ବାପା ମୋବାଇଲ୍ ଲୁଚାଇଲେ ବୋଲି ଝିଅ କରିଦେଲା ଏପରି କାଣ୍ଡ
Advertisement

ବାପା ମୋବାଇଲ୍ ଲୁଚାଇଲେ ବୋଲି ଝିଅ କରିଦେଲା ଏପରି କାଣ୍ଡ

 ଦିବ୍ୟା ତାଙ୍କ ପିତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ। ଯାହା ତାଙ୍କ ପିତାଙ୍କୁ ବହୁତ ବାଧିଥିଲା। ହେଲେ ଜାନୁଆରୀ ୨୩ରେ ଦିବ୍ୟା ତାଙ୍କ ବାପଘରକୁ ଆସିଥିଲେ।

 

ପ୍ରତିକାତ୍ମକ ଫଟୋ

ବିଲାସପୁର: ଛତିଶଗଡର ବିଲାସପୁର ଜିଲ୍ଲାରେ ଗତ ରବିବାର ଦିନ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବାପାଙ୍କ ମୋବାଇଲ୍ ଫୋନ୍ ଲୁଚାଇଲେ ବୋଲି ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା (Murder) କରିଛି। କେବଳ ଏତିକି ନୁହେଁ ମା’ଙ୍କ ସହ ମିଶି ମୃତଦେହକୁ ପୋତି ଦେଇଥିଲା। ପୋଲିସ ମାଟି ଖୋଳି ମୃତଦେହ ଉଦ୍ଧାର କରିବା ସହ ଉଭୟ ମା’ ଓ ଝିଅଙ୍କୁ ଗିରଫ କରିଛି।

ମଙ୍ଗଳବାର ବିଲାସପୁର (Bilaspur) ର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଜିଲ୍ଲାର କୋଟା ପୋଲିସ ଷ୍ଟେସନ (Kota Ps) ଅନ୍ତର୍ଗତ କାଞ୍ଚନପୁର ଗ୍ରାମରେ ମଙ୍ଗଲୁରାମ ଧନୱାର (୫୮)ଙ୍କ ହତ୍ୟା ଅଭିଯୋଗରେ ତାଙ୍କ ଝିଅ ଦିବ୍ୟା (୨୮) ଏବଂ ପତ୍ନୀଙ୍କୁ ଗିରଫ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦିବ୍ୟା ତାଙ୍କ ପିତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲେ। ଯାହା ତାଙ୍କ ପିତାଙ୍କୁ ବହୁତ ବାଧିଥିଲା। ହେଲେ ଜାନୁଆରୀ ୨୩ରେ ଦିବ୍ୟା ତାଙ୍କ ବାପଘରକୁ ଆସିଥିଲେ।

Also Read: ମାତ୍ର ୯୦ ଟଙ୍କା ପାଇଁ ବିଭତ୍ସ ହତ୍ୟାକାଣ୍ଡ, ଦେଢ ମାସ ପରେ ୨ ଗିରଫ

ହେଲେ ଆସିବାର ଦ୍ୱିତୀୟ ଦିନ ଅର୍ଥାତ ୨୪ ଜାନୁଆରୀରେ ଦିବ୍ୟା ତାଙ୍କ ଘରେ ମୋବାଇଲ୍ ଫୋନ୍ ପାଇନଥିଲେ। ତା’ପରେ ସେ ତାଙ୍କ ପିତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ, କିନ୍ତୁ ତାଙ୍କ ପିତା ମଙ୍ଗଲୁରାମ ଏହାର କୌଣସି ଉତ୍ତର ଦେଇଥିଲେ। ହେଲେ ମୋବାଇଲ୍ ନପାଇ ଦିବ୍ୟା ଦିନସାରା ତାଙ୍କ ପିତାଙ୍କ ସହ ଝଗଡା କରିଥିଲେ। କିନ୍ତୁ ପରେ ମୋବାଇଲ୍ (Mobile) ଲୁଚାଇ ଥିବା ନେଇ ମଙ୍ଗଳୁରାମ କହିଥିଲେ।

ଏହା ପରେ କ୍ରୋଧିତ ଦିବ୍ୟା ତାଙ୍କ ପିତାଙ୍କୁ କାଠ ଫାଳିଆରେ ପିଟିଥିଲେ। ଯେତେବେଳେ କୋଳାହଳ ଶୁଣି ପଡୋଶୀମାନେ ସେଠାରେ ପହଞ୍ଚିଲେ, ଦିବ୍ୟା ସେମାନଙ୍କୁ ମାଡ଼ ମାରିଥିଲେ। ପଡ଼ୋଶୀ ସେଠାରୁ ଚାଲିଯିବା ପରେ ଦିବ୍ୟା ମଙ୍ଗଲୁରାମଙ୍କ ମୁଣ୍ଡରେ ପଥର ଛେଚି ଥିଲେ। ଏହି କାରଣରୁ ଘଟଣାସ୍ଥଳରେ ମଙ୍ଗଲୁରାମଙ୍କ ମୃତ୍ୟୁ ହୋଇଥିଲା। ପରେ ଦିବ୍ୟା ଏବଂ ତାଙ୍କ ମା’ ମିଶି ମୃତଦେହକୁ ଘର ଅଗଣାରେ ଗାତ ଖୋଳି ପୋତି ଦେଇଥିଲେ। ହେଲେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୋଲିସ ସେହି ହତ୍ୟାକାଣ୍ଡର ପଦ୍ଦାଫାଶ କରିଛି।