ଭିଡିଓ କ୍ଲିପ୍ ଦେବାକୁ ମାନସ ମାଗୁଥିଲେ ୧୦ ହଜାର!
Advertisement
Article Detail0/zeeodisha/odisha1144898

ଭିଡିଓ କ୍ଲିପ୍ ଦେବାକୁ ମାନସ ମାଗୁଥିଲେ ୧୦ ହଜାର!

ଜାନୁଆରୀ ୩୦ ତାରିଖ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କୁ ୱେବ୍ ପୋର୍ଟାଲ ‘ସଂପୂର୍ଣ୍ଣ’ ଅଫିସକୁ ଡାକିଥିଲେ।

ଭିଡିଓ କ୍ଲିପ୍ ଦେବାକୁ ମାନସ ମାଗୁଥିଲେ ୧୦ ହଜାର!

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଚାରି ଅଭିଯୁକ୍ତ। ସେମାନେ ଗିରଫ ହେବାପରେ କ୍ରାଇମବ୍ରାଞ୍ଚ ଚାରି ଅଭିଯୁକ୍ତଙ୍କଠାରୁ ପାଇଛି ଅନେକ ଉତ୍ତର। କିଛି ପ୍ରଶ୍ନର ଉତ୍ତର ଏବେ ବି ରହିଛି ଅସମାହିତ। ତଦନ୍ତରେ ଦିନକୁ ଦିନ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ହତ୍ୟାକାଣ୍ଡ ଘଟଣାକୁ ନେଇ ଆସିଛି ଆଉ ଏକ ନୂଆ ତଥ୍ୟ। ନୂଆ ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ତରଫରୁ ଦିଆଯାଇଛି ସୂଚନା। ମାନସ ସ୍ୱାଇଁ କୁଆଡ଼େ ଉକ୍ତ ଚିପ୍ ପାଇଁ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। କହିଥିଲେ, ମୋତେ ୧୦ ହଜାର ଟଙ୍କା ଦେଲେ ଯାଇ ଚିପ୍ ଫେରସ୍ତ ଦେବି। ତେବେ ମାତ୍ର ୧୦ ହଜାର ଟଙ୍କା ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ଘଟଣା ଏତେଟା ସ୍ୱାଭାବିକ ଲାଗୁ ନାହିଁ। କାରଣ ମାନସଙ୍କୁ ଶର୍ମିଷ୍ଠା ଏବଂ ନିରଞ୍ଜନ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିବା ଜଣାପଡ଼ିଛି। ଯାହାପରେ ଗତ ଜାନୁଆରୀ ୧୦ ପର ଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ। ଜାନୁଆରୀ ୩୦ ତାରିଖ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କୁ ୱେବ୍ ପୋର୍ଟାଲ ‘ସଂପୂର୍ଣ୍ଣ’ ଅଫିସକୁ ଡାକିଥିଲେ। ସେଠାରେ ମଧ୍ୟ ତାଙ୍କୁ ସମ୍ପୃକ୍ତ ଚିପ୍ ମାଗିଥିଲେ। କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ଉଭୟ ମାନସଙ୍କୁ ମାଡ଼ ମଧ୍ୟ ମାରିଥିଲେ। 'ସମ୍ପୂର୍ଣ୍ଣ' ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ। ଦୟାଲ ଆଶ୍ରମରେ ମାନସଙ୍କଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ। ଘଟଣା ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅଲଗା ରହିଥିଲେ ଏବଂ ଶର୍ମିଷ୍ଠାଙ୍କଠାରୁ ଚିପ୍ ଫେରାଇବା ପାଇଁ ୧୦ ହଜାର ଟଙ୍କା ସାଙ୍ଗକୁ ତାଙ୍କର କ୍ୟାମେରା ଫେରାଇ ଦେବାକୁ ଦାବି କରିଥିଲେ।

  • ପୁଣି କିଛି ନୂଆ ତଥ୍ୟ
  • ଜେରାରେ ମାନିଲେ ଶର୍ମିଷ୍ଠା
  • ଚିପ୍ ପାଇଁ ମାନସ ମାଗୁଥିଲେ ୧୦ ହଜାର!
  • ନା ଶର୍ମିଷ୍ଠାଙ୍କୁ ଚିପ୍ ମିଳିଲା!
  • ନା ମାନସଙ୍କୁ ମିଳିଲା ଟଙ୍କା!
  • ଚିପ୍ ରହସ୍ୟ କ'ଣ ସବୁଦିନ ପାଇଁ ରାଜ୍ ରହିଯିବ?

ତେବେ ଅଭିଯୁକ୍ତ ମାନସଙ୍କୁ ତାଙ୍କ କ୍ୟାମେରା ତ ଫେରାଇଲେ ନାହିଁ ଓଲଟି ଅପହରଣ କରି ନୃଶଂସ ଭାବରେ ହତ୍ୟାକଲେ। ଗତ ଫେବ୍ରୁଆରୀ ୫ ତାରିଖ ମାନସ ଭଦ୍ରକ ଜିଲ୍ଲାର ଚାନ୍ଦବାଲିକୁ ବାହାଘର ସୁଟିଂ ପାଇଁ ଯାଇଥିବା ବେଳେ ଅପହୃତ ହୋଇଥିଲେ। ଯାହାକି ସମସ୍ତେ ଜାଣନ୍ତି। ଏହି ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଘମାସାନ୍ ଜେରା କରିଥିଲା। ଜେରା ସମୟରେ ସେମାନଙ୍କଠାରୁ ବହୁ ତଥ୍ୟ ମଧ୍ୟ ହାସଲ କରିଥିଲା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟିମ୍। ରିମାଣ୍ଡ ଅବଧି ସରିବା ପରେ ପରେ ରବିବାର ଚାନ୍ଦବାଲି ଜେଏମଏଫସି କୋର୍ଟରେ ଅଭିଯୁକ୍ତମାନଙ୍କୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ସେତେବେଳେ ଏହି ୪ ଅଭିଯୁକ୍ତଙ୍କୁ ପୁଣିଥରେ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ କୋର୍ଟ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ଦେଇଥିଲେ। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଭଦ୍ରକ ଜେଲକୁ ପଠାଯାଇଛି।