପାନୀୟ ଜଳ ଯୋଜନା ପ୍ରହଶନ, ଚୁଆ ପାଣିରେ ବିତୁଛି ଜୀବନ”

Odisha Election 2024: ୨୦୨୩ ଡିସେମ୍ବର ୩୧ସୁଧା ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର। ହେଲେ ତାହା ଧୂଆଁ ବାଣ ରେ ପରିଣତ ହୋଇଛି । ନଳ ଯୋଗେ ନ ହେଲେ ନାହିଁ ପୁରୁଣା ବ୍ୟବସ୍ଥାକୁ ବି ସୁଧାରୁ ନାହାନ୍ତି। ଫଳରେ ଲୋକମାନେ ଚୁଆରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। 

Odisha Election 2024: “ଘରେ ଘରେ ପାନୀୟ ଜଳ ଯୋଜନା ପ୍ରହଶନ, ଚୁଆ ପାଣିରେ ବିତୁଛି ଜୀବନ”

Odisha Election 2024: ୨୦୨୩ ଡିସେମ୍ବର ୩୧ସୁଧା ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର। ହେଲେ ତାହା ଧୂଆଁ ବାଣ ରେ ପରିଣତ ହୋଇଛି । ନଳ ଯୋଗେ ନ ହେଲେ ନାହିଁ ପୁରୁଣା ବ୍ୟବସ୍ଥାକୁ ବି ସୁଧାରୁ ନାହାନ୍ତି। ଫଳରେ ଲୋକମାନେ ଚୁଆରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଦିନକୁ ଦିନ ଗରମ ବଢିବା ସାଙ୍ଗକୁ ଜଳ କଷ୍ଟ ବଢିବାରେ ଲାଗିଛି। ଗତ କିଛି ବର୍ଷ ହେବ ଜଳ ସଙ୍କଟ ନେଇ ଲୋକମାନେ ବାରମ୍ବାର ଆନ୍ଦୋଳନ କରିଥିଲେ। ଯାହାକୁ ନେଇ ସରକାର ୨୦୨୩ ଡିସେମ୍ବର ସୁଧା ଘରେ ଘରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଯାହାକୁ ନେଇ ୨ ବର୍ଷ ତଳୁ କାମ ଆରମ୍ଭ ହେଲା। ଠିକାଦାର ଗାଁରେ ଘରେ ଘରେ ପାଇପ ଯୋଗେ ପାଣି ଷ୍ଟାଣ୍ଡ ଦେବା ପରିବର୍ତ୍ତେ ରାସ୍ତା କଡରେ ମାଳମାଳ ଷ୍ଟାଣ୍ଡ ଠିଆ କରି ପାଣି ସଂଯୋଗ ନ କରି ପଇସା ନେଇ ପାର। ଗାଁରେ ଖାଲି ଷ୍ଟାଣ୍ଡଅଛି ହେଲେ ପାଣିର ଦେଖା ନାହିଁ।

ଏପରି ସ୍ଥିତି କେନ୍ଦୁଝରର ପ୍ରାୟ ସବୁ ବ୍ଳକରେ। ହେଲେ ଆମେ ସ୍ଥିତି ପରଖିଥିଲୁ କେନ୍ଦୁଝର ସଦର ବ୍ଳକର ମହାଦେଇ ଯୋଡା , ଟିକରପଡ଼ା , ସରଲାପେଣ୍ଟ, ମଦରଙ୍ଗା ଯୋଡ଼ି ଗାଁରେ। ଏଥିରୁ ସରଲାପେଣ୍ଟ ଗାଁରେ ତ ଗ୍ରାମବାସୀ ପାଣି ନାହିଁ ତ ଭୋଟ ନାହିଁ କହିଲେଣି। କାରଣ ଏମାନେ କାମ ଦାମ ଛାଡ଼ି ଚୁଆ ରୁ ପାଣି ଆଣିବାରେ ସମୟ ବିତାଉଛନ୍ତି । ସେହିପରି ବାଂଶପାଳ ବ୍ଳକର ଚମ୍ପେଇ , ଗୌଡ ଚମ୍ପେଇ , ବାୟାକୁମୁଟିଆ, ଅଅଁରା , ରୁଗୁଡି ସାହି। ସବୁଠାର ସମାନ ସ୍ଥିତି। ଏପରିକି କିଛି ଦିନ ତଳେ କେନ୍ଦୁଝର ମୁଖ୍ୟାଳୟରୁ ୪ କି.ମି ଦୂର ଗୋବିନ୍ଦପୁରରେ ଲୋକମାନେ ପାଣି ମୁନ୍ଦାଏ ପାଇଁ ରାସ୍ତାରୋକ କରିଥିଲେ । ସେହିପରି ପାଟଣା ବ୍ଳକ ମଲ୍ଲିପଶି ଗାଁ କଥା ନ କରିବା ଭଲ। ଏଠାରେ ତ ପାଣି ଟିକେ ପାଇଁ ଖରାକୁ ଭୟ ନକରି ଜଣଙ୍କ ପରେ ଆଉ ଜଣେ ଖରାରେ ବସି ବେଲା ସାହାର୍ଯ୍ୟରେ ପାଣି ଗୋଟାଇବାକୁ ବାଧ୍ୟ ହେଉଛନ୍ତି ।

 

ଜିଲ୍ଲାରେ ଘରେ ଘରେ ପାଣି ଯୋଗାଇ ଦେବାକୁ ସରକାରୀ ଯୋଜନା ଥିଲେ ସୁଧା (DMF) ରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ତା ପରେ ମଧ୍ୟ ସ୍ଥିତି ସମାନ । ଏ ନେଇ ଗ୍ରାମିଣ ଜଳ ଯୋଗାଣ ଅଧିକାରୀ କିଛି କହୁ ନ ଥିବା ବେଳେ , ଉପଜିଲ୍ଲାପାଳ କିନ୍ତୁ କହିଛନ୍ତି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ଓ ଖରାପ ଥିବା ନଳକୁପକୁ ସଜଡ଼ା ଯିବ ।