ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ
Advertisement

ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଅଧୀସ୍ତନ ମହିଳା ଅଧିକାରୀଙ୍କୁ ହ୍ୱାଟ୍ସଆପ ମ୍ୟାସେଜ ଓ ଭଏସ୍ କଲ କରି ଅଧିକାରୀ କରି ଚାଲିଥିଲେ ହାଇରାଣ । ଅଧିକାରୀ ଆଉ କେହି ନୁହଁନ୍ତି ବରଂ ଆୟୁଷ ବିଭାଗର ନିର୍ଦ୍ଦେଶକ ବିଭି ପ୍ରସାଦ ଷଡଙ୍ଗୀ । ଯୁବତୀଙ୍କୁ ନିଜ ନଗ୍ନ ଫଟୋ ଦେବା ସହ ଭିଡିଓ କଲ କରିବାକୁ ବାଧ୍ୟ କରୁଥିଲେ ଅଧିକାରୀ ଜଣକ ।

ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ବରିଷ୍ଠ ସରକାରୀ ଅଧିକାରୀଙ୍କ ବିରୋଧରେ ଲାଗିଛି ଅସଦାଚରଣ ଅଭିଯୋଗ । ଅଧୀସ୍ତନ ଚୁକ୍ତିଭିତ୍ତିକ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମ୍ୟାସେଜ କରି ବ୍ଲାକମେଲ କରୁଥିବା ନେଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଛନ୍ତି । କାର୍ଯ୍ୟସ୍ଥଳରେ ମହିଳାଙ୍କୁ ହାଇରାଣ ହରକତ କରିବାକୁ ଚେଷ୍ଟା କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ମୋବାଇଲ ଜବତ କରିବା ସହ ସେଥିରେ ଥିବା ମ୍ୟାସେଜର ସତ୍ୟାସତ୍ୟ ବାହାର କରିବାକୁ ଚେଷ୍ଟା ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ପୁଣି ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଲାଗିଲା ଅସଦାଚରଣ ଭଳି ଅଭିଯୋଗ । ଅଧୀସ୍ତନ ମହିଳା ଅଧିକାରୀଙ୍କୁ ହ୍ୱାଟ୍ସ ଆପ ମ୍ୟାସେଜ ଓ ଭଏସ୍ କଲ କରି ଅଧିକାରୀ କରି ଚାଲିଥିଲେ ହାଇରାଣ । ଅଧିକାରୀ ଆଉ କେହି ନୁହଁନ୍ତି ବରଂ ଆୟୁଷ ବିଭାଗର ନିର୍ଦ୍ଦେଶକ ବିଭି ପ୍ରସାଦ ଷଡଙ୍ଗୀ । ଯୁବତୀଙ୍କୁ ନିଜ ନଗ୍ନ ଫଟୋ ଦେବା ସହ ଭିଡିଓ କଲ କରିବାକୁ ବାଧ୍ୟ କରୁଥିଲେ ଅଧିକାରୀ ଜଣକ । ଏଭଳି କି ବାରମ୍ବାର ମନା କରିବା ପରେ ବି ଅଧିକାରୀ ଜଣକ ମହିଳା କର୍ମଚାରୀଙ୍କୁ ମ୍ୟାସେଜ କରିଚାଲିଥିଲେ । ଅଧିକାରୀ ଜଣକ ଲାଜ ଶରମ ଛାଡି ନିଜ ଝିଅ ବୟସ କର୍ମଚାରୀଙ୍କୁ କିଭଳି କଥା ହେଉଛନ୍ତି । ଯୁବତୀ ଜଣକ ଏହାକୁ ନେଇ ବାରଣ କରିବା ପରେ ବି ନିଜ ପଦବୀର ପାୱାର ଦେଖାଇ ନିଜ କାମ ବାସନା ମିଟାଇବାକୁ ଚେଷ୍ଟା ଚଳାଇଥିଲେ ସେ । ଗତ ୩ ମାସ ହେବ ଯୁବତୀ ଜଣକ ଆୟୁଷ ବିଭାଗରେ ଚୁକ୍ତି ଭିତ୍ତିରେ କାମ କରୁଥିଲେ । ଗତ କିଛି ଦିନ ହେବ ଅଧିକାରୀଜଣକ ଆରମ୍ଭ କରିଥିଲେ ମ୍ୟାସେଜ ଓ କଲ । ବାରମ୍ବାର ମ୍ୟାସେଜ କଲରେ ମନା କରିବା ପରେ ଅଧିକାରୀ ଜଣକ ନ ଶୁଣିବାରୁ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିବା ପୀଡିତା କହିଛନ୍ତି ।

fallback

ଘଟଣାର ତର୍ଜମା କରି ମହିଳା ଥାନା ପୋଲିସ ମାମଲା ରୁଜୁ କରିଛି । ପୀଡିତାଙ୍କ ମୋବାଇଲ ଓ ହ୍ବାଟ୍ସଆପ ମ୍ୟାସେଜ ପୋଲିସକୁ ସିଜ କରି ତଦନ୍ତ ପାଇଁ ପଠାଇବ । ଅଧିକାରୀ ଜଣଙ୍କ ମୋବାଇଲ ସିଜ କରି ଫରେନ୍ସିକ ତଦନ୍ତ ପାଇଁ ପଠାଇବ ପୋଲିସ । ଅଧିକାରୀ ଜଣକ ନିୟମ ମୁତାବକ ଛୁଟି ନେଇଛନ୍ତି କି ନାହିଁ ସେ ନେଇ ମଧ୍ୟ ତର୍ଜମା କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

 ଆୟୁସ ବିଭାଗ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଅଧିକାରୀ ଜଣକ ଛୁଟିରେ ଥିବା ଜଣାପଡିଛି । ପ୍ରତ୍ୟେକ କାର୍ଯ୍ୟାଳୟରେ ମହିଳା ଉତ୍ପୀଡ଼ନ ସେଲ ରହିବା ଆବଶ୍ୟକ । ହେଲେ ଆୟୁଷ ଭଳି କାର୍ଯ୍ୟାଳୟରେ ଏଭଳି ସେଲ ନ ଥିବା ସେଠାରେ ମହିଳାଙ୍କ କର୍ମଚାରୀଙ୍କ ଅଧିକାର ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।