ଗ୍ରାନାଇଟ ଗାଡ଼ିରେ ଗଞ୍ଜେଇ ଚାଲାଣ
Advertisement
Article Detail0/zeeodisha/odisha999633

ଗ୍ରାନାଇଟ ଗାଡ଼ିରେ ଗଞ୍ଜେଇ ଚାଲାଣ

ଗଜପତି  ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସର ପୈଟ୍ରୋଲିଂ ବେଳେ ମାନ୍ଦ୍ରାବାଜୁ ଛକ ନିକଟରେ ଏକ ଗ୍ରାନାଇଟ ବୋଝେଇ ଉତ୍ତର ପ୍ରଦେଶ ରେଜିଷ୍ଟେସନ ଟ୍ରକକୁ ସନ୍ଦେହ କରି ଅଟକାଇଥିଲା।

ଗ୍ରାନାଇଟ ଗାଡ଼ିରେ ଗଞ୍ଜେଇ ଚାଲାଣ

ଗଜପତି: ଗଞ୍ଜେଇ ଚୋରା ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ଗଞ୍ଜେଇ ମାଫିଆ। ଏଥର ଗ୍ରାନାଇଟ ବୋଝେଇ ଟ୍ରକରୁ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ମାମଲାରେ ଅଡବା ପୋଲିସ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି।

ଗଜପତି  ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସର ପୈଟ୍ରୋଲିଂ ବେଳେ ମାନ୍ଦ୍ରାବାଜୁ ଛକ ନିକଟରେ ଏକ ଗ୍ରାନାଇଟ ବୋଝେଇ ଉତ୍ତର ପ୍ରଦେଶ ରେଜିଷ୍ଟେସନ ଟ୍ରକକୁ ସନ୍ଦେହ କରି ଅଟକାଇଥିଲା। ପୋଲିସ ଟ୍ରକଟିକୁ ଯାଞ୍ଚ କରିବାବେଳେ ସେଥିରୁ ୭୦ଟି ବସ୍ତାରେ ଗଞ୍ଜେଇ ଜରି ପ୍ୟାକେଟ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ଟ୍ରକଟିକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଟ୍ରକର ଡ୍ରାଇଭର ଓ ହେଲପେରକୁ ଗିରଫ କରାଯାଇଛି। 

Also Read: ପିପିଲିରେ ନିର୍ବାଚନ ପରବର୍ତ୍ତୀ ହିଂସା; ୨ ଦଳର ୩ କର୍ମୀ ଆହତ

ଜବତ ହୋଇଥିବା ଗଞ୍ଜେଇକୁ ଓଜନ ୨୦ କ୍ୱିଣ୍ଟାଲ ୨୦ କେଜି ୮୦୦ ଗ୍ରାମ। ଏହାର ମାର୍କେଟ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ହେବ। ଉକ୍ତ ଗଞ୍ଜେଇ ଅଡବା ଅଂଚଳରୁ ଉତ୍ତର ପ୍ରଦେଶକୁ ଚଲାଣ ହେଉଥିବା ଆର. ଉଦୟଗିରି ଏସଡିପିଓ  ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି।