Gajapati: ନବମ ଶ୍ରେଣୀ ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ, ସରପଞ୍ଚଙ୍କ ସ୍ୱାମୀ ଫେରାର
Advertisement
Article Detail0/zeeodisha/odisha1438222

Gajapati: ନବମ ଶ୍ରେଣୀ ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ, ସରପଞ୍ଚଙ୍କ ସ୍ୱାମୀ ଫେରାର

Gajapati School student Pregnant: ନବମ ଶ୍ରେଣୀରେ ଅଧ୍ୟୟନରତ ଜଣେ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। 

Gajapati: ନବମ ଶ୍ରେଣୀ ଛାତ୍ରୀ ପାଞ୍ଚ ମାସର ଗର୍ଭବତୀ, ସରପଞ୍ଚଙ୍କ ସ୍ୱାମୀ ଫେରାର

Gajapati School student Pregnant, ଗଜପତି: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା, ଅଡବା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ପାଞ୍ଚମାସର ଗର୍ଭବତୀ ହୋଇଛନ୍ତି। ଏନେଇ ଶନିବାର ନାବାଳିକାଙ୍କ ବାପା, ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ, ଜୈନିକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଏତଲାରେ ଦର୍ଶାଯାଇଛି। ପୋଲିସ ଓ ଚାଇଲ୍ଡ ଲାଇନ ମିଳିତ ଭାବେ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। 

ନବମ ଶ୍ରେଣୀରେ ଅଧ୍ୟୟନରତ ଜଣେ ନାବାଳିକା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ନାବାଳିକା ଜଣକ ପାଞ୍ଚମାସର ଗର୍ଭବତୀ ଥିବା ନେଇ ଅଡବା ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପ୍ରକାରେ ଅଡବା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁନେମି ଗମାଙ୍ଗଙ୍କ ସ୍ବାମୀ ମନସି ମଣ୍ଡଳ, ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ଏବଂ ଡରାଇ ଧମକାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଯାଇଛି।

Also Read: Archana Nag case: କମିଶନରେଟ ପୋଲିସ ଉପରେ ଭରସା କରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ!

ଖବର ପାଇ ମୋହନା ଚାଇଲ୍ଡ ଲାଇନ୍ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି। ନାବାଳିକାଙ୍କ ଡାକ୍ତରୀ ମାଇନା ପରେ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହଜାର କରାଯିବ। ନାବାଳିକାଙ୍କ ବାପାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ଥାନା କେସ୍ ନଂ ୧୩୮/୨୨ରେ ମାମଲା ପଞ୍ଜିକରଣ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ମନସି ମଣ୍ଡଳ ଫେରାର ଥିବା ତଦନ୍ତକାରୀ ଅଧିକାରୀ ତଥା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି। ପୀଡିତାଙ୍କ ବାପା ଜଣେ ଅଟୋ ଡ୍ରାଇଭର ଓ ମାଁ କୁଲିମଜୁରୀ କରନ୍ତି।

ଚାଇଡ ଲାଇନ ସଦସ୍ୟା ମଣିତ କୁମାରୀ ନାୟକ କହିଛନ୍ତି ଯେ, କିଛି ଦିନ ପୂର୍ବେ ଅଡବା ଥାନା ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ଥିବା ସୂଚନା ମିଳିଥିଲା। କିନ୍ତୁ ଉପଯୁକ୍ତ ପ୍ରମାଣ ନଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ପାରିନଥିଲା। କିନ୍ତୁ ଏବେ ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେ କେତେ ମାସର ଗର୍ଭବତୀ ଅଛନ୍ତି ତାହା ମେଡିକାଲ ରିପୋର୍ଟ ଆସିଲା ପରେ ଜଣା ପଡିବ। କିନ୍ତୁ ପୀଡିତାଙ୍କ ସମ୍ପୂର୍ଣ୍ଣ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ଓ କୋଠର ଦୋଷୀକୁ ଦଣ୍ଡ ମିଳୁ ବୋଲି ମାଣିତ କହିଛନ୍ତି।