Atiq Ahmed Murder: ଲୁଟେରା-ଗ୍ୟାଙ୍ଗଷ୍ଟାର-ମାଫିଆ-ସାଂସଦ 'ଅତିକ୍' ର ଲାଇଫ ହିଷ୍ଟ୍ରୀ, ସାହାସ ଦେଉଥିଲା ଏହି ଦଳ !
Advertisement
Article Detail0/zeeodisha/odisha1655313

Atiq Ahmed Murder: ଲୁଟେରା-ଗ୍ୟାଙ୍ଗଷ୍ଟାର-ମାଫିଆ-ସାଂସଦ 'ଅତିକ୍' ର ଲାଇଫ ହିଷ୍ଟ୍ରୀ, ସାହାସ ଦେଉଥିଲା ଏହି ଦଳ !

Atiq Ahmed Murder News In Odia: ପ୍ରୟାଗରାଜ ର ମାଫିଆ ତଥା ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦର କୋକୁଆ ଭୟ ଏବେର ନୁହେଁ ଏହା ୪୪ ବର୍ଷ ପୂରୁଣା ଦିନର । ହେଲେ ଅତିକ୍ ଏତେ ଭୟଙ୍କର ହେବା ପଛର କାରଣ ମଧ୍ୟ ଅନେକ ରହିଛି।   ହେଲେ କିଏ ଏହି ଅତିକ୍, କଣ ତାହାର ଅପରାଧ, ଅପରାଧ ଦୁନିଆରେ କେମିତି ଏତେ ବଡ଼ ନାଁ ପାଲଟିଲା ସେ ବିଷୟରେ ଜାଣନ୍ତୁ କିଛି ପଏଣ୍ଟରେ।

Atiq Ahmed Murder: ଲୁଟେରା-ଗ୍ୟାଙ୍ଗଷ୍ଟାର-ମାଫିଆ-ସାଂସଦ 'ଅତିକ୍' ର ଲାଇଫ ହିଷ୍ଟ୍ରୀ, ସାହାସ ଦେଉଥିଲା ଏହି ଦଳ !

Atiq Ahmed Murder News In Odia: ପ୍ରୟାଗରାଜରେ ଗତକାଲି ରାତିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମ୍ମଦକୁ ମିଡିଆ ସାମ୍ନାରେ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କରିଥିବା ଖବର ସାରା ଦେଶକୁ ଚକିତ କରିଥିଲା। ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମ୍ମଦ ମଧ୍ୟ ନିହତ ହୋଇଥିଲା। ଏହି ଖବର ସମଗ୍ର ଦେଶରେ ପୂରା ଚାଞ୍ଚଲ୍ୟ ‌ଖେଳାଇ ଦେଇଛି। କାରଣ ଗତ ଗୁରୁବାର ପୋଲିସ ଏନ୍‌କାଉଣ୍ଟରରେ ଅତିକ ଅହମ୍ମଦର ପୁଅର ମୃତ୍ୟୁ ହୋଇଥିଲା । ଆଉ ଦିନକ ପରେ ଏବେ ତାର ବାପା ଓ ଦାଦାଙ୍କୁ ମୃତ୍ୟୁର ଘାଟ ଦେଖାଇଛନ୍ତି ଦୁର୍ବୃତ୍ତ। ତେବେ ଏହିଘଟଣାକୁ ନେଇ ପୂରା ଦେଶରେ ହଟଚମଟ ଲାଗିରହିଥିବା ବେଳେ ୟୁପିର କିଛି ସ୍ଥାନରେ ୧୪୪ ଧାରା ଜାରି ରହିଛି। ହେଲେ କିଏ ଏହି ଅତିକ୍, କଣ ତାହାର ଅପରାଧ, ଅପରାଧ ଦୁନିଆରେ କେମିତି ଏତେ ବଡ଼ ନାଁ ପାଲଟିଲା ସେ ବିଷୟରେ ଜାଣନ୍ତୁ କିଛି ପଏଣ୍ଟରେ...

ପ୍ରୟାଗରାଜ ର ମାଫିଆ ତଥା ଗ୍ୟାଙ୍ଗଷ୍ଟାର ଅତିକ୍ ଅହମ୍ମଦର କୋକୁଆ ଭୟ ଏବେର ନୁହେଁ ଏହା ୪୪ ବର୍ଷ ପୂରୁଣା ଦିନର । ହେଲେ ଅତିକ୍ ଏତେ ଭୟଙ୍କର ହେବା ପଛର କାରଣ ମଧ୍ୟ ଅନେକ ରହିଛି। 

1- କଳାକାରନାମା ରଚୁଥିବା ଅତିକ୍ ଅହମ୍ମଦ ସବୁବେଳେ ଧଳା କୂର୍ତ୍ତା ଓ ଧଳା ପଗଡ଼ିରେ ନଜର ଆସୁଥାଏ। ଶାନ୍ତିର ପ୍ରତିକ ଭାବି ଧଳା ପିନ୍ଧୁଥିବା ଅତିକ୍ କିନ୍ତୁ କଳା କାରନାମାର ସର୍ଦ୍ଦାର ଥିଲା।  

2- ଅତିକ୍ କୁ ନିକଟରୁ ଜାଣିଥିବା ଲୋକ କୁହନ୍ତି ଅତିକ୍ ବହୁତ ରାଗି କିସମର ଲୋକ । ଛୋଟ ଛୋଟ କଥାରେ ରାଗିଯିବା ଅତିକ୍ ର ଅଭ୍ୟାସ ଥିଲା । କେବଳ ଯେ ରାଗି ତାହା ନୁହେଁ ରାଗିଯାଇ ମୃତ୍ୟୁତାଣ୍ଡବ ରଚାଉଥିଲା  ଅତିକ୍। 

3- କୁହାଯାଏ ଅତିକ୍ ପ୍ରତିଶୋଧ ନେବା କେବେ ଭୁଲେନାହିଁ, ଏମିତିରେ ପୁଅର ଏନକାଉଣ୍ଟର ପରେ ଅତିକ୍ କୁ ପଚରାଉଚରା ସମୟରେ କିଛି ଏମିତି ଉତ୍ତର ପୋଲିସ କର୍ମୀଙ୍କୁ ଚିନ୍ତାରେ ପକାଇଥିଲା । ଅତିକ୍ କହିଥିଲା ଯେ, 'ଯେଉଁ ପୋଲିସ କର୍ମୀ ବା ଅଧିକାରୀ ମୋ ପୁଅକୁ ମାରିଛି ମୁଁ ଖାଲି ଜେଲରୁ ବାହାରେ ତାପରେ କହିବି ମୁଁ କଣ'? 

4-ଏକ ହତ୍ୟାକାଣ୍ଡ ସମୟର ଭିଡିଓ ଫୁଟେଜ ଭାଇରାଲ ପରେ ଜଣାପଡ଼ିଥିଲା ଯେ, ଅତିକ୍ ର ପାଖ ଲୋକ ଅର୍ଥାତ୍ ତା ସମର୍ଥକ ଗୁଣ୍ଡାା ମାନେ ଆତଙ୍କ ଖେଳାଇ ରଖିଥିଲେ। ବମ୍ ବ୍ଲାଷ୍ଟ ପରି ଅପରାଧରେ ମଧ୍ୟ ଅତିକ୍ ନିଜର ମାହିର ସାବ୍ୟସ୍ତ କରିଛି। କିଛି ଲୋକଙ୍କ କହିବା କଥା, ଯେବେ ଅପରାଧ ଦୁନିଆରେ ଅତିକ୍ ପାଦ ରଖିଥିଲା ସେତେବେଳେ ଅତିକ୍ କୁ ସମସ୍ତେ ଜାଣିଥିଲେ ଯେ, ବମ୍ ବ୍ଲାଷ୍ଟ କରିବାରେ ସେ ମାଷ୍ଟରଡିଗ୍ରୀ ହାସଲ କରିଛି। ବମ ବନାଇବା ଓ ସଠିକ୍ ନିଶାନା ଲଗାଇବାରେ ଅତିକ୍ ଖୁବ ମାହିର ଥିଲା। 

5-ପ୍ରୟାଗରାଜରେ ବମ ବ୍ଲାଷ୍ଟର ପ୍ରକ୍ରିୟା ଆରମ୍ଭ କରିଥିଲା ଅତିକ୍ । ବମ ବ୍ଲାଷ୍ଟ, ପ୍ରତିଶୋଧ, ରାଗ, ଆତଙ୍କକୁ ଆଧାର କରି ପ୍ରୟାଗରାଜର ମାଫିଆ ବନିଗଲା ଅତିକ୍ । ହେଲେ ପରିବାର କଥା କହିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଅତିକ୍ ର ବାପା ଫିରୋଜ ଅହମ୍ମଦ ଇଲ୍ହାହାବାଦ ରେଳ ଷ୍ଟେସନରେ ଘୋଡ଼ା ଗାଡ଼ି ଟାଣୁଥିଲେ। ଅତିକ୍ କୁ ବହୁତ ପଢେଇବାକୁ ଚାହୁଁଥିଲେ ଫିରୋଜ । ହେଲେ ଅତିକ୍ ଦଶମ ଶ୍ରେଣୀରେ ହିଁ ଫେଲ ହୋଇଯାଇଥିଲା। ଜଲଦି ଜଲଦି କୋଟିପତି ହେବା ନିଶାରେ ସେ ଲୁଟ୍, ଅପହରଣ ଓ ଦାଦାବଟି ପରି ଅପରାଧରେ ଜଡ଼ିତ ରହିଲା।

6-୬୨ ବର୍ଷ ବୟସ ପର୍ଯ୍ୟନ୍ତ ଅତିକ୍ ଏହିପରି ହୃଷ୍ଟପୃଷ୍ଟ ରହିଛି ।ଏହାର କାରଣ ହେଲା କୁସ୍ତି । ଅତିକ୍ ନିଜ ବାପାଙ୍କ ପାଖରୁ ପ୍ରଶିକ୍ଷଣ ନେଇ କୁସ୍ତିଯୋଦ୍ଧାଙ୍କ ସହ ଲଢୁଥିଲା। ଏବଂ ସ୍ଥାନୀୟ ଲୋକ ଅତିକ୍ କୁ 'ପେହେଲବାନ୍' ନାମରେ ବି ଡାକିବାକୁ ଲାଗିଲେ । 

7- ଅପରାଧ ଦୁନିଆରେ ସକ୍ରିୟ ହେବାକୁ ଯାଇ ଅତିକ୍ ୧୭ ବର୍ଷ ବୟସରେ ଜଣଙ୍କୁ ହତ୍ୟା କରିଥିଲା। ଏହାପରେ ଅପରାଧ ଦୁନିଆରେ ନିଜର କାୟା ବିସ୍ତାର କଲା ଅତିକ୍ । 

8- ହତ୍ୟା କରିବା ପରେ ନିଜର ଏକ ଗ୍ୟାଙ୍ଗ କଲା ଅତିକ୍ । ପୋଲିସ ଫାଇଲରେ ଏହି ଗ୍ୟାଙ୍ଗର ନାଁ ରହିଛି IS-227 । ଅତିକ୍ ଓ ଏହାର ଅପରାଧ ରୋକିବାକୁ ୧୯୮୫ ମସିହାରେ ୟୁପି ସରକାର ଗୁଣ୍ଡା ଆଇନ୍ ଓ ୧୯୮୬ରେ ଗ୍ୟାଙ୍ଗଷ୍ଟାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଇନ ଆଣିଥିଲେ। 

9- ଅତିକ୍ କୁ ୟୁପିର ପ୍ରଥମ ଗ୍ୟାଙ୍ଗଷ୍ଟାର ବୋଲି କୁହାଯାଏ। ସରକାରଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଥିଲା ଅତିକ୍ । ସେହିପରି ୧୯୮୬ ରେ ସେବେର ଇଲ୍ଲାହାବାଦ୍ ଓ ଏବେର ପ୍ରୟାଗରାଜ୍ ର ଅତିକ୍ ର ଇଲାକାରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏହି ଦଙ୍ଗା ଘଟାଇବାର ମୁଖ୍ୟ ଥିଲା ଅତିକ୍ । ସେହିପରି ସେତେବେଳେ ଚାନ୍ଦ ବାବା ନାମକ ଜଣେ କ୍ରିମିନାଲ ଖୁବ ଫେମସ ଥିଲା ଅପରାଧ ଦୁନିଆରେ । ଚାନ୍ଦ ବାବା ଓ ଅତିକ୍ ଅହମ୍ମଦ ଅପରାଧ ଦୁନିଆରେ ମୁହାଁମୁହିଁ ହୋଇଗଲେ । 

10- ଚାନ୍ଦ ବାବାକୁ ହତ୍ୟା କରିବାକୁ ସେତେବେଳେର ସରକାର ଓ ପୋଲିସ ଅତିକ୍ ର ସାହାଯ୍ୟ ନେଉଥିଲେ । ଯାହାଫଳରେ ଅତିକ୍ ଆହୁରି ବଡ଼ ଗୁଣ୍ଡା ପାଲଟିଗଲା । ଦିନକୁ ଦିନ ଅପରାଧ ବଢିଚାଲିଲା। ଦେଖିବାକୁ ଗଲେ କିଛି ବର୍ଷ ମଧ୍ୟରେ ୨୦ ଟି ମାମଲା ରୁଜୁ ହୋଇଥିଲା ଅତିକ୍ ର ନାମରେ । ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ, ନେତା ହେବାକୁ ନିଷ୍ପତ୍ତି ନେଇଥିଲା ଅତିକ୍ । 

11- ଏହାପରେ ୧୯୮୯ ରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଅତିକ୍ ।  ମାଫିଆ ହୋଇଥିବାରୁ କୌଣସି ପାର୍ଟି ଟିକେଟ ଦେଲେନି । ଏହାପରେ ଇଲ୍ଲାହାବାଦ୍ ପଶ୍ମିମ ସିଟ ରୁ ନିର୍ଦଳୀୟ ଭାବେ ନିର୍ବାଚନ ଲଢିଲା ଅତିକ୍ । ଏହାପରେ କଂଗ୍ରେସରୁ ଜଣେ ଓ ଚାନ୍ଦ ବାବା ବି ମୈଦାନରେ ଅତିକ୍ ବିପକ୍ଷରେ ଲଢିବାକୁ ବାହାରିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ମତଦାନ ପରେ ପରେ ଚାନ୍ଦ ବାବାର ହତ୍ୟା କରିଥିଲା ଅତିକ୍ ।  ଆଉ ଏହି ହତ୍ୟାର କାରଣ ଥିଲା ଗ୍ୟାଙ୍ଗୱାର। 

12-ଚାନ୍ଦବାବା କୁ ହତ୍ୟା କରିବା ପରେ ଅତିକ୍ ଆହୁରି ଭୟଙ୍କର ହୋଇଉଠିଲା। ଲୋକଙ୍କ ମନରେ ଏହା ଆସିଲା କି ଚାନ୍ଦ ବାବା କରି କୁଖ୍ୟାତ ଲୋକକୁ ଯଦି ଅତିକ୍ ମାରିଦେଲା ତେବେ ଅତିକ୍ ଠାରୁ ଭୟଙ୍କର କେହି ନାହାଁନ୍ତି । ଏହାପରେ ଅତିକ୍ କୁ ପ୍ରୟାଗରାଜରେ ସମସ୍ତେ ଡ଼ରିବାକୁ ଲାଗିଲେ। ପରେ ନିର୍ଦଳୀୟ ଭାବେ ବିଧାୟକ ଆସନ ଜିତିଥିଲା ଅତିକ୍ । ଏହାପରେ ଲଗାତାର ୧୯୯୧ ଓ ୧୯୯୪ ରେ ନିର୍ବାଚନ ଜିତି ବିଧାନସଭାକୁ ଗଲା ଅତିକ୍ । ହେଲେ ସେତେବେଳେ ଏହା ଚର୍ଚ୍ଚାକୁ ଆସିଥିଲା ଯେ ବୁଥ କ୍ୟାପଚରିଂ ଓ ତାର ଭୟ କାରଣରୁ ଲୋକମାନେ ତାକୁ ଜିତାଇବାକୁ ବାଧ୍ୟ ହୋଇଛନ୍ତି। 

13- ଲଗାତାର ତିନିଥର ଜିତିବା ପରେ ସେତେବେଳେର ସରକାର ମୁଲାୟମ ସିଂ ଯାଦବ ଅତିକ୍ କୁ ନିଜ ଦଳରେ ସାମିଲ କରିବାକୁ ଚିନ୍ତା କଲେ। ଅତିକ୍ ସମାଜବାଦୀ ପାର୍ଟୀରୁ ଲଢି ଜିତିବି ଗଲା। ହେଲେ ୧୯୯୯ ମସିହାରେ ଅପନା ଦଲ୍ ରୁ ନିର୍ବାଚନ ଲଢିଲା ହେଲେ ପ୍ରତାପ ଗଡ଼ରୁ ପରାଜୟ ବରଣ କଲା ଅତିକ୍ । ୨୦୦୨ ରେ ଅପନା ଦଲରୁ ପୁଣିଥରେ ଲଢି ଜିତିଥିଲା ଅତିକ୍ । ହେଲେ ସେତେବେଳେ ମାୟାବତୀ ସରକାର ରାଜ୍ୟରେ ଶାସନ ଭାରକୁ ଆସିଥିଲା। ପରେ ଅପରାଧ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସରକାର। ଏହି କାରଣରୁ ଅତିକ୍ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ସେତେବେଳେ ମାୟାବତୀ ସରକାର ଉପରେ ଗମ୍ଭୀର ଆରୋପ ଲଗାଇଥିଲା ଅତିକ୍ । 

14- ପରେ ପୁଣିଥରେ ରାଜ୍ୟଭାରକୁ ଫେରିଥିଲା ଏସପି ଦଳ । ସେହି ସମୟରେ ପ୍ରଥମ ଥର ଦଳ ଅତିକ୍ ସାଂସଦ ଟିକେଟ ଦେଇଥିଲା। ୨୦୦୪ ମସିହାରେ ମୁଲାୟମ ସିଂ ଯାଦବ ଫୁଲପୁରରୁ ଅତିକ୍ କୁ ଲୋକସଭା ସାଂସଦ ଭାବେ ଟିକେଟ ଦେଇଥିଲା। ଏଠୁ ଜିତିବା ପରେ ସଂସଦକୁ ଏଣ୍ଟ୍ରି କରିଥିଲା ଅତିକ୍ । 

15- ସଂସଦ ଯିବା ପରେ ନିଜ ବିଧାୟକ ସିଟ୍ କୁ ନିଜ ଭାଇ ଅଶରଫକୁ ଦେବାକୁ ଚାହୁଁଥିଲା ଅତିକ୍ । ଅଶରଫକୁ ଏସପି ଦଳରୁ ଟିକେଟ ମିଳିବା ପରେ ଅତିକ୍ ର ସାଙ୍ଗ ଥିବା ରାଜୁ ପାଲ୍ ବିଏସପି ରେ ସାମିଲ ହୋଇ ଅଶରଫର ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ । ଏହି ଲଢେଇ ରେ ରାଜୁ ପାଲ୍ ୪ ହଜାର ଭୋଟରେ ଅତିକ୍ ର ଭାଇ ଅଶରଫକୁ ହରାଇଥିଲେ ଯାହା ଅତିକ୍ କୁ ହଜମ ହୋଇନଥିଲା । ଅତିକ୍ ରାଜୁ ପାଲଙ୍କ ଅଫିସରେ ବମ ବ୍ଲାଷ୍ଟ କରିବା ସହ ଅନେକ ସ୍ଥାନରେ ଟାର୍ଗେଟ କରି ଫାୟରିଂ ମଧ୍ୟ କରିଥିଲା। ହେଲେ ସବୁ ଆକ୍ରମଣରୁ ବର୍ତ୍ତିଯାଇଥିଲେ ରାଜୁ ପାଲ୍ । 

16- ୨୫ ଜାନୁଆରୀ ୨୦୦୫ ରେ ପ୍ରୟାଗରାଜ ଦିନ ଦ୍ୱିପ୍ରହରରେ ଥରି ଉଠିଥିଲା। ବିଧାୟକ ରାଜୁ ପାଲ ଙ୍କୁ ଭୟଙ୍କର ଭାବେ ହତ୍ୟା କରାଯାଇଥିଲା । ତାଙ୍କ ଗାଡ଼ି କୁ ଘେରି ଭୟଙ୍କର ଭାବେ ଫାୟାରିଂ କରାଯାଇଥିଲା। ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ପାଖାପାଖି ୧୯ ଟି ବୁଲେଟ ବାହାରିଥିଲା। 

17- ରାଜୁ ପାଲଙ୍କ ମୃତ୍ୟୁ ପରେ ଇଲ୍ହାହାବାଦ ପଶ୍ଚିମ ସିଟ୍ ଟି ଖାଲି ରହିଲା । ପୁଣିଥରେ ଏହି ସିଟ୍ ରେ ଉପନିର୍ବାଚନ ହେଲା । ଏସପି ଦଳ ପୁଣିଥରେ ଅତିକ ର ଭାଇ ଅଶରଫ କୁ ଏହି ସିଟରୁ ଲଢିବାକୁ ଟିକେଟ ଦେଲା । ଏଥର ଅତିକ୍ ର ଭାଇ ଅଶରଫ ହିଁ ଏହି ଆସନରୁ ଜିତିଥିଲା। 

18- ପ୍ରୟାଗରାଜର ସବୁଠାରୁ ବଡ଼ ଓ ଭୟଙ୍କର ହତ୍ୟାକାଣ୍ଡ ପରେ ବି ଅତିକ୍ ଉପରେ କି ତା ଭାଇ ଅଶରଫ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ଏସପି ଦଳ । 

19- କେବଳ ହତ୍ୟା ନୁହେଁ, ଧମକ, ଲୁଟପାଟ ଅପହରଣ, ବନ୍ଧକ ରଖିବା ବେଆଇନ ଭାବେ ସମ୍ପତ୍ତି ଲୁଟ୍ କରିବା ଏସବୁଥିରେ ଦିନକୁ ଦିନ କାୟା ବିସ୍ତାର କରୁଥିଲା ଅତିକ୍ । ଆଉ ଏହି କାର୍ଯ୍ୟ ଏଥିପାଇଁ ବଢୁଥିଲା କାରଣ ଅତିକ୍ କୁ ବି ଜଣା ଥିଲା ସେତେବେଳେର ସରକାର ତଥା ସମାଜବାଦୀ ପାର୍ଟୀ ତା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।  

20- ଘଟଣାର ମୋଡ଼ ସେତେବେଳେ ଆସିଲା ଯେତେବେଳେ ଉମେଶ ପାଲ ମୃତ୍ୟୁ ଘଟଣାର ସିସିଟିଭି ସାମ୍ନାକୁ ଆସିଲା। ଏହାପରେ ଯୋଗୀ ସରକାର ମାଟିରେ ମିଶେଇବାକୁ ଲାଗିଲେ ଅତିକ୍ ର ସାମ୍ରାଜ୍ୟ । କାରଣ ଉମେଶ ପାଲ୍ ହେଉଛନ୍ତି ସିଏ ଯିଏ ବିଧାୟକ ରାଜୁ ପାଲଙ୍କ ଭୟଙ୍କର ମୃତ୍ୟୁକୁ ନିଜ ଆଖିରେ ଦେଖିଥିଲେ। ଯେବେ ରାଜୁପାଲଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଥିଲା ସେତେବେଳେ ପଛ ଗାଡ଼ିରେ ଆସୁଥିଲେ ଉମେଶ ପାଲ୍। 

21-୨୦୦୬ ମସିହାରେ ଅତିକ୍ ଉମେଶଙ୍କୁ ଅପହରଣ କରିଥିଲା । ରାତିସାରା ଉମେଶଙ୍କୁ ମାଡ଼ ମରାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା। ଏହାପରେ ଉମେଶ କୋର୍ଟରେ ଅତିକ୍ କୁ ଡ଼ରି ତା ସପକ୍ଷରେ ବୟାନ ଦେଇଥିଲେ ଯେ, ସେ କୌଣସି ହତ୍ୟାକାଣ୍ଡ ଦେଖାନାହାଁନ୍ତି। 

22-ସାଂସଦ ହେବାପରେ ଅତିକ୍ ନେତା ସିନା ହେଲା ହେଲେ ମାଫିଆ ଗିରି ଛାଡ଼ିଲା ନାହିଁ। ନିଜ ପରିବାରକୁ ଏଥିରେ ଅନ୍ତର୍ଭୁକ୍ତ କରିଥିଲା ଅତିକ୍ ।  ନିଜ ଭାଇ, ପୁଅ ଓ ପୁତୁରାକୁ ଅପରାଧ ଦୁନିଆର ବାଟ ଦେଖାଇଥିଲା ଅତିକ୍ । ଏହାପରେ ପୁଣିଥରେ ୨୦୦୭ରେ ବିଏସପି ଅର୍ଥାତ୍ ମାୟାବତୀଙ୍କ ସରକାର ରାଜ୍ୟକୁ ଫେରିଲା । ଅତିକ୍ ଉପରେ କାର୍ଯ୍ୟାନୁଷ୍ଠାନ କଶିଲେ ମାୟାବତୀ ସରକାର । ସାଂସଦ ସତ୍ତ୍ୱେ ଅତିକ୍ ଫେରାର ହୋଇଗଲା । 

23- ୨୦ ହଜାର ପୁରସ୍କାର ରାଶି ଘୋଷଣା କରିଥିବା ମାୟାବତୀ ସରକାର ଅତିକ୍ କୁ ଟାର୍ଗେଟ କରିନେଇଥିଲେ। ପରେ ଦିଲ୍ଲୀର ପିତମପୁରା ଅଞ୍ଚଳରୁ ଅତିକ୍ କୁ ଗିରଫ କରାଯାଇଥିଲା ।  ହେଲେ ୨୦୧୨ ରେ ଅତିକ୍ ପୁଣିଥରେ ଜେଲରୁ ବିଧାନସଭା ପାଇଁ ଲଢିଥିଲା।ପ୍ରଚାର ପାଇଁ ଜାମିନ ଆବେଦନ କରିଥିଲେ ମଧ୍ୟ ଶୁଣାଣି ପାଇଁ ଜଜ୍ ମାନେ ବି ଡରି ତା କେସ ହାତକୁ ନେଉ ନଥିଲେ। ଏହାପରେ ଅତିକ୍ କୁ ବେଲ୍ ମିଳିଥିଲା। 

24-  ଅନେକ ଅପରାଧ, ହତ୍ୟା, ଅପହରଣ ଅପରାଧ ଜଗତରେ ନିଜକୁ ସକ୍ରିୟ ରଖିଥିଲା ଅତିକ୍ । 

25- ପରେ ୨୦୧୭ ରେ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଢିଲା । ଯୋଗୀ ସରକାର ଆସିବା ପରେ ହାଇକୋର୍ଟ ଅତିକ୍ ର ସବୁ ମାମଲାରେ ଜାମିନ ଆବେଦନକୁ ରଦ୍ଦ କରିଦେଲେ। ଏହାପରେ ଆରମ୍ଭ ହୋଇଥିଲା ଯୋଗୀ ସରକାରଙ୍କ ଆକ୍ସନ। 

Also Read: Japan PM Attacked: ସେହି ରାଲି, ସେହି ୧୧ଟା ବାଜି ୩୦ ସମୟ...ମନେ ପଡ଼ିଲା ସିଞ୍ଜୋ ଆବେଙ୍କ ହତ୍ୟାକାଣ୍ଡ