ଭୀମସାର ଯାଉଥିଲେ ସାବଧାନ!
Advertisement
Article Detail0/zeeodisha/odisha935152

ଭୀମସାର ଯାଉଥିଲେ ସାବଧାନ!

ଭୀମସାର (Vimsar) ର ଜରୁରୀକାଳୀନ ବିଭାଗ ସମ୍ମୁଖରୁ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡି ଚୋରି କରି ଅନ୍ୟତ୍ର ନେଇଥିଲେ। ପରେ ପୁଣି ଚାଲିଚାଲି ଭୀମସାର ପରିସରକୁ ଫେରିଆସିଥିଲେ।

ଫାଇଲ ଫଟୋ

ସମ୍ବଲପୁର: ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାର। ସିସିଟିଭ୍ କଲା ହସ୍ପିଟାଲ ପରିସରରୁ ଗାଡି ଚୋରି ହେଉଥିବା ରାକେଟର ପର୍ଦ୍ଦାଫାସ। ଭrମସାରରେ ନିୟୋଜିତ ସୁରକ୍ଷାକର୍ମୀ କରୁଛନ୍ତି ଗାଡି ଚୋରି। ସିସିଟିଭି ଫୁଟେଜରେ କଏଦ ହେଲା ଚୋରି କରୁଥିବା ସମୟର ଦୃଶ୍ୟ।

ଭୀମସାର (Vimsar) ର ଜରୁରୀକାଳୀନ ବିଭାଗ ସମ୍ମୁଖରୁ ଜଣେ କାର୍ଯ୍ୟରତ ସୁରକ୍ଷାକର୍ମୀ ଗାଡି ଚୋରି କରି ଅନ୍ୟତ୍ର ନେଇଥିଲେ। ପରେ ପୁଣି ଚାଲିଚାଲି ଭୀମସାର ପରିସରକୁ ଫେରିଆସିଥିଲେ। ଗାଡି ମାଲିକ ନିଜ ସ୍ଥାନରେ ରଖିଥିବା ଗାଡିକୁ ନପାଇ ଖୋଜାଖୋଜି କରିଥିଲେ। ପରେ ସେ ଭୀମସାରରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଥିଲେ। ଫୁଟେଜରେ ଜଣେ ସୁରକ୍ଷାକର୍ମୀ ଗାଡିଟିକୁ ଚୋରି କରି ନେଇଯାଇଥିବା ଦେଖିଥିଲେ।

Also Read: ପୁଣି ଚର୍ଚ୍ଚାରେ ଭୀମସାର; କର୍ମଚାରୀଙ୍କ କାରନାମାର ଭିଡ଼ିଓ ଭାଇରାଲ୍

ଭିମସାରରେ ପୂର୍ବରୁ ମଧ୍ୟ ଅନେକ ଥର ଏକାଧିକ ଗାଡି ଚୋରି ହୋଇଥିବା ଭିମସାର ଫାଣ୍ଡି ଓ ବୁର୍ଲା ଥାନା (Burla Police) ରେ ଅଭିଯୋଗ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିୟୋଜିତ ସୁରକ୍ଷାକର୍ମୀମାନେ ହିଁ ପୂର୍ବରୁ ଅନେକ ଆସମାଜିକ କାର୍ଯ୍ୟରେ ଲିପ୍ତ ହୋଇଥିବା ଅଭିଯୋଗ ହୋଇଛି। ଭିମସାରରେ ହେଉଥିବା ଚୋରି ଓ ରୋଗୀ ସମ୍ପର୍କୀୟଙ୍କ ଠାରୁ ହେଉଥିବା ଚୋରି ପଛରେ ଏହି ସୁରକ୍ଷାକର୍ମୀଙ୍କ ହାତ ରହିଥିବା ସନ୍ଦେହ କରାହେଉଛି।

fallback